ନୂଆଦିଲ୍ଲୀ,୨୪।୧ :ସାଇବର ଅପରାଧ ଏବଂ ବର୍ଦ୍ଧିତ ଡିଜିଟାଲ ଆରେଷ୍ଟକୁ ମୁକାବିଲା କରିବା ପାଇଁ ସରକାର ଏକ ବଡ଼ ପଦକ୍ଷେପ ନେଉଛନ୍ତି। ବ୍ୟାଙ୍କିଙ୍ଗ ଏବଂ ଡିଜିଟାଲ ପେମେଣ୍ଟ ସିଷ୍ଟମ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଫିଚର୍ସ ବିକଶିତ କରିବା ପାଇଁ ଗୃହ ମନ୍ତ୍ରଣାଳୟ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଛି। ଏହି ଫିଚର୍ସ ଏକ କିଲ୍ ସ୍ୱିଚ୍ କିମ୍ବା ଜରୁରୀକାଳୀନ ବଟନ୍ ପରି କାର୍ଯ୍ୟ କରିବ। ଏହା ସାହାଯ୍ୟରେ କୌଣସି ବି ୟୁଜର ଠକେଇ ସନ୍ଦେହ କଲେ ନିଜେ ସମସ୍ତ ଟ୍ରାଞ୍ଜାକସନକୁ ତୁରନ୍ତ ବନ୍ଦ କରିପାରିବେ। ଏହି ଫିଚର୍ସର ଉଦ୍ଦେଶ୍ୟ ହେଉଛି ଯେତେବେଳେ ସ୍କାମରମାନେ ଗୋଟିଏ ଆକାଉଣ୍ଟରୁ ଅନ୍ୟ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର କରନ୍ତି ସେତେବେଳେ ପ୍ରାରମ୍ଭିକ କିଛି ମିନିଟ୍ ମଧ୍ୟରେ ଲୋକଙ୍କ ଟଙ୍କାକୁ ସୁରକ୍ଷା ଦେଇଥାଏ।
ଜରୁରୀକାଳୀନ ବଟନ୍ କିପରି କାମ କରିବ?
ଗୃହ ମନ୍ତ୍ରଣାଳୟର ଉଚ୍ଚସ୍ତରୀୟ କମିଟିରେ ଆରବିଆଇ, ଭାରତୀୟ ସାଇବର ଅପରାଧ ସମନ୍ୱୟ କେନ୍ଦ୍ର (I4C), ଦିଲ୍ଲୀ ପୋଲିସ ଏବଂ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ସାମିଲ ଅଛନ୍ତି। ଏହି କମିଟି ଏକ ଏଭଳି ସମାଧାନ ଉପରେ କାମ କରୁଛି ଯାହା ବ୍ୟାଙ୍କିଙ୍ଗ ଏବଂ UPI ଆପ୍ସରେ ଏକ କିଲ୍ ସ୍ୱିଚ୍ କିମ୍ବା ଜରୁରୀକାଳୀନ ବଟନ୍ ଅନ୍ତର୍ଭୁକ୍ତ କରିବ। ଏହି ବଟନ୍ର ଲକ୍ଷ୍ୟ ହେଉଛି ଠକେଇ ସନ୍ଦେହ କରିବା ମାତ୍ରେ ବ୍ୟବହାରକାରୀମାନେ ବଟନ୍ ଦବାଇ ସେମାନଙ୍କର ଆକାଉଣ୍ଟଗୁଡ଼ିକୁ ଫ୍ରିଜ୍ କରିପାରିବେ। ଏହା ଯୋଗୁଁ, ସେହି ବ୍ୟକ୍ତିଙ୍କ ଆକାଉଣ୍ଟରୁ ହେଉଥିବା ଯେକୌଣସି ପ୍ରକାରର କାରବାର ପ୍ରକୃତ ସମୟରେ ବନ୍ଦ ହୋଇଯିବ ଏବଂ ଟଙ୍କା ସ୍କାମରଙ୍କ ପାଖରେ ପହଞ୍ଚିବ ନାହିଁ।
ନକଲି ଆକାଉଣ୍ଟ ଉପରେ ନଜର
ସ୍କାମରଙ୍କ ପାର୍ଟନ ଏହା ଅଛି ଯେ,ଠକେଇ ଟଙ୍କାକୁ ଦୃତ ଗତିରେ ଅଲଗା ଆକାଉଣ୍ଟକୁ ନେବା। ଏଥିପାଇଁ ସେମାନେ ଫେକ୍ ଆକାଉଣ୍ଟର ସାହାରା ନେଇଥାନ୍ତି। ଗୃହମନ୍ତ୍ରଣାଳୟର ହାଇ-ଲେବଲ କମିଟି ଏଭଳି ରିୟଲ-ଟାଇମ୍ ଡିଟେକ୍ସନ୍ ଟୁଲ୍ ତିଆରି କରିବା ଉପରେ ବିଚାର କରୁଛି। ଯାହାଦ୍ବାରା ଏଭଳି ଖାତାରୁ ଟଙ୍କା ପହଁଞ୍ଚାଇବା ପୂର୍ବରୁ ସତର୍କ କରିବା। ଏହା ସହ ଟ୍ରାଞ୍ଜାକସନ୍ ବ୍ଲକ କରିଦେଇଥାଏ। ଏହା ସହ ସରକାର ଏକ ଇନସ୍ୟୁରାନ୍ସ ଫଣ୍ଡ ତିଆରି କରିବା ଉପରେ ବିଚାର କରୁଛନ୍ତି। ଯାହାର ବ୍ୟବହାର ଏଭଳି ଠକେଇରୁ ହେଉଥିବା କ୍ଷତିର ଭରଣ କରିବା ପାଇଁ ସେୟାରରେ ଫଣ୍ଡ ଭାବରେ କାମ କରିବ।
ବନ୍ଦ ହେବ ଡିଜିଟାଲ ଆରେଷ୍ଟ ଭଳି ଘଟଣା
ଗତ କିଛି ସମୟ ଧରି ଡିଜିଟାଲ ଆରେଷ୍ଟ ମାମଲା ବଢିବାରେ ଲାଗିଛି। ଲୋକମାନେ ନିଜର ଜୀବନ ସାରା ଆୟକୁ ଠକଙ୍କ ହାତରେ ହରାଇ ବସନ୍ତି। ସରକାରଙ୍କ ମତରେ ସାଇବର ଅପରାଧ ସହ ଲଡିବା ପାଇଁ ଟେକ୍ନୋଲୋଜି, ଆଇନ ଓ ଜନ-ସଚେତନତା ଏଭଳି ବ୍ୟବହାର କରାଯିବା ଜରୁରୀ। ନୂଆ ଫିଚର୍ସ ଦ୍ବାରା ୟୁଜରଙ୍କୁ ଏକ ଅପ୍ସନ ମିଳିବ,ଯାହା ଦ୍ବାରା ସେହି ସମୟର ସେମାନେ ବ୍ୟବହାର କରିପାରିବେ, ଯେତେବେଳେ ତାଙ୍କୁ ଠକେଇରୁ ବଞ୍ଚିବା ପାଇଁ କୌଣସି ପ୍ରକାର ସାହାଯ୍ୟ ଦରକାର ଥାଏ।
ଆହୁରି ପଢନ୍ତୁ :ଶ୍ରମିକ ବେଶରେ ରାହୁଲ- ଖଡଗେ,ପିଏମ୍ ମୋଦିଙ୍କୁ କଲେ ଟାର୍ଗେଟ: କହିଲେ- କେବଳ ଭୋଟ୍ ପାଇଁ ସେ ନିଜକୁ ଚା’ ବାଲା କୁହନ୍ତି...