ଭୁବନେଶ୍ୱର ୦୭/୦୪: ଦୁନିଆରେ ଅନେକ ପକ୍ଷୀପ୍ରେମୀ ଅଛନ୍ତି। ସେମାନଙ୍କ ମଧ୍ୟରୁ କିଛି ଲୋକ ଘରେ ପକ୍ଷୀ ପାଳିବାକୁ ଖୁବ୍‌ ପସନ୍ଦ କରନ୍ତି। ହେଲେ ବେଳେ ବେଳେ ପକ୍ଷୀ ହଠାତ୍‌ ଘରେ ଭିତରେ ପ୍ରବେଶ କରି ଯାଆନ୍ତି। ବାସ୍ତୁଶାସ୍ତ୍ର ଅନୁଯାୟୀ ଘର ମଧ୍ୟରେ କେତେକ ପକ୍ଷୀଙ୍କର ଆଗମନ ଅତ୍ୟନ୍ତ ଶୁଭ ମନେ କରାଯାଏ । ଜାଣିବା ଆସନ୍ତୁ ଏ ପକ୍ଷୀଗୁଡ଼ିକଙ୍କ ସମ୍ପର୍କରେ - 

ଶୁଆ: ଶୁଆ ପୋଷିବାକୁ ଅନେକ ପକ୍ଷୀପ୍ରେମୀ ଭଲପାଆନ୍ତି ।  ମଣିଷ ପରି କଥା କହି ପାରୁଥିବା ଏହି ପକ୍ଷୀ ବୁଦ୍ଧିମାନ୍‌ ।  ବାସ୍ତୁ ଶାସ୍ତ୍ର ଅନୁଯାୟୀ ଶୁଆ ଅତି ଶୁଭ । ଯଦି  ଅକସ୍ମାତ ଏହି ପକ୍ଷୀ ଘର ଭିତରକୁ ପଶିଆସେ ଅବା  ଆଖପାଖରେ ଦେଖିବାକୁ ମିଳେ, ତେବେ ଘର ପରିବାର  ମଧ୍ୟରେ ବୁଝାମଣା ବଢ଼ିବା ସହିତ ମନୋମାଳିନ୍ୟ ଦୂର ହୋଇଯିବାର ସଙ୍କେତ ମିଳେ ।

ମୟୂର: ହିନ୍ଦୁ ଶାସ୍ତ୍ରରେ ମୟୂରର ବିଷେଷତ୍ୱ ରହିଛି । ଶିବପୁତ୍ର କାର୍ତ୍ତିକଙ୍କର ବାହନ ମୟୁର । ସବୁଠୁ ବଡ଼ କଥା ହେଲା ଭଗବାନ୍‌ କୃଷ୍ଣଙ୍କର ଅତିପ୍ରିୟ ମୟୁର ଚନ୍ଦ୍ରିକା । ଏହି ପକ୍ଷୀ ସୌଭାଗ୍ୟ ଏବଂ ସୌନ୍ଦର୍ଯ୍ୟର ପ୍ରତୀକ । ଯଦି ଆପଣଙ୍କ ଘର ଆଖପାଖରେ ବି ମୟୁର ଦେଖାଯାଆନ୍ତି ତେବେ ଏହା  ସୌଭାଗ୍ୟ ପ୍ରାପ୍ତିର ସଙ୍କେତ ଅଟେ ।

ନୀଳକଣ୍ଠ: ନୀଳକଣ୍ଠ ପକ୍ଷୀକୁ ଦେଖିବା ଅତି ଶୁଭ ମନେ କରାଯାଏ । ନୀଳକଣ୍ଠର ଦର୍ଶନ ମାତ୍ରେ ଭାଗ୍ୟ ଖୋଲିଯିବା ସହିତ ଧନ ପ୍ରାପ୍ତିର ସମ୍ଭାବନା ବଢ଼ିଥାଏ ।

ପାରା: ବାସ୍ତୁଶାସ୍ତ୍ର ଅନୁସାରେ ଘର ମଧ୍ୟକୁ ପାରା ବା କବୁତର ଆସିବା ଶୁଭଙ୍କର ଅଟେ । ପାରାକୁ ମା’ ଲକ୍ଷ୍ମୀଙ୍କର ପ୍ରତୀକ ଭାବେ ଗ୍ରହଣ କରାଯାଏ ।

ପେଚା: ଉଲ୍ଲୁକ ବା ପେଚା ଏକ ରାତ୍ରିଚର ପକ୍ଷୀ । ଏଣୁ ଦିନରେ ବାହାରେ କ୍ୱଚିତ ଦେଖିବାକୁ ମିଳେ । ହିନ୍ଦୁଶାସ୍ତ୍ର ମତରେ ପେଚା ମା’ଲକ୍ଷ୍ମୀଙ୍କର ବାହନ । ପେଚା ଯଦି ପ୍ରବେଶ କରେ, ଏଥିରୁ ଧନ,ଶ୍ରୀବୃଦ୍ଧିର ସଙ୍କେତ ମିଳିଥାଏ ।