ନୂଆଦିଲ୍ଲୀ : ଅଯୋଧ୍ୟା ରାମ ମନ୍ଦିର ଦାନ ହେରଫେରର ଗୁରୁତର ଅଭିଯୋଗ ପରେ, ରାମ ମନ୍ଦିର ଟ୍ରଷ୍ଟକ ଜଣେ ଉଚ୍ଚ ପଦସ୍ଥ ଅଧିକାରୀ ଏବଂ ଜଣେ ଟ୍ରଷ୍ଟି ନୈତିକତା ଦଷ୍ଟିରୁ ଇସ୍ତଫା ଦେଇଛନ୍ତି। ଏମାନଙ୍କ ମଧ୍ୟରେ ସବୁଠାରୁ ପ୍ରମୁଖ ନାଁ ହେଉଛି ଚମ୍ପତ ରାୟଙ୍କର, ଯିଏ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ମହାସଚିବ ଥିଲେ। ଏହି ଟ୍ରଷ୍ଟ ମନ୍ଦିରର ପରିଚାଳନା କରୁଥିବା ଏକ ସ୍ୱାଧୀନ ସଂସ୍ଥା । ସୂତ୍ର ଅନୁଯାୟୀ ସେ ଏବଂ ଟ୍ରଷ୍ଟି ଅନିଲ ମିଶ୍ରା ସେମାନଙ୍କର ଇସ୍ତଫା ଦାଖଲ କରିଛନ୍ତି। ଏହି ଇସ୍ତଫା ଏମିତି ସମୟରେ ଆସିଛି, ଯେବେ କିଛି ଦିନ ପୂର୍ବେ ମୁଖ୍ୟମନ୍ତ୍ରୀ ଯୋଗୀ ଏହି ପୂରା ମାମଲା ଉପରେ କଡ଼ା ଆଭିମୁଖ୍ୟ ଗ୍ରହଣ କରି ଥିଲେ। କିଛି ଦିନ ପୂର୍ବେ ମାମଲାର ଯାଞ୍ଚ କରୁଥିବା ଏସଆଇଟି ମଧ୍ୟ ନିଜର ପ୍ରାରମ୍ଭିକ ରିପୋର୍ଟ ପ୍ରଦାନ କରିଥିଲା। ଖବର ଅନୁସାରେ , ମନ୍ଦିରର ଆକାଉଣ୍ଟରୁ ପାଖାପାଖି ୭-୭.୫ କୋଟି ଟଙ୍କା ଗାଏବ ଅଛି। ହେଲେ ସରକାରୀ ସଂଖ୍ୟାକୁ ଏପର୍ଯ୍ୟନ୍ତ ଅପେକ୍ଷା କରାଯାଇଛି।
ଏହି ମାମଲା ଆରମ୍ଭରୁ ଚମ୍ପତ ରାୟଙ୍କ ନାମ ଖବରରେ ରହିଛି, କିନ୍ତୁ ସେ ସେହି ବ୍ୟକ୍ତି ଯିଏ ରାମ ମନ୍ଦିର ଆନ୍ଦୋଳନର ସମାପ୍ତି ଠାରୁ ଆରମ୍ଭ କରି ମହାନ ମନ୍ଦିର ନିର୍ମାଣ ପର୍ଯ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରି ଥିଲେ। ଅଯୋଧ୍ୟାର ଇତିହାସ ଏବଂ ଏହାର ପ୍ରତ୍ୟେକ କୋଣ ଅନୁକୋଣ ବିଷୟରେ ତାଙ୍କର ଗଭୀର ଜ୍ଞାନ ଯୋଗୁଁ , ଲୋକେ ତାଙ୍କୁ ସ୍ନେହରେ ‘ଅଯୋଧ୍ୟାର ଏନସାଇକ୍ଲୋପିଡିଆ’ ଏବଂ ‘ ରାମ ଲଲ୍ଲାଙ୍କ ରେକର୍ଡ-ରକ୍ଷକ’ ମଧ୍ୟ କହନ୍ତି।
ସୁପ୍ରିମକୋର୍ଟ ରାମ ମନ୍ଦିର ନିର୍ମାଣ ପାଇଁ ପଥ ପ୍ରଶସ୍ତ କରିବା ପର ଠାରୁ ଚମ୍ପତ ରାୟ ନିରନ୍ତର ରାମ ଜନ୍ମଭୂମି ସ୍ଥଳର ନେତୃତ୍ବ ନେଇ ଆସୁ ଥିଲେ। ୫ ଅଗଷ୍ଟ , ୨୦୨୦ରେ ଭବ୍ୟ ମନ୍ଦିରର ଶିଳାନ୍ୟାସ ଉତ୍ସବ ଠାରୁ ଆଜି ପର୍ଯ୍ୟନ୍ତ, ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ସାଧାରଣ ସମ୍ପାଦକ ଭାବରେ ରାୟ ମନ୍ଦିରର ଛୋଟରୁ ବଡ଼ ନିର୍ମାଣରେ ନିଷ୍ଠାର ସହିତ ଜଡିତ ଅଛନ୍ତି।
ଚମ୍ପତ ରାୟ କିଏ ?
ଚମ୍ପତ ରାୟଙ୍କ ପ୍ରକୃତ ନାମ 'ଚମ୍ପତ ରାୟ ବଂଶଲ'। ସେ ୧୯୪୬ ମସିହାରେ ଉତ୍ତର ପ୍ରଦେଶର ବିଜନୌର ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ। ସେ ପିଲାଦିନରୁ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ)ର ବିଚାରଧାରା ସହିତ ଜଡିତ ହୋଇଥିଲେ। ପାଠପଢା ସମାପ୍ତ କରିବା ପରେ, ସେ ବିଜନୌରର ଆରଏସଏମ ଡିଗ୍ରୀ କଲେଜରେ ରସାୟନ ବିଜ୍ଞାନର ପ୍ରଫେସର ହୋଇ ଛାତ୍ରମାନଙ୍କୁ ପଢାଉ ଥିଲେ।
ଜରୁରୀକାଳୀନ ପରିସ୍ଥିତି ସମୟରେ ଗିରଫ-
୧୯୭୫ ମସିହାରେ ଯେତେବେଳେ ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ ହୋଇଥିଲା, ଆରଏସଏସ ସହିତ ତାଙ୍କର ସମ୍ପର୍କ ଯୋଗୁଁ ପୁଲିସ ତାଙ୍କୁ ଗିରଫ କରିବାକୁ ପହଞ୍ଚି ଥିଲା। ତାଙ୍କ ସହଯୋଗୀମାନେ ତାଙ୍କ ବିଷୟରେ ଏକ ଆକର୍ଷଣୀୟ କାହାଣୀ କୁହନ୍ତି -
ଯେତେବେଳେ ପୁଲିସ ତାଙ୍କୁ ଗିରଫ କରିବାକୁ ପହଞ୍ଚିଲା, ସେ କଲେଜରେ ଛାତ୍ରଛାତ୍ରୀଙ୍କୁ ରସାୟନ ବିଜ୍ଞାନ ପଢ଼ାଉ ଥିଲେ। ଚମ୍ପତ ରାୟ ଶାନ୍ତ ଭାବରେ ପୁଲିସ ଅଧିକାରୀମାନଙ୍କୁ କହିଥିଲେ , ଦୟାକରି ମୋର ଲେକଚର ଶେଷ ହେବା ପର୍ଯ୍ୟନ୍ତ କିଛି ସମୟ ଅପେକ୍ଷା କରନ୍ତୁ। ତାଙ୍କ କଥା ଏମିତି ଥିଲା ଯେ, ପୁଲିସମାନେ ବି ରାଜି ହୋଇଗଲେ, ଏବଂ କ୍ଲାସ ଶେଷ ହେବା ପରେ ହିଁ ତାଙ୍କୁ ସାଥିରେ ନେଇକି ଯାଇଥିଲେ।
ଜରୁରୀକାଳୀନ ପରିସ୍ଥିତି ସମୟରେ ସେ ପ୍ରାୟ ୧୮ ମାସ (ଦେଢ଼ ବର୍ଷ) ଜେଲରେ ବିତାଇ ଥିଲେ, ଏହି ସମୟ ମଧ୍ୟରେ ତାଙ୍କୁ ବିଭିନ୍ନ ଜେଲକୁ ସ୍ଥାନାନ୍ତର କରାଯାଇ ଥିଲା।
ରାମ ମନ୍ଦିର ଆନ୍ଦୋଳନରେ ପ୍ରମୁଖ ଭୂମିକା-
ଜେଲରୁ ମୁକ୍ତ ହେବା ପରେ, ଚମ୍ପତ ରାୟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଥିଲେ। ସେ ପ୍ରଫେସର ଭାବରେ ତାଙ୍କର ସରକାରୀ ଚାକିରିରୁ ଇସ୍ତଫା ଦେଇଥିଲେ ଏବଂ ୧୯୮୦ ମସିହାରେ ବିଶ୍ୱ ହିନ୍ଦୁ ପରିଷଦ (VHP) ରେ ପୂର୍ଣ୍ଣକାଳୀନ ଯୋଗ ଦେଇଥିଲେ। ସେ ଅବଧ ଅଞ୍ଚଳ (ଅଯୋଧ୍ୟା ଓ ଏହାର ଆଖପାଖ ଅଞ୍ଚଳ) ବୁଲି ଯୁବକମାନଙ୍କୁ ଆନ୍ଦୋଳନରେ ସାମିଲ କରି ଥିଲେ।
ରାମ ମନ୍ଦିରକୁ ନେଇ ବର୍ଷ ବର୍ଷ ଧରି କୋର୍ଟରେ ଆଇନ ଲଢେଇ ଚାଲିଲା , ଏଥିରେ ଚମ୍ପତ ରାୟଙ୍କ ବଡ଼ ଭୂମିକା ଥିଲା। ତାଙ୍କ ପାଖରେ ପୁରୁଣା ପୁସ୍ତକ , କାଗଜପତ୍ର ଓ ପ୍ରମାଣର ଏତେ ଭଲ କଲେକ୍ସନ ଥିଲା ଯେ, ସେ ହିନ୍ଦୁ ପକ୍ଷର ଓକିଲଙ୍କୁ କୋର୍ଟରେ ଉପସ୍ଥାପିତ କରିବାକୁ ଦୃଢ ପ୍ରମାଣ ଓ ଦଲିଲ ଖୋଜି ଖୋଜି ପ୍ରଦାନ କରୁଥିଲେ।
ଏହାସହ ମଧ୍ୟ ପଢନ୍ତୁ : କେତନଙ୍କ ହତ୍ୟା ପାଇଁ ସିୟାଙ୍କ ଉପରେ ଚାପ ପକାଇ ଥିଲେ ଚେତନ ? ପ୍ରାଇଭେଟ୍ ମେସେଜ୍ ଓ କଲରେ ବ୍ଲାକମେଲ୍