ନୂଆଦିଲ୍ଲୀ,୨୪।୧: ଆଦାନୀ ଗ୍ରୁପ୍ ଏବଂ ଆମେରିକୀୟ ନିୟାମକ, ସିକ୍ୟୁରିଟିଜ୍ ଆଣ୍ଡ୍ ଏକ୍ସଚେଞ୍ଜ କମିଶନ (SEC) ମଧ୍ୟରେ ଚାଲିଥିବା ଆଇନଗତ ଲଢ଼େଇ ଏକ ନୂତନ ମୋଡ଼ ନେଇଛି। ତାଜା କୋର୍ଟ ଦସ୍ତାବିଜରୁ ଜଣାପଡିଛି ଯେ, ଭାରତର ଆଇନ ମନ୍ତ୍ରଣାଳୟ ଗୌତମ ଆଦାନୀ ଏବଂ ତାଙ୍କ ଭଣଜା, ସାଗର ଆଦାନୀଙ୍କୁ ଆମେରିକା ପଠାଇଥିବା ନୋଟିସକୁ ଗ୍ରହଣ କରିବାକୁ ମନା କରିସାରିଛି।
ଆମେରିକୀୟ କୋର୍ଟରେ ଦାଖଲ ହୋଇଥିବା ଡକ୍ୟୁମେଣ୍ଟ ଅନୁଯାୟୀ, ଭାରତ ସରକାରଙ୍କ ଆଇନ ମନ୍ତ୍ରଣାଳୟ ଏଥିପାଇଁ ଅନେକ ବୈଷୟିକ ଏବଂ ଆଇନଗତ କାରଣ ଦର୍ଶାଇଛି। ଆସନ୍ତୁ ଜାଣିବା ସେହି କାରଣଗୁଡ଼ିକ କ’ଣ। ଯେତେବେଳେ ଏସ୍ଇସି ପ୍ରଥମ ଥର ପାଇଁ ମେ୨୦୨୫ ରେ ସମନ ପଠାଇଥିଲା, ସେତେବେଳେ ମନ୍ତ୍ରଣାଳୟ ଏହାକୁ ଫେରସ୍ତ କରିଥିଲା, କଭର ଲେଟରରେ କାଳି ଦସ୍ତଖତ କିମ୍ବା ସରକାରୀ ମୋହର ନଥିବା ଦର୍ଶାଇ। ମନ୍ତ୍ରଣାଳୟ କହିଛି ଯେ,ଏଗୁଡ଼ିକ ବିନା, ଡକ୍ୟୁମେଣ୍ଟ ଗୁଡ଼ିକର ସତ୍ୟତା ଯାଞ୍ଚ କରିବା କଷ୍ଟକର ଥିଲା। ମନ୍ତ୍ରଣାଳୟ ଟେକ୍ନିକାଲ ଆପତ୍ତିର କଥା କହି ଦୁଇଥର ସମନ୍ ରଖିବାକୁ ମନା କରିଦେଇଛି। ଏହାପରେ ଏସ୍ଇସି ଏବେ ଆମେରିକା କୋର୍ଟକୁ ଇମେଲ ଜରିଆରେ ନୋଟିସ ପଠାଇବାର ଅନୁମତି ମାଗିଛି।
ଦସ୍ତାବିଜ ଅନୁସାରେ,ଭାରତ ସରକାର ମଇ ଓ ଡିସେମ୍ବର ୨୦୨୫ ରେ ଦୁଇଟି ଅଲଗା ଅଲଗା ଅଲଗା ସମୟରେ ସମନ୍ ଫେରାଇ ଦିଆଯାଇଛି। ପ୍ରଥମ ଥର ମଇ ୨୦୨୫ ରେ ଜିନିଷ ଫେରାଇ ଦେଇଥିଲା। ମନ୍ତ୍ରଣାଳୟ କହିଛି, ଏସ୍ଇସି କଭର ଲେଟରରେ ‘ଇଙ୍କ ସିଗନେଚର’ (ଅସଲ ହସ୍ତାକ୍ଷର) ନଥିଲା ଓ ଜରୁରୀ ଫର୍ମ ଉପରେ ଅଧିକାରୀଙ୍କ ମୋହର ବାଜି ନଥିଲା। ଅନ୍ୟପକ୍ଷେ ଆପତ୍ତି ଡିସେମ୍ବର ୨୦୨୫ ରେ ରେକର୍ଡ କରାଯାଇଥିଲା। ମନ୍ତ୍ରଣାଳୟ ଏସ୍ଇସିଙ୍କ ଏକ ଅନ୍ତରୀଣ ନିୟମ(ରୁଲ-୫ବି) ନେଇ କହିଥିଲେ ସମନ ଜାରି କରିବା ଏସ୍ଇସିଙ୍କ ସେହି ପ୍ରବର୍ତ୍ତନ ଟୁଲ ଶ୍ରେଣୀରେ ଆସିନଥାଏ ଯାହାକି ଏହି ନିୟମ ଅନୁସାରେ, କଭର ହୋଇଥାଏ। ସରଳ ଶବ୍ଦରେ, ମନ୍ତ୍ରଣାଳୟ ଏସ୍ଇସି ସମନ ଜାରି କରିବାର ଅଧିକାର ଉପରେ ଟେକ୍ନିକାଲ ପ୍ରଶ୍ନ ଉଠାଇଥିଲେ।
ଏସ୍ଇସି ନ୍ୟୁୟର୍କ କୋର୍ଟରେ ଦିଆଯାଇଥିବା ନିଜର ଆବେଦନରେ ଭାରତ ସରକାରଙ୍କ ମନ୍ତ୍ରଣାଳୟ ତର୍କ ନିରଧାର ବୋଲି କହିଛି। ଏସ୍ଇସି ଅନୁସାରେ,ଅନ୍ତର୍ଜାତୀୟ ଆଇନ ଅନୁସାରେ, ସମନ ପଠାଯିବା ପାଇଁ କୌଣସି ବିଶେଷ ମୋହର କିମ୍ବା ଇଙ୍କ ସିଗନେଚର ବାଧ୍ୟତାମୂଳକ ନୁହେଁ। ଏସଇସି ଏହା ମଧ୍ୟ ଦାବି କରିଛି ଯେ, ଯେଉଁ ଆମେରିକୀୟ ନିୟମ (ରୁଲ୍ ୫- ବି) କଥା ଭାରତ କହିଛି ତାହା ବାଧ୍ୟତାମୂଳକ ନୁହେଁ। ଏସ୍ଇସିର ଅନ୍ତରୀଣ ଯାଞ୍ଚ ପକ୍ରିୟା ପାଇଁ ରହିଛି ନା କି ଅନ୍ତର୍ଜାତୀୟ ସମନ ପଠାଇବାର ତା’ଣ ଆଇନଗତ ଶକ୍ତି ପାଇଁ ରହିଛି। ଆଦାନୀ ଗ୍ରୁପ୍ ଏହି ସବୁ ଅଭିଯୋଗକୁ ଆଧାରହୀନ ଘୋଷଣା କରିଛି। ଗ୍ରୁପ୍ର କମ୍ପାନୀ ଆଦାନୀ ଗ୍ରୀନ୍ ଏନର୍ଜି ସେୟାର ବଜାରକୁ ସ୍ପଷ୍ଟ କରିଛି ଯେ,କମ୍ପାନୀଏହି ଆଇନଗତ କାର୍ଯ୍ୟାନୁଷ୍ଠାନର ପକ୍ଷରେ ନାହିଁ। ତାଙ୍କ ବିରୋଧରେ ଦୁର୍ନୀତି ଓ ଭ୍ରଷ୍ଟାଚାର ଅଭିଯୋଗ ଲଗା ଯାଇ ନାହିଁ।
ଆହୁରି ପଢନ୍ତୁ: ବ୍ୟାଙ୍କ ଓ ୟୁପିଆଇ ଆପ୍ସରେ ଏବେ ମିଳିବ ‘ଏମର୍ଜେନ୍ସି ବଟନ୍‘, ସାଇବର ଠକେଇ ଓ ଡିଜିଟାଲ ଆରେଷ୍ଟ ଉପରେ ଲାଗିବ ଲଗାମ