ନୂଆଦିଲ୍ଲୀ,୨୭/୦୨; ଭାରତର ଦୁଇ ପଡ଼ୋଶୀ ଦେଶ ଜଳୁଛି । ଆଫଗାନିସ୍ତାନ ଏବଂ ପାକିସ୍ତାନ ମଧ୍ୟରେ ମହାଯୁଦ୍ଧ ଆରମ୍ଭ ହୋଇଛି । ପରସ୍ପର ବିରୋଧରେ ଆକ୍ରମଣ କରିଛନ୍ତି ଦୁଇଦେଶ । ଗତ ସପ୍ତାହରେ ପାକିସ୍ତାନ କରିଥିବା ଏୟାରଷ୍ଟ୍ରାଇକର ପ୍ରତିଶୋଧ ନେଇ ଆଫଗାନିସ୍ତାନ ପାକିସ୍ତାନର ୧୯ ଚେକପୋଷ୍ଟ କବଜା କରିଥିଲା । ୫୫ ପାକ୍ ସେନା ନିହତ ହୋଇଥିବା ଦାବି କରିଥିଲା ତାଲିବାନ । ଏହାର ଜବାବରେ ଆଫଗାନିସ୍ତାନ ବିରୋଧରେ ପାକିସ୍ତାନ 'ଅପରେସନ୍ ଗଜାବ ଲିଲ୍ ହକ୍' ଲଞ୍ଚ କରିଥିଲା । ତେବେ ଏହି ଅପରେସନ୍ କଣ ? ପାକିସ୍ତାନର ଏହି ଅପରେସନ୍ ପରେ ବିଶ୍ୱର ଲୋକ ଜାଣିବାକୁ ଚାହୁଁଛନ୍ତି ଗଜାବ ଲିଲ୍ ହକ୍ କଣ । ଦୁଇଟି ମୁସଲିମ ଦେଶ ମଧ୍ୟରେ ରମଜାନ ମାସ ଚାଲିଛି । ଯାହାକୁ ଇସଲାମର ପବିତ୍ର ପର୍ବ ବୋଲି କୁହାଯାଏ । ଏହାରି ଭିତରେ ଦୁଇ ଦେଶ ମୁହାଁମୁହିଁ ହୋଇଛନ୍ତି ।
ଲିଲ୍ ହକ୍ ଶଦ୍ଦର ଅର୍ଥ ନ୍ୟାୟ ପାଇଁ କ୍ରୋଧ । ପାକିସ୍ତାନ ଦାବି କରିଛି କି, ଏହା ଆଫଗାନିସ୍ତାନ ଦ୍ୱାରା ନିର୍ଦ୍ଦୋଷ ଲୋକଙ୍କ ଉପରେ ହେଉଥିବା ଆକ୍ରମଣରେ କ୍ରୋଧିକ ଏବଂ ନ୍ୟାୟ ପାଇଁ ଯୁଦ୍ଧର ପ୍ରବେଶ କରିଛି । ତେଣୁ ଏହା ଭାବନାକୁ ଏକ ଯୁଦ୍ଧ ଅଭିଯାନ ବୋଲି କିହିଛି । ପାକିସ୍ତାନ ଦାବି କରିଛି କି, ଆଫଗାନିସ୍ତାନ ଚିତ୍ରାଲ, ଖଇବର, କୁର୍ରମ ଏବଂ ବାଜୌର ପରି ସୀମାବର୍ତ୍ତୀ ଅଞ୍ଚଳରେ ଆକ୍ରମଣ କରିଛି । ଏହି ଆକ୍ରମଣରେ ନିରୀହ ସାଧାରଣ ନାଗରିକଙ୍କର ମୃତ୍ୟୁ ହୋଇଛି । ତାଲିବାନ ଆଫଗାନିସ୍ତାନକୁ ଭାରତର ଉପନିବେଶରେ ପରିଣତ କରିଛି । ଏହିପରି ଅଶାନ୍ତି ପରିସ୍ଥିତି ସୃଷ୍ଟି ହୋଇଛି । ନାଟୋ ସେନାର ପ୍ରସ୍ଥାନ ପରେ ସ୍ଥାନୀୟ ଶାସନ ପ୍ରତିଷ୍ଠା ସହିତ ବ୍ୟବସ୍ଥାରେ ଉନ୍ନତି ହେବ ବୋଲି ଆଶା କରାଯାଉଥିଲା । ପାକିସ୍ତାନ ଦାବି କରିଛି ଆମର କେବଳ ୨ ଜଣ ସେନାଙ୍କର ମୃତ୍ୟୁ ହୋଇଛି । ଅପରେସନ୍ ଲିଲ୍ ହକରେ ୧୩୩ ଜଣ ତାଲିବାନଙ୍କୁ ହତ୍ୟା କରାଯାଇଥିବା କହିଛି ପାକିସ୍ତାନ ।
'ଅପରେସନ୍ ଗଜାବ୍ ଲିଲ୍-ହକ୍ କ’ଣ ? ପାକିସ୍ତାନର ସୂଚନା ମନ୍ତ୍ରଣାଳୟ କହିଛି ଯେ, 'ଅପରେସନ 'ଗଜାବ ଲିଲ-ହକ' (ଯାହାର ଅର୍ଥ ହେଉଛି "ନ୍ୟାୟ ପାଇଁ କ୍ରୋଧ") ଆରମ୍ଭ ହୋଇଛି । ଗୁରୁବାର ସନ୍ଧ୍ୟାରେ ଆଫଗାନ ତାଲିବାନ ଖଇବର ପଖତୁନଖ୍ୱାର ଚିତ୍ରଲ, ଖାଇବର, ମହମ୍ମଦ, କୁରମ ଏବଂ ବାଜୌର ସେକ୍ଟରରେ ସୀମାନ୍ତବର୍ତ୍ତୀ ବିଭିନ୍ନ ସ୍ଥାନରେ ବିନା କାରଣରେ ଗୁଳିଚାଳନା କରିଥିଲେ। ଚାଲିଥିବା ସଂଘର୍ଷରେ ଦୁଇ ଜଣ ସୁରକ୍ଷା କର୍ମୀ ପ୍ରାଣ ହରାଇଛନ୍ତି ଏବଂ ୧୩୩ ଜଣ ଆଫଗାନ ତାଲିବାନ କର୍ମୀ ନିହତ ହୋଇଛନ୍ତି ।
ଏହା ବି ପଢନ୍ତୁ...ମୁନିରଙ୍କ F-16 ଯୁଦ୍ଧ ବିମାନ ଖସାଇଲା ତାଲିବାନ ! ପାକ୍ର ୧୯ଟି ଚେକ୍ପୋଷ୍ଟ କବଜା, ୫୫ ଜଣ ପାକିସ୍ତାନୀ ସେନା ନିହତ