ପ୍ରମୂଖ ଖବର
  • ତାମିଲ ଅଭିନେତା-କମେଡ଼ିଆନ ଏସ୍‌. କୃଷ୍ଣମୂର୍ତ୍ତି ଦେହାନ୍ତ, ୭୧ ବର୍ଷ ବୟସରେ ପରଲୋକ
  • ||
  • ଢେଙ୍କାନାଳ : ଅଜଣା ଯୁବକଙ୍କ ଗଳିତ ମୃତଦେହ ଠାବ, ତଦନ୍ତ କରୁଛି ପୁଲିସ
  • ||
  • ଶ୍ରୀମନ୍ଦିରର ଅନନ୍ୟ ପରମ୍ପରା, ଆଜି ବାଡ଼ି ନୃସିଂହଙ୍କ ଚାରି ଆଶ୍ରମ ବିଜେ ସହ ଶ୍ରୀକ୍ଷେତ୍ର ପରିକ୍ରମା କରିବେ
  • ||
  • ବୌଦ୍ଧ: ଭିଜିଲାନ୍ସ ପଞ୍ଝାରେ ବୌଦ୍ଧ ଏମ୍‌ଭିଆଇ ଗୋଳାପ ଚନ୍ଦ୍ର ହାଁସଦା ,ଏକାକାଳୀନ ୬ଟି ସ୍ଥାନରେ ଚାଲିଛି ଚଢ଼ାଉ
  • ||
  • ଦୁଇଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ମା’ ତାରିଣୀଙ୍କ ନଡ଼ିଆ ସଂଗ୍ରହ ଗାଡ଼ିର କରିବେ ଶୁଭ ଉଦ୍‌ଘାଟନ
  • ||
  • ରାୟଗଡ଼ା : ଦୋକାନ ଘର ଉପରେ ଚଢିଗଲା ଟ୍ୟାଙ୍କର; ଜଣେ ମୃତ ୨ ଗୁରୁତର
  • ||
  • ଅଧ ରାତିରେ ଭୂକମ୍ପରେ ଥରିଲା ପାକିସ୍ତାନ, ରିକ୍ଟର ସ୍କେଲରେ ତୀବ୍ରତା ୪.୮ ରେକର୍ଡ
  • ||
  • ବଳଙ୍ଗା ପୀଡ଼ିତା ମୃତ୍ୟୁ ଘଟଣା, ଆଜି ଦିଲ୍ଲୀ ଏମ୍‌ସରେ ମୃତଦେହ ବ୍ୟବଚ୍ଛେଦ ପରେ ମରଶରୀର ଓଡ଼ିଶା ଅଣାଯିବ
  • ||
  • ଜୀବନ ଯୁଦ୍ଧରେ ହାରିଗଲେ ବଳଙ୍ଗା ପୀଡ଼ିତା,ଘଟଣାରେ କାହାର ସମ୍ପୃକ୍ତି ନାହିଁ କହିଲା ପୁଲିସ, ରାଜନୀତି କରନି କହିଲେ ବାପା
  • ||
  • ବାଲେଶ୍ୱର : ଦହିସଡା ପାଟଣା ସାହିରେ ଅଗ୍ନିକାଣ୍ଡ, ହୁତୁହୁତୁ ହୋଇ ଜଳିଗଲା ୨ ବଖରା ଘର
  • ||
  • ଦିନରେ ଗୁଳୁଗୁଳି, ରାତିରେ ବର୍ଷା; ଆଜି ଉତ୍ତର ଓଡ଼ିଶାରେ ଅଳ୍ପ, ଦକ୍ଷିଣରେ କାଁଭାଁ ବର୍ଷା ସମ୍ଭାବନା
  • ||

ଇତିହାସର ଶକ୍ତିଶାଳୀ ଭୂକମ୍ପ, ମାଟିରେ ମିଶିଯାଇଥିଲା ପୂରା ସହର

Published By : Anindita Ratha | August 1, 2025 7:39 AM

ନୂଆଦିଲ୍ଲୀ,୦୧/୦୮:  ରୁଷ୍‌ର କାମ୍‌ଚଟକା ଉପଦ୍ୱୀପରେ ବୁଧବାର ଆସିଥିବା ୮.୮ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଅତୀତରେ ପ୍ରଳୟ ରଚିଥିବା ବିନାଶକାରୀ ଭୂକମ୍ପ କଥା ମନେ ପକାଇଦେଇଛି । ରୁଷ୍‌ରେ ଭୂମିକମ୍ପ ଯୋଗୁ ଉଠିଥିବା ସୁନାମୀର ଲହରି ଆମେରିକା, ଜାପାନ ପର୍ଯ୍ୟନ୍ତ ଯାଇଛି । ଏଥିସହ ଅନ୍ୟ ୧୨ ଦେଶକୁ ମଧ୍ୟ ସୁନାମୀ ଆଲର୍ଟ ଜାରି କରାଯାଇଛି ।ପୂର୍ବରୁ ହୋଇଥିବା କେତେକ ଶକ୍ତିଶାଳୀ ଭୂକମ୍ପବାବଦରେ ନିମ୍ନରେ ଦର୍ଶାଯାଇଛି ।

୧୫୫୬, ଶାନ୍‌କ୍ସି, ଚୀନ୍‌(ଜାନୁଆରୀ ୨୩):ମାନବ ଇତିହାସର ସବୁଠୁ ଭୟଙ୍କର ଭୂକମ୍ପ ହୋଇଥିଲା ଚୀନ୍‌ର ଶାନ୍‌କ୍ସି ପ୍ରଦେଶରେ । ଆଧୁନିକତାର ଛାପ ପଡ଼ି ନ ଥିବା ସେତେବେଳର ସମୟରେ ପ୍ରାୟ ୮ ଲକ୍ଷ ଲୋକ ଏଥିରେ ଜୀବନ ହରାଇଥିଲେ । ସେତେବେଳେ ଭୂକମ୍ପର ତୀବ୍ରତା ୮ ଥିଲା ବୋଲି ଆକଳନ କରାଯାଇଥିଲା ।

୧୯୬୦, ଚିଲିର ଭାଲଡିଭିଆ(ମେ’ ୨୨):ଅଦ୍ୟାବଧି ରେକର୍ଡ କରାଯାଇଥିବା ସବୁଠୁ ଶକ୍ତିଶାଳୀ ଏବଂ ବିନାଶକାରୀ ଭୂକମ୍ପ ୧୯୬୦ରେ ଆସିଥିଲା । ତାହା ଗ୍ରେଟ ଚିଲି ବା ଭାଲଡିଭିଆ ଭୂକମ୍ପ ନାମରେ ଜଣା । ଏହାର ତୀବ୍ରତା ୯.୫ଥିଲା । ଏଥିରେ ୧,୬୫୫ ଜଣଙ୍କ ଜୀବନ ଯାଇଥିଲା । ୨୦ ଲକ୍ଷ ଲୋକ ବାସହୀନ ହୋଇଯାଇଥିଲେ ।

୧୯୬୪, ଆଲାସ୍କା(ମାର୍ଚ୍ଚ ୨୭):ପ୍ରିନ୍ସ ୱିଲିୟମ ସାଉଣ୍ଡ କ୍ଷେତ୍ରରେ ୯.୨ ତୀବ୍ରତାର ଭୂକମ୍ପ ଆସିଥିଲା । ଏହାକୁ ଗୁଡ୍‌ ଫ୍ରାଇଡେ ଭୂକମ୍ପ ବି କୁହାଯାଏ । ଏହା ଏତେ ଶକ୍ତିଶାଳୀ ଥିଲା ଯେ ଅନେକ ସ୍ଥାନରେ ଜମି ଉପରକୁ ଉଠିଯାଇଥିଲା ।ବଡ଼ଧରଣର ସୁନାମୀ ଆସିଥିଲା । ତେବେ ସୌଭାଗ୍ୟବଶତଃ ଏଥିରେ ଅଧିକ ସଂଖ୍ୟାରେ ପ୍ରାଣହାନି ହୋଇ ନ ଥିଲା । ଏଥିଯୋଗୁ ୧୩୦ଜଣଙ୍କ ମୃତ୍ୟୁ ଘଟିଥିଲା । କିନ୍ତୁ ୨.୩ ବିଲିୟନଡଲାରରୁ ଅଧିକ କ୍ଷତି ହୋଇଥିଲା ।

୨୦୦୪, ସୁମାତ୍ରା, ଇଣ୍ଡୋନେସିଆ(ଡିସେମ୍ବର ୨୬):ଆଧୁନିକ ଇତିହାସର ସବୁଠୁ ଭୟଙ୍କର ଭୂକମ୍ପ ଆସିଥିଲା ୨୦୦୪ରେ । ଏହାର ତୀବ୍ରତା ରିକ୍ଟର ସ୍କେଲରେ ୯.୧ ଥିଲା । ଏହା ଇଣ୍ଡୋନେସିଆ ସମେତ ଥାଇଲାଣ୍ଡ, ଶ୍ରୀଲଙ୍କା, ଭାରତ, ପୂର୍ବଆଫ୍ରିକାରେ ପ୍ରଳୟ ରଚିଥିଲା । ଭୟଙ୍କର ସୁନାମୀଲହରି ଉଠିଥିଲା । ୨ ଲକ୍ଷ ୮୦ ହଜାରରୁ ଊଦ୍ଧ୍ୱର୍ଲୋକ ପ୍ରାଣ ହରାଇଥିଲେ । ୧୧ ଲକ୍ଷ ଲୋକବାସହୀନ ହୋଇଥିଲେ ।

୨୦୧୧, ଟୋହାକୁ, ଜାପାନ(ମାର୍ଚ୍ଚ ୧୧):ଜାପାନର ଗ୍ରେଟ ଟୋହାକୁରେ ୯.୧ ତୀବ୍ରତାର ଭୂକମ୍ପ ଆସିଥିଲା । ଭୟଙ୍କର ସୁନାମୀ ଯୋଗୁ ଉପକୂଳବର୍ତ୍ତୀଅଞ୍ଚଳ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଥିଲା । ଏଥିରେ୧୫ ହଜାରରୁ ଊଦ୍ଧ୍ୱର୍ ଜୀବନ ଯାଇଥିଲା । ଦେଢ଼ ଲକ୍ଷଲୋକ ବାସହରା ହୋଇଥିଲେ ।

୧୯୫୨, କାମ୍‌ଚଟକା, ରୁଷ୍‌ (ନଭେମ୍ବର ୪):ରୁଷ୍‌ ଉପଦ୍ୱୀପ କାମଚଟକାରେ ୯.୦ ତୀବ୍ରତାରଭୂକମ୍ପ ଆସିଥବଲା । ଏଥିଯୋଗୁ କାମ୍‌ଚଟକାସମେତ ହୱାଇ, ପେରୁ ଏବଂ ନ୍ୟୁଜିଲାଣ୍ଡରେ ବିପୁଳ କ୍ଷୟକ୍ଷତି ସହ ସମ୍ପତ୍ତି ନଷ୍ଟ ହୋଇଥିଲା ।

୨୦୧୦, ଚିଲି, ମୌଲେ (ଫେବ୍ରୁଆରୀ ୨୭):ମଧ୍ୟ ଚିଲିରେ ୮.୮ ତୀବ୍ରତାର ଭୂକମ୍ପ ଆସିଥିଲା ।ଏଥିଯୋଗୁ ୫୨୩ ଜଣଙ୍କ ମୃତ୍ୟୁ ଘଟିଥିଲା ।ତେବେ ବ୍ୟାପକ ଭିତ୍ତିଭୂମି ନଷ୍ଟ ହୋଇଥିଲା ।

୧୯୦୬, ଇକ୍ୟୁଏଡର-କଲୋମ୍ବିଆ(ଜାନୁଆରୀ ୩୧): କଲୋମ୍ବିଆ-ଇକ୍ୟୁଏଡର ସୀମାରେ ୮.୮ ତୀବ୍ରତାରଭୂକମ୍ପ ହୋଇଥିଲା । ଏଥିଯୋଗୁ ଉଠିଥିବାସୁନାମୀ ମଧ୍ୟ ଏବଂ ଦକ୍ଷିଣ ଆମେରିକାର ପ୍ରଶାନ୍ତମହାସାଗରୀୟ ଉପକୂଳକୁ ବେଶ୍‌ ପ୍ରଭାବିତକରିଥିଲା । ପ୍ରାୟ ୧,୫୦୦ ଜଣଙ୍କ ମୃତ୍ୟୁ ଘଟିଥିଲା ।

୧୯୫୦, ଅରୁଣାଚଳ-ତିବ୍ୱତ(ଅଗଷ୍ଟ ୧୫):ଭାରତୀୟ ଏବଂ ତିବ୍ୱତୀୟ କ୍ଷେତ୍ରରେ ୮.୬ତୀବ୍ରତାର ଭୂକମ୍ପ ଆସିଥିଲା । ଏଥିଯୋଗୁ ପ୍ରାୟ୭୮୦ ଜଣ ପ୍ରାଣ ହରାଇଥିଲେ । 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.