କାମାକ୍ଷାନଗର,୧।୨ : ଗୁଣିଗାରେଡି ସନ୍ଦେହରେ ତୀରମାଡ଼। ଜଣେ ମହିଳା ମୃତ। ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ଥାନା ପିତ୍ତଳଧୁଆ ଗ୍ରାମର ଝରଣସାହିରେ ଏହି ଘଟଣା ଘଟିଛି।  ମୃତ ମହିଳା ଜଣକ ହେଲେ  ସୁନ୍ଦୁ ସିଙ୍କୁ। 

ଦୀର୍ଘଦିନ  ହେବ କଙ୍କଡ଼ାହାଡ଼ ଥାନା ପିତ୍ତଳଧୁଆ ଗ୍ରାମ ଝରଣସାହିର ଦାମୋଦର ପୂର୍ତ୍ତିଙ୍କ ଶରୀର ଅସୁସ୍ଥ ରହୁଛି । ଗ୍ରାମର ସୁନ୍ଦୁ ଗୁଣି ଗାରେଡି କରିଥିବା ଦାମୋଦର ସନ୍ଦେହ କରିଥିଲେ।  ଶନିବାର ସକାଳେ ସୁନ୍ଦୁ ନିଜ ଘର ବାରଣ୍ଡାରେ ବସିଥିବାବେଳେ ଦାମୋଦର ତୀର ଧରି ସୁନ୍ଦୁଙ୍କ ଉପରକୁ ମାଡ଼ କରିଥିଲେ। ତୀରଟି ସୁନ୍ଦୁଙ୍କ ଛାତିରେ ପଶି ଯିବା ସହ  ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି। ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତ ଦେହକୁ ଜବତ କରି ସାଇଣ୍ଟିଫିକ ଟିମର ସହାୟତାରେ ଅଧିକ ତଦନ୍ତ ଜାରି ରଖିଛି। ଘଟଣା ଘଟାଇବା ପରେ ଦାମୋଦର ଫେରାର ହୋଇଯାଇଥିଲା । ତେବେ କଙ୍କଡ଼ାହାଡ଼ ପୋଲିସ ତାକୁ ସଦଳବଳେ କାବୁ କରି ଥାନାରେ ଅଟକ ରଖିଛି।