ମୁମ୍ବାଇ,୩୧/୫ :  IPL ବିଶ୍ୱର ସବୁଠାରୁ ବଡ କ୍ରିକେଟ ଲିଗ୍ । ଯେତେବେଳେ ବି ଫାଇନାଲ ମ୍ୟାଚ୍ ଖେଳାଯାଇଥାଏ ତା‘ପୂର୍ବରୁ ଉଦଯାପନୀ ଉତ୍ସବ କରିବାର ପରମ୍ପରା ବର୍ଷ ବର୍ଷରୁ ରହି ଆସିଛି । କିନ୍ତୁ IPL ୨୦୨୬ର ଫାଇନାଲ୍ ମ୍ୟାଚ୍ ପୂର୍ବରୁ କୌଣସି ବି ଉଦଯାପନୀ ସମାରୋହ ହୋଇନଥିଲା । ଟାଇଟଲ୍ ଲଢେଇ ପୂର୍ବରୁ ବିଭିନ୍ନ ଦାବି ସାମ୍ନାକୁ ଆସିଥିଲା ​​ଯେ କୈଳାସ ଖେରଙ୍କ ସମେତ ଅନେକ ପ୍ରମୁଖ ତାରକା ଲାଇଭ୍ ପ୍ରଦର୍ଶନ କରିପାରନ୍ତି, କିନ୍ତୁ ଏହି ସମସ୍ତ ଦାବି ମିଥ୍ୟା ପ୍ରମାଣିତ ହୋଇଛି ।

ଫାଇନାଲ ପୂର୍ବରୁ ଦାବି କରାଯାଉଥିଲା କି ବଲିଉଡର ଭେଟରାନ କଣ୍ଠଶିଳ୍ପୀ କୈଳାସ ଖେର ଉଦଯାପନୀ ସମାରୋହରେ ଯୋଗଦେବେ । ତାଙ୍କ ବ୍ୟତୀତ ଗୁଜୁରାଟୀ ଲୋକ ଗାୟକ ଅରବିନ୍ଦ ବେଗଦାଙ୍କ ମଧ୍ୟ ଲାଇଭ୍ ପରଫର୍ମାନ୍ସ କରିବାର ଆଶା କରାଯାଉଥିଲା । ଷ୍ଟାଣ୍ଡ-ଅପ୍ କମେଡ଼ିଆନ୍ ଦେବାଂଶୀ ଶାହ ମଧ୍ୟ ଯୋଗଦେବାର ଆଶା କରାଯାଇଥିଲା। ଗଣମାଧ୍ୟମ ରିପୋର୍ଟରେ ଏହା ମଧ୍ୟ ଦାବି କରାଯାଇଛି ଯେ, ଫାଇନାଲ ମ୍ୟାଚ୍ ପୂର୍ବରୁ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଉପସ୍ଥିତ ହୋଇ ବଲିଉଡ୍ ଅଭିନେତା ବରୁଣ ଧୱନ, ମୃଣାଳ ଠାକୁର ଏବଂ ପୂଜା ହେଗଡେ ପରଫର୍ମାନ୍ସ କରିବେ । ସୋସିଆଲ ମିଡିଆରେ ଏକ ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା । ଯେଉଁଥିରେ ଦାବି କରାଯାଇଥିଲା କି କୈଳାସ ଖେର ଉଦଯାପନୀ ଉତ୍ସବରେ ଲାଇଭ୍ ପରଫର୍ମାନ୍ସ କରିବେ ଏବଂ ଏକ ଡ୍ରୋନ୍ ଶୋ ମଧ୍ୟ ପ୍ରଦର୍ଶିତ ହେବ। କିନ୍ତୁ କୌଣସି ପ୍ରମୁଖ ତାରକା ଯୋଗଦେବା ଏବଂ ପ୍ରଦର୍ଶନ କରିବାର ସମସ୍ତ ଦାବି ମିଥ୍ୟା ପ୍ରମାଣିତ ହୋଇଛି।

ପ୍ରକାଶ ଯେ, ଭାରତୀୟ କ୍ରିକେଟ୍ କଣ୍ଟେ୍ରାଲ ବୋର୍ଡ଼ (BCCI) ଉଦଯାପନୀ ଉତ୍ସବକୁ ନେଇ କୌଣସି ପ୍ରକାର ସୂଚନା ଦେଇନଥିଲା । ଏହା ପୂର୍ବରୁ, BCCI ମଧ୍ୟ ଉଦଘାଟନୀ ଉତ୍ସବ ବିଷୟରେ କିଛି ଘୋଷଣା କରିନଥିଲା। ଏହା ପୂର୍ବରୁ ବୋର୍ଡ଼ ଉଦଘାଟନୀ ଉତ୍ସବ ବି ଆୟୋଜନ କରିନଥିଲା ।