ଭୁବନେଶ୍ବର, ୨୬/୬ : ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ । ଶୁକ୍ରବାର ଲୋକସେବା ଭବନଠାରେ ଏହି ପୁରସ୍କାର ପ୍ରଦାନ କରାଯାଇଛି। ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ଏହି ପୁରସ୍କାର ପ୍ରଦାନ କରିଛନ୍ତି ।
୨୦୨୩ ଓ ୨୦୨୪ବର୍ଷ ପାଇଁ ପୁରସ୍କାର ପ୍ରଦାନ କରାଯାଇଛି । ୨୦୨୩ ବର୍ଷ ପାଇଁ ମୋହନ ସୁନ୍ଦରଦେବ ଗୋସ୍ୱାମୀ ସମ୍ମାନ ଅଭିନେତା ଶ୍ୟାମଳେନ୍ଦୁ ଭଟ୍ଟାଚାର୍ଯ୍ୟଙ୍କୁ ମିଳିଥିବାବେଳେ ୨୦୨୪ ପାଇଁ ଅଭିନେତ୍ରୀ ନମ୍ରତା ଦାସଙ୍କୁ ମିଳିଛି । ୩୫ ଓ ୩୬ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର-୨୦୨୩ ଓ ୨୦୨୪ ଦୁଇ ବର୍ଷ ଲାଗି ୩୩ଟିରୁ ୩୧ଟି ଲେଖାଏଁ ବର୍ଗରେ ପୁରସ୍କାର ପ୍ରଦାନ କରାଯାଇଛି । ଦୁଇ ବର୍ଷ ଲାଗି ‘ସ୍ପେଶାଲ୍ ଇଫେକ୍ଟସ୍’ ବର୍ଗରେ କାହାକୁ ପୁରସ୍କାର ଦିଆଯାଇନାହିଁ ଏବଂ ‘ଶ୍ରେଷ୍ଠ ଆଦିବାସୀ ଚଳଚ୍ଚିତ୍ର’ ଲାଗି ଆବେଦନ ନାହିଁ ।
ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର -୨୦୨୩ ପ୍ରଦାନ
ମୋହନ ସୁନ୍ଦରଦେବ ଗୋସ୍ବାମୀ (ଜୀବନ ବ୍ୟାପୀ ସାଧନା ସମ୍ମାନ)- ଶ୍ୟାମଳେନ୍ଦୁ ଭଟ୍ଟାଚାର୍ଯ୍ୟ
ଶ୍ରେଷ୍ଠ ଚଳଚ୍ଚିତ୍ର- ‘ପୁଷ୍କରା’, ପ୍ରଯୋଜକ- ତରଙ୍ଗ ସିନେ ପ୍ରଡକ୍ସନ୍ସ, ‘ମାଇଁ ସୁଇଟ୍ ହାଉସ୍ ୱାଇଫ୍', ପ୍ରଯୋଜକ- ମିଷ୍ଟିକ୍ କ୍ଲୋ କ୍ଲାପ୍ସ- ନୈନା ଦାଶ ତିଓ୍ବାରୀ, ପ୍ରୀତିରାଜ ଶତପଥୀ
ଶ୍ରେଷ୍ଠ ନିର୍ଦ୍ଦେଶକ- ପିନାକୀ ସିଂ, ଶିଶିର କୁମାର ସାହୁ- ‘ମାଇଁ ସୁଇଟ୍ ହାଉସ୍ ୱାଇଫ୍’
ଶ୍ରେଷ୍ଠ ମୁଖ୍ୟ ଅଭିନେତା- ହରିହର ମହାପାତ୍ର- ‘ଧୋରେ ବାବୁ ଧୋ’
ଶ୍ରେଷ୍ଠ ମୁଖ୍ୟ ଅଭିନେତ୍ରୀ- ନୈନା ଦାଶ ତିୱାରୀ- ‘ମାଇଁ ସୁଇଟ୍ ହାଉସ୍ ୱାଇଫ୍', ସୁପ୍ରିୟା ନାୟକ- ‘ପୁଷ୍କରା’
ଶ୍ରେଷ୍ଠ ପାର୍ଶ୍ୱ ଅଭିନେତା- ଚୌଧୁରୀ ଜୟପ୍ରକାଶ ଦାସ- ‘ଫାଲ୍ଗୁନ ଚୈତ୍ର’
ଶ୍ରେଷ୍ଠ ପାର୍ଶ୍ୱ ଅଭିନେତ୍ରୀ- ସୂର୍ଯ୍ୟମୟୀ ମହାପାତ୍ର– ‘ଡେଲିଭରି ବୟ’
ଶ୍ରେଷ୍ଠ ଖଳ ଅଭିନେତା- ଚୌଧୁରୀ ବିକାଶ ଦାସ- ‘କଟକ ଶେଷରୁ ଆରମ୍ଭ’
ଶେଷ୍ଠ ଖଳ ଅଭିନେତ୍ରୀ- ପିଙ୍କି ପ୍ରଧାନ- ‘ଧୋରେ ବାବୁ ଧୋ’
ଶ୍ରେଷ୍ଠ ହାସ୍ୟ ଅଭିନେତା- ସନ୍ତୋଷ କୁମାର କାଣ୍ଡୀ- ‘ଶକ୍ତି ଆପାର୍ଟମେଣ୍ଟ’
ଶ୍ରେଷ୍ଠ ଶିଶୁ ଅଭିନେତ୍ରୀ- ଆଲିଆ ନନ୍ଦ- ‘ଶାନ୍ତି ଆପାର୍ଟମେଣ୍ଟ’
ଶ୍ରେଷ୍ଠ କାହାଣୀକାର- ପିନାକୀ ଶ୍ରୀଚନ୍ଦନ- ‘ନିୟତି’
ଶ୍ରେଷ୍ଠ ଚିତ୍ରନାଟ୍ୟ- ପ୍ରଣବ ପ୍ରସନ୍ନ ରଥ- ‘ଫାଲ୍ଗୁନ ଚୈତ୍ର’
ଶ୍ରେଷ୍ଠ ସଂଳାପ ଲେଖକ- ଭରଦ୍ୱାଜ ପଣ୍ଡା- ‘ମନ ମ୍ୟୁଜିୟମ୍’
ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ (ବାଳକୃଷ୍ଣ ଦାଶ ସମ୍ମାନ)- ଶରତ ନାୟକ- ‘ମନ ମ୍ୟୁଜିୟମ୍’
ଶ୍ରେଷ୍ଠ ଗୀତିକାର- ଡା. ନିର୍ମଳ ନାୟକ- ‘ମହର୍ଷି’- ମୋ ମାଟି ମୋ ପାଇଁ ବାସଚନ୍ଦନ
ଶ୍ରେଷ୍ଠ ପ୍ରଚ୍ଛଦପଟ୍ଟ ଗାୟକ- ବିଷ୍ଣୁ ମୋହନ କବି- ‘ମହର୍ଷି’– ମୋ ମାଟି ମୋ ପାଇଁ ବାସଚନ୍ଦନ
ଶ୍ରେଷ୍ଠ ପ୍ରଚ୍ଛଦପଟ୍ଟ ଗାୟିକା- ଅନ୍ତରା ଚକ୍ରବର୍ତ୍ତୀ-- ‘ମନ ମ୍ୟୁଜିୟମ୍’- ଆ ରେ ମେଘ ଆ
ଶ୍ରେଷ୍ଠ ଚିତ୍ରଗ୍ରହଣ (ପ୍ରମୋଦ ପତି ସମ୍ମାନ)- ରୁଦ୍ରକାନ୍ତ ସିଂ-‘ମାଇଁ ସୁଇଟ୍ ହାଉସ୍ ୱାଇଫ୍”
ଶ୍ରେଷ୍ଠ ସମ୍ପାଦନା- ରଶ୍ମୀରଞ୍ଜନ ଦାଶ- ‘ଏଇ ଆକାଶ ତଳେ’
ଶ୍ରେଷ୍ଠ ଶବ୍ଦ ଗ୍ରହଣକାରୀ- ଜ୍ୟୋତି ପ୍ରକାଶ ମହାନା- ‘ବାପା ସୁପରମ୍ୟାନ୍’
ଶ୍ରେଷ୍ଠ କଳା ନିର୍ଦ୍ଦେଶକ- କଳିଙ୍ଗ କେଶରୀ ନାୟକ- ‘ପୁଷ୍କରା’
ଶ୍ରେଷ୍ଠ ନୃତ୍ୟ ସଂଯୋଜନା- ମଣ୍ଟୁ ଜେନା- ‘ଡେଲିଭରି ବୟ
ଶ୍ରେଷ୍ଠ ରୂପ ସଜ୍ଜାକାରୀ- ରାଜ କିଶୋର ଜେନା- ‘ଲଭ୍ ଇନ୍ ଲଣ୍ଡନ’
ଶ୍ରେଷ୍ଠ ବେଶ ପୋଷାକ ସଜ୍ଜାକାରୀ- ଓ୍ବାସିଦିଆ ତବସୁମ୍- ‘ଫାଲ୍ଗୁନ ଚୈତ୍ର’
ଶ୍ରେଷ୍ଠ ସ୍ପେଶାଲ୍ ଇଫେକ୍ଟସ୍- କାହାକୁ ଦିଆଯାଇ ନାହିଁ
ଶ୍ରେଷ୍ଠ ମନୋରଞ୍ଜନ ଭିତ୍ତିକ ଚଳଚ୍ଚିତ୍ର- ‘ମାଲ୍ୟଗିରି-କାହାଣୀ ଆରମ୍ଭ’,
ପ୍ରଯୋଜକ- ରେନଡ୍ରପ ପିକ୍ଚର୍ସ- ରାକେଶ କୁମାର ଜେନା
ଶ୍ରେଷ୍ଠ ଶିଶୁ ଚଳଚ୍ଚିତ୍ର- ‘ଫୁଲଫୁଟି ମହକିଲା’- ପ୍ରଯୋଜକ- ପ୍ରତିଭା କ୍ରିଏଟିଭ୍ ଆର୍ଟସ୍-ଡ. ତ୍ରିଲୋଚନ ଖୁଣ୍ଟିଆ
ଶ୍ରେଷ୍ଠ ପ୍ରାମାଣିକ ଚଳଚ୍ଚିତ୍ର -‘ମୋ ବୋଉ ମୋ ଗାଁ’ ପ୍ରଯୋଜକ- କିକସେ
ୱିକ୍ସେ ଫିଲ୍ମସ୍ - ସୁପ୍ରଭା ସାହୁ, ନିର୍ଦ୍ଦେଶକ- ସୁବାସ ସାହୁ
ଶ୍ରେଷ୍ଠ ଶିକ୍ଷାଭିଭିକ ଚଳଚ୍ଚିତ୍ର - ‘ମାଇଁ ନ୍ୟାସନାଲ୍ ଫ୍ଲାଗ୍...’- ପ୍ରଯୋଜକ- ନିନା ମହାପାତ୍ର
ସ୍ବତନ୍ତ୍ର ଜୁରୀ ପୁରସ୍କାର- ସମର୍ପିତା ଦାଶ- ‘ଏଇ ଆକାଶ ତଳେ
ଶ୍ରେଷ୍ଠ ଓଡ଼ିଆ ସିନେମା ପୁସ୍ତକ- ମୋନୋଗ୍ରାଫ୍- ଅମିତାଇ ଖିଲାର
ଶ୍ରେଷ୍ଠ ଆଦିବାସୀ ଭାଷା ଚଳଚ୍ଚିତ୍ର- କୌଣସି ଚଳଚ୍ଚିତ୍ର ନାହିଁ
ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର- ୨୦୨୪ ପ୍ରଦାନ
ମୋହନ ସୁନ୍ଦରଦେବ ଗୋସ୍ବାମୀ (ଜୀବନ ବ୍ୟାପୀ ସାଧନା ସମ୍ମାନ)- ନମ୍ରତା ଦାସ (ଡଲି ଅପା)
ଶ୍ରେଷ୍ଠ ଚଳଚ୍ଚିତ୍ର - ‘ଆଶ୍ରମ’, ପ୍ରଯୋଜକ- ଅନୀଶ ଏଣ୍ଟରଟେନ୍ମେଣ୍ଟ- ତପନ କୁମାର ଦାସ
ଶ୍ରେଷ୍ଠ ନିର୍ଦ୍ଦେଶକ- ଅଶୋକ ପତି- 'ପାବାର୍’
ଶ୍ରେଷ୍ଠ ମୁଖ୍ୟ ଅଭିନେତା- ତନ୍ମୟ ମହାନ୍ତି (ବାବୁସାନ୍)- ‘ପାବାର୍’
ଶ୍ରେଷ୍ଠ ମୁଖ୍ୟ ଅଭିନେତ୍ରୀ – ଦେବଯାନୀ ଦେଘୁରିଆ- ‘ଭଗିଆ ଭାରିଯା’
ଶ୍ରେଷ୍ଠ ପାର୍ଶ୍ୱ ଅଭିନେତା- ସୁକାନ୍ତ ରଥ- ‘ତ୍ରିକନ୍ୟା’
ଶ୍ରେଷ୍ଠା ପାର୍ଶ୍ୱ ଅଭିନେତ୍ରୀ- ଲିପ୍ସା ମିଶ୍ର- ‘କେମିତି ଏ ସମ୍ପର୍କ’
ଶ୍ରେଷ୍ଠ ଖଳ ଅଭିନେତା- ହର ରଥ- ‘ଭୋଟ୍’
ଶେଷ୍ଠ ଖଳ ଅଭିନେତ୍ରୀ- ଭଷସୀ ମିଶ୍ର- “କେମିତି ଏ ସମ୍ପର୍କ
ଶ୍ରେଷ୍ଠ ହାସ୍ୟ ଅଭିନେତା- ଜୀବନ ପଣ୍ଡା- ‘ଅଦୃଶ୍ୟ’
ଶ୍ରେଷ୍ଠ ଶିଶୁ ଅଭିନେତ୍ରୀ- ଲତାସା ଖୁରାନା- ‘ତୁମ ବିନା’
ଶ୍ରେଷ୍ଠ କାହାଣୀକାର- ଅଜୟ ମହାପାତ୍ର - ‘ଭୋଟ୍
ଶ୍ରେଷ୍ଠ ଚିତ୍ରନାଟ୍ୟ - ଚିନ୍ମୟ କୁମାର ଦାସ- ‘ପରବ’
ଶ୍ରେଷ୍ଠ ସଂଳାପ ଲେଖକ- ବିଜୟ ଦାସ- “ସିନ୍ଦୂରା’
ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ (ବାଳକୃଷ୍ଣ ଦାଶ ସମ୍ମାନ)- ଦିବ୍ୟଜିତ୍ ସାହୁ – ‘ପରବ’
ଶ୍ରେଷ୍ଠ ଗୀତିକାର- ଦୁର୍ଗା ମାଧବ ପଣ୍ଡା- ‘କର୍ମ’- ମୋ ହୃଦୟଟା ନୁହେଁ
ଶ୍ରେଷ୍ଠ ପ୍ରଚ୍ଛଦପଟ୍ଟ ଗାୟକ- ରୂପକ କୁମାର ପରିଡ଼ା- ‘ଆଶ୍ରମ’- ଅବର୍ଣ୍ଣନୀୟ ଜଗନ୍ନାଥ
ଶ୍ରେଷ୍ଠ ପ୍ରଚ୍ଛଦପଟ୍ଟ ଗାୟିକା- ଅର୍ପିତା ଚୌଧୁରୀ- “ଚନ୍ଦ୍ରବଂଶୀ’– ମଧୁଛନ୍ଦାରେ
ଶ୍ରେଷ୍ଠ ଚିତ୍ରଗ୍ରହଣ (ପ୍ରମୋଦ ପତି ସମ୍ମାନ)- ମାନସ କୁମାର ମିଶ୍ର- “ ଭଗିଆ ଭାରିଯା'
ଶ୍ରେଷ୍ଠ ସମ୍ପାଦନା- ଚନ୍ଦ୍ରଶେଖର ମିଶ୍ର- ‘ଆଶ୍ରମ’
ଶ୍ରେଷ୍ଠ ଶବ୍ଦ ଗ୍ରହଣକାରୀ- ତୁଷାର ଜେଜା- ‘ରଂଗଶୁର’
ଶ୍ରେଷ୍ଠ କଳା ନିର୍ଦ୍ଦେଶକ- କଳିଙ୍ଗ ନାୟକ- ‘ରଂଗଶୁର
ଶ୍ରେଷ୍ଠ ନୃତ୍ୟ ସଂଯୋଜନା- ଗିରିଶ ମହାତି- ‘ଆଇ ଲଭ୍ ୟୁ-୨.0
ଶ୍ରେଷ୍ଠ ବେଶ ପୋଷାକ ସଜ୍ଜାକାରୀ- ନିର୍ମଳ ଦାଶ- ‘ଆଇ ଲଭ୍ ୟୁ-୨.0’
ଶ୍ରେଷ୍ଠ ରୂପ ସଜ୍ଜାକାରୀ- ତପନ ନାୟକ- ‘ଆଜିର ରେବତୀ’
ଶ୍ରେଷ୍ଠ ସ୍ପେଶାଲ୍ ଇଫେକ୍ଟସ୍- କାହାକୁ ଦିଆଯାଇ ନାହିଁ
ଶ୍ରେଷ୍ଠ ମନୋରଞ୍ଜନଭିଭିକ ଚଳଚ୍ଚିତ୍ର- ‘କର୍ମ’, ପ୍ରଯୋଜକ- ଅମୀୟ ପଟ୍ଟନାୟକ ପ୍ରଡକ୍ସନ୍
ଶ୍ରେଷ୍ଠ ଶିଶୁ ଚଳଚ୍ଚିତ୍ର- ‘ଅନୁଭବ’- ପ୍ରଯୋଜକ- ପିଙ୍କି ପ୍ରଧାନ
ଶ୍ରେଷ୍ଠ ପ୍ରମାଣିକ ଚଳଚ୍ଚିତ୍ର – “ଦଣ୍ଡେ ରହେ କାହାଣୀ କହେ”
ପ୍ରଯୋଜକ/ନିର୍ଦ୍ଦେଶକ- ଦ ପ୍ରମିୟର ମିଡିଆ- ସନ୍ତୋଷ ପଣ୍ଡା
ଶ୍ରେଷ୍ଠ ଶିକ୍ଷାଭିତ୍ତିକ ଚଳଚ୍ଚିତ୍ର- ‘ସିନ୍ଦୂରା’- ପ୍ରଯୋଜକ-ରାସେଶ୍ବରୀ ଫିଲ୍ମସ୍ - ବିରଞ୍ଚି ନାରାୟଣ ପଣ୍ଡା
ସ୍ବତନ୍ତ୍ର ଜୁରୀ ପୁରସ୍କାର- ସୋନା ମଲ୍ଲିକ- ‘ଆଭା’, ହରିହର ମହାପାତ୍ର - ‘ଭଗିଆ ଭାରିଯା'
ଶ୍ରେଷ୍ଠ ଓଡ଼ିଆ ସିନେମା ପୁସ୍ତକ- ଇଭୋଲ୍ୟୁସନ୍ ଅଫ୍ ଓଡ଼ିଆ ସିନେମା- ଡ. ରଞ୍ଜନ କୁମାର ରଥ
ଶ୍ରେଷ୍ଠ ଆଦିବାସୀ ଭାଷା ଚଳଚ୍ଚିତ୍ର- କୌଣସି ଚଳଚ୍ଚିତ୍ର ନାହିଁ
ଉଭୟ ବର୍ଷ ଲାଗି ମୋଟ ୫୨ଟି ଚଳଚ୍ଚିତ୍ର ଆବେଦନ ହୋଇଥିଲାବେଳେ ୩୫ଟି ସିନେମା (୨୦୨୩ ଲାଗି ଆବେଦନ ୨୪ରୁ ୧୭ ଏବଂ ୨୦୨୪ ଲାଗି ୨୮ରୁ ୧୮ଟି ସିନେମା) ପୁରସ୍କାର ଲାଗି ମନୋନୀତ ହୋଇଥିଲା। ସେହିପରି ଦୁଇ ବର୍ଷ ଲାଗି ୬-୬ଟି ୧୨ଟି ସିନେମା ପୁସ୍ତକରୁ ୨ଟି ପୁସ୍ତକ ପୁରସ୍କାର ପାଇବା ଲାଗି ମନୋନୀତ ହୋଇଥିଲା ।
୨୦୨୩ଲାଗି ଶ୍ରୀ ଭଟ୍ଟାଚାର୍ଯ୍ୟ ଏବଂ ୨୦୨୪ ଲାଗି ଡଲି ଅପାଙ୍କୁ ‘ମୋହନ ସୁନ୍ଦରଦେବ ଗୋସ୍ବାମୀ ସମ୍ମାନ ପ୍ରଦାନ କରାଯାଇଛି । ଦୁଇ ପ୍ରତିଭାଙ୍କୁ ପୁରସ୍କାର ସ୍ବରୂପ ଅଙ୍ଗବସ୍ତ୍ର, ପୁଷ୍ପଗୁଚ୍ଛ, ଟ୍ରଫି, ମାନପତ୍ର ସହ ୫ଲକ୍ଷ ଟଙ୍କାର ଅର୍ଥରାଶି ପ୍ରଦାନ କରାଯାଇଛି । ଶୁକ୍ରବାର ଅପରାହ୍ନରେ ଲୋକସେବା ଭବନ ସମ୍ମିଳନୀ କକ୍ଷରେ ସ୍ବତନ୍ତ୍ର ଉତ୍ସବରେ ବିଶିଷ୍ଟ ପ୍ରତିଭାମାନଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମ୍ମାନିତ କରିଛନ୍ତି ।
ପୁରସ୍କାର ଚୟନ ଲାଗି ଜାତୀୟ ପୁରସ୍କାରପ୍ରାପ୍ତ ଚଳଚ୍ଚିତ୍ର ନିର୍ଦ୍ଦେଶକ ପ୍ରଣବ ଦାସଙ୍କ ଅଧ୍ଯକ୍ଷତାରେ ଏକ ୭ ଜଣିଆ କମିଟି ଗଠନ କରାଯାଇଥିଲା।