ପ୍ରମୂଖ ଖବର
  • ବିହାର ଭୋଟର ତାଲିକାରୁ କଟିପାରେ ୩୪ ଲକ୍ଷ ମତଦାତାଙ୍କ ନାଁ, କାରଣ କହିଲେ ନିର୍ବାଚନ ଆୟୋଗ
  • ||
  • ବିହାର ରାଜନୀତିରେ ବଡ଼ ଟ୍ବିଷ୍ଟ, ଖୁବଶୀଘ୍ର ନୂଆ ଦଳ ଘୋଷଣା କରିପାରନ୍ତି ତେଜ ପ୍ରତାପ ଯାଦବ
  • ||
  • ଜନ୍ମଦିନରେ ଛତିଶଗଡ଼ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ ଗିରଫ; ଅବକାରୀ ଦୁର୍ନୀତି ମାମଲାରେ ବନ୍ଧିଲା ଇଡି
  • ||
  • ସକାଳେ ଗୁଳୁଗୁଳି, ଅପରାହ୍ନରେ ବର୍ଷା: ଭିଜିବ ଉପକୂଳରୁ ନେଇ ଆଭ୍ୟନ୍ତରୀଣ ଓଡ଼ିଶା, ୨୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||
  • FM କଲେଜରେ ପହଞ୍ଚିଲେ ୟୁଜିସି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍, ତଦନ୍ତ କରୁଛନ୍ତି ୪ ଜଣିଆ ଦଳ
  • ||
  • ଚାକିରି ଆଶା ଦେଖାଇ ଯୁବତୀଙ୍କୁ ନିର୍ଯାତନା: ରାଜସ୍ଥାନରୁ ଉଦ୍ଧାର ପରେ ଘରକୁ ଫେରିଲେ ଝିଅ
  • ||
  • ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ, ଯୁବକଙ୍କୁ ପଥରରେ ଛେଚି ମାରିଦେଲେ ବାଇକ୍ ଚୋର
  • ||
  • ଦିଲ୍ଲୀରେ ପୁଣି ୨୦ ଅଧିକ ବୋମା ଧମକ,ଆସିଥିଲା ଧମକପୂର୍ଣ୍ଣ ମେଲ୍, ପୁଲିସର ତଦାଘନା
  • ||
  • ଭୂକମ୍ପ ଝଟକାରେ ଥରିଲା ଚିଲି, ରିକ୍ଟର ସ୍କେଲରେ ତୀବ୍ରତା ୫.୭ ରେକର୍ଡ଼
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମାହୁତି ଘଟଣା: ଆଜି ବାଲେଶ୍ୱରରେ ଉଚ୍ଚଶିକ୍ଷା ବିଭାଗ କମିଟିର ତଦନ୍ତ, ଉପସ୍ଥିତ ରହିବେ ଆଇସିସିର ସମସ୍ତ ସଦସ୍ୟ
  • ||
  • TRFକୁ ଆତଙ୍କୀ ସଂଗଠନ ଘୋଷଣା କଲା ଆମେରିକା, ପହଲଗାମ ଆତଙ୍କୀ ଆକ୍ରମଣ ପାଇଁ କଲା ଦାୟୀ
  • ||

ବୈଭବ ସୂର୍ଯ୍ୟବଂଶୀ କିଏ ? ୧ କୋଟି ୧୦ ଲକ୍ଷ ଟଙ୍କାରେ କିଣିଲା ରାଜସ୍ଥାନ ରୟାଲ୍ସ

Published By : Tapas Panda | November 25, 2024 9:26 PM

ନୂଆଦିଲ୍ଲୀ: ବିହାରର କ୍ରିକେଟର ବୈଭବ ସୂର୍ଯ୍ୟବଂଶୀ ଏବେ ଚର୍ଚ୍ଚାରେ । ଆଇପିଏଲ ଅକ୍ସନ ଇତିହାସରେ ସର୍ବକନିଷ୍ଠ ପ୍ଲେୟାର ଭାବରେ ସାମିଲ ହୋଇଥିବା ବୈଭବଙ୍କୁ ୧ କୋଟି ୧୦ ଲକ୍ଷ ଟଙ୍କାରେ କିଣିଛି ରାଜସ୍ଥାନ ରୟାଲ୍ସ । ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି, ବୈଭବ ସୂର୍ଯ୍ୟବଂଶୀଙ୍କ ବୟସ ମାତ୍ର ୧୩ ବର୍ଷ । ଏଥର ଆଇପିଏଲ୍ ମେଗା ନିଲାମୀରେ ଓହ୍ଲାଇବାରେ ବୈଭବ ସର୍ବକନିଷ୍ଠ କ୍ରିକେଟର । ତାଙ୍କର ମୂଳ ମୂଲ୍ୟ ୩୦ ଲକ୍ଷ ଟଙ୍କା ଥିଲା । 

ନିଲାମ ପାଇଁ ବିସ୍ଫୋରକ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀଙ୍କ ନାଁ ଆସିବା କ୍ଷଣି ତାଙ୍କୁ କିଣିବା ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଛକାପଞ୍ଝା ଚାଲିଥିଲା । ଡାକରା ୩୦  ଲକ୍ଷରୁ ଆରମ୍ଭ ହୋଇ ୧.୧୦  କୋଟି ଟଙ୍କାରେ ପହଞ୍ଚିଥିଲା। ଆଉ ଶେଷ ଡାକରା ରାଜସ୍ଥାନ ଡାକିଥିଲା ଏବଂ ଦିଲ୍ଲୀ ଓହରି ଯାଇଥିଲା । ଏହି ଯୁବ ବ୍ୟାଟର ଏବେ ସଞ୍ଜୁ ସାମସନଙ୍କ ନେତୃତ୍ଵାଧୀନ ରାଜସ୍ଥାନ ରୟାଲ୍ସ ପକ୍ଷରୁ ଖେଳିବେ। 

ବୈଭବ ସୂର୍ଯ୍ୟବଂଶୀ ନିକଟରେ ଚର୍ଚ୍ଚାରେ ରହିଥିଲେ। ସେ ଅନ୍ତର୍ଜାତୀୟ ସ୍ତରରେ ଶତକ ହାସଲକାରୀ ଯୁବ ଖେଳାଳି ହୋଇଥିଲେ। ସେ ଏହି ଉପଲବ୍ଧି ଭାରତର ୧୯ ବର୍ଷରୁ କମ ଟେଷ୍ଟ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିଥିଲେ । ବୈଭବ ଉକ୍ତ ମ୍ୟାଚରେ ମାତ୍ର ୬୨ ବଲରୁ ୧୦୪ ରନର ଇନିଂସ ଖେଳିଥିବା ବେଳେ ୫୯ ବଲରୁ ଶତକ ପୂରଣ କରିଥିଲେ। 

ସୂର୍ଯ୍ୟବଂଶୀ ଚଳିତ ବର୍ଷ ବିହାର ପକ୍ଷରୁ ରଣଜୀରେ ପଦାର୍ପଣ କରି ପ୍ରଥମ ଥର ଚର୍ଚ୍ଚାକୁ ଆସିଥିଲେ। ସେହି ସମୟରେ ବୈଭବଙ୍କୁ ମାତ୍ର ୧୨ ବର୍ଷ ବୟସ ହୋଇଥିଲା। ସେ ଭାରତ ପାଇଁ ପ୍ରଥମ ଶ୍ରେଣୀ ଟୁର୍ଣ୍ଣାମେଣ୍ଟ ଖେଳିବାରେ ସବୁଠୁ ଯୁବ ଖେଳାଳି ହୋଇଥିଲେ।ଯୁବରାଜ ସିଂ ଏବଂ ସଚ୍ଚିନ ତେନ୍ଦୁଲକରଙ୍କ ଅପେକ୍ଷା ସୂର୍ଯ୍ୟବଂଶୀ କମ୍‌ ବୟସରେ ଟୁର୍ଣ୍ଣାମେଣ୍ଟ ଖେଳି ରେକର୍ଡ କରିଥିଲେ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.