ପ୍ରମୂଖ ଖବର
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ମାମଲାରେ ଆକ୍ସନ୍‌, ୫ ଜଣଙ୍କୁ ନିଲମ୍ବନ କଲା ରାଜ୍ୟ ବିଜେପି
  • ||
  • ଜୁଲାଇ ୧୪​‌ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଏମ୍‌ସ ସମାବର୍ତ୍ତନ ଉତ୍ସବରେ ଦେବେ ଯୋଗ
  • ||
  • କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି, ଆହୁରି ବଢ଼ିପାରେ
  • ||
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ରାଜ୍ୟରେ ୫ ମାସରେ ୧୨୪୩ ଦୁଷ୍କର୍ମର ଶିକାର, ହତ୍ୟାରେ ମୟୁରଭଞ୍ଜ ଆଗରେ

Published By : Swapna Ray | November 22, 2024 11:32 AM

ଭୁବନେଶ୍ୱର, ୨୨।୧୧: ରାଜ୍ୟରେ ବଢ଼ିବାରେ ଲାଗିଛି ଅପରାଧ, ବଢ଼ିଚାଲିଛି ଦୁଷ୍କର୍ମ ମାମଲା । ଦୈନିକ ଖବରକାଗଜ ପଢ଼ିବା ମାତ୍ରେ, ଦୁଷ୍କର୍ମ ଖବର ଲେଖାଥିବାଟା ଥୟ । ସନ୍ଧ୍ୟା ହେବା ମାତ୍ରେ, ଘରୁ ବାହାରକୁ ଯିବାକୁ ଡରୁଛନ୍ତି ମହିଳା । ଦକ୍ଷତା ସତ୍ତ୍ୱେ ବି ଫେଲ୍ ମାରୁଛି ପୋଲିସ । ଗତ ୫ ମାସ ଅର୍ଥାତ୍ ଜୁନ୍‌ରୁ ଅକ୍ଟୋବର ମଧ୍ୟରେ ରାଜ୍ୟରେ ଘଟିଥିବା ଅପରାଧରୁ ଏହା ଜଳଜଳ ଦେଖାଯାଉଛି । ଓଡ଼ିଶା ପୁଲିସ୍‌ ରିପୋର୍ଟ କହୁଛି, ଏହି ଅବଧିରେ ୧୨୪୩ ଜଣ (ମହିଳା, ଯୁବତୀ ଓ ନାବାଳିକା) ଦୁଷ୍କର୍ମର ଶିକାର ହୋଇଛନ୍ତି । ଏହି ୫ ମାସରେ ୫୫୬ ହତ୍ୟାକାଣ୍ଡ ଘଟିଛି । ଦୁଷ୍କର୍ମରେ ପ୍ରଥମରେ ରହିଛି ମୟୂରଭଞ୍ଜ ଜିଲ୍ଳା । ଏହି ଜିଲ୍ଳାରେ ସର୍ବାଧିକ ୯୬ ଜଣ ଦୁଷ୍କର୍ମର ଶିକାର ହୋଇଛନ୍ତି । ଦ୍ୱିତୀୟରେ ରହିଛି ଗଞ୍ଜାମ । ସେଠାରେ ୮୦ ଜଣ ବଳାତ୍କାରର ଶିକାର ହୋଇଛନ୍ତି । ତା’ ପଛକୁ ତୃତୀୟରେ ଯାଜପୁରରେ ୬୦, ଚତୁର୍ଥରେ ରହିଛି ଭୁବନେଶ୍ୱର ୟୁପିଡି । ଭୁବନେଶ୍ୱରରେ ୫୫ ଜଣ ଦୁଷ୍କର୍ମର ଶିକାର ହୋଇଛନ୍ତି । 

ହତ୍ୟା ମାମଲାରେ ବି ପ୍ରଥମ ସ୍ଥାନରେ ରହିଛି ମୟୂରଭଞ୍ଜ । ଏହି ଜିଲ୍ଳାରେ ମୋଟ୍ ୫୨ଟି ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି । ସେହିଭଳି ଦ୍ୱିତୀୟ ସ୍ଥାନରେ ଥିବା ଗଞ୍ଜାମ ପୁଲିସ୍‌ ଜିଲ୍ଲାରେ ୪୨ । ୩୩ଟି ହତ୍ୟାକାଣ୍ଡ ଘଟି କେନ୍ଦୁଝର ତୃତୀୟ ସ୍ଥାନରେ ରହିଛି । କଟକ ଗ୍ରାମାଞ୍ଚଳ ପୁଲିସ୍‌ ଜିଲ୍ଳାରେ ୩୦ଟି ହତ୍ୟାକାଣ୍ଡ ହୋଇଛି । ଚୋରି, ଲୁଟ୍‌ ଓ ଛିନତାଇରେ ପ୍ରଥମରେ ରହିଛି କମିଶନରେଟ୍‌ ପୁଲିସ୍‌ ଭୁବନେଶ୍ୱର ୟୁପିଡି । ଏଠାରେ ଅନ୍ୟ ଜିଲ୍ଳା ପୁଲିସଠାରୁ ଢେର୍‌ ଅଧିକ ଘଟଣା ଘଟଛି । ଗତ ୫ ମାସ ଭିତରେ ମୟୂରଭଞ୍ଜ ଦ୍ୱିତୀୟ ୧୩୯ ଓ ଭଦ୍ରକ ତୃତୀୟ ୧୩୬ଟି ଛିନ୍‌ତାଇ ମାମଲା ରୁଜୁ ହୋଇଛି । ରାଜ୍ୟରେ ୬ ମାସ ଭିତରେ ୧୩୯୯ ଲୁଟ୍‌ ମାମଲା ରୁଜୁ ହୋଇଥିଲା । ସେଥିରୁ ଭୁବନେଶ୍ୱରରେ ୟୁପିଡି ପ୍ରଥମ ସ୍ଥାନରେ ରହିଛି । ଏଠାରେ ରୁଜୁ ହୋଇଛି ୨୯୦ଟି ମାମଲା । ଦ୍ୱିତୀୟ ସ୍ଥାନ ପୁରୀରେ ୮୫ ଟି ମାମଲା ଓ ତୃତୀୟ ସ୍ଥାନରେ ଥିବା ସମ୍ବଲପୁରରେ ୬୨ଟି ମାମଲା । ରାଜ୍ୟର ସବୁ ଜିଲ୍ଳାରେ ୨ଅଙ୍କ ଭିତରେ ଲୁଟ୍‌ ମାମଲା ଥିବାବେଳେ ଭୁବନେଶ୍ୱର ୩ ଅଙ୍କ ପାର୍ କରିଛି । ଯଦି ଆମେ କମିଶନରେଟ୍‌ ପୁଲିସ୍‌ କଟକ କଥା ଦେଖିବା ତେବେ ସେଠାରେ ୪୪ ଟି ଲୁଟ୍‌ ମାମଲା ରୁଜୁ ହୋଇଥିବା ସରକାରୀ ତଥ୍ୟରୁ ଜଣାପଡ଼ିଛି । 

ଚୋରିରେ ବି ରେକର୍ଡ ଭାଙ୍ଗିଛି ଭୁବନେଶ୍ୱର ୟୁପିଡି । ୫ ମାସ ଭିତରେ ୧୨୩୧ଟି ଚୋରି ହୋଇଥିବା ବିଭିନ୍ନ ଥାନାରେ ମାମଲା ରୁଜୁ ହୋଇଛି । ଦ୍ୱିତୀୟ ସ୍ଥାନରେ ରହିଛି ଭଦ୍ରକ ଓ ମୟୂରଭଞ୍ଜ ଜିଲ୍ଳା । ଏହି ୨ଟି ଜିଲ୍ଳାରେ ୪୫୦ରୁ ଅଧିକ ଚୋରି ମାମଲା ରୁଜୁ ହୋଇଛି । ତୃତୀୟ ସ୍ଥାନରେ ରହିଛି କଟକ ୟୁପିଡି । କଟକରେ ୩୩୩ ଚୋରି ମାମଲା ରୁଜୁ ହେଇଛି । ଭୁବନେଶ୍ୱର ଓ ଏହାର ଉପକଣ୍ଠରେ ଥିବା ଆପାର୍ଟମେଣ୍ଟରୁ ଚୋରି ମାମଲା ଦେଖିଲେ ପୁଲିସ୍‌ର ଅପାରଗତା ଜଳଜଳ ଦେଖାଯାଉଛି । କମିଶନରେଟ୍‌ ପୁଲିସ୍‌ର ରିପୋର୍ଟ କହୁଛି, ଗତ ୯ ମାସ ଅର୍ଥାତ୍ ଜାନୁଆରୀରୁ ନଭେମ୍ବର ୧୦ ତାରିଖ ମଧ୍ୟରେ ୬୫ଟି ଆପାର୍ଟମେଣ୍ଟର ଚୋରି ହୋଇଥିବା ବିଭିନ୍ନ ଥାନାରେ ଅଭିଯୋଗ ହୋଇଛି । ପୁଲିସ୍‌ ମାମଲା ରୁଜୁ କରି ୨୯ ଜଣ ସିନ୍ଧିଚୋରଙ୍କୁ ଗିରଫ କରିଛି । ହେଲେ ସେମାନଙ୍କଠାରୁ ସମ୍ପତ୍ତି ଜବତ କରିବାରେ ଫେଲ୍‌ ମାରିଛି ପୁଲିସ୍‌ । 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.