ପ୍ରମୂଖ ଖବର
  • ଏସ୍ଆଇଆର ଲାଗି ନିର୍ବାଚନ ଆୟୋଗଙ୍କୁ ୨ ବର୍ଷ ସମୟ ମାଗିଲେ ପଶ୍ଚିମବଙ୍ଗ ସରକାର
  • ||
  • ଶନିବାର କୋରାପୁଟ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବାଙ୍କବିଜାରେ ବାଣ୍ଟିବେ ସୁଭଦ୍ରା କିସ୍ତି ଟଙ୍କା
  • ||
  • ଅଶାନ୍ତ ଶ୍ରୀକ୍ଷେତ୍ର, ପୂର୍ବ ଶତ୍ରୁତାରୁ ପୁରୀରେ ବୋମାମାଡ଼
  • ||
  • ଭୁବନେଶ୍ୱର : ଶ୍ୱଶୁର ଘରୁ ଜ୍ୱାଇଁଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ଗଞ୍ଜାମ : ସ୍କୁଟି କଣ୍ଟେନରରେ ଅଗ୍ନିକାଣ୍ଡ, ଜଳିଗଲା ୧୦୦ ସ୍କୁଟି
  • ||
  • ଭୁବନେଶ୍ଵର : ରାଜ୍ୟରେ ବର୍ଦ୍ଧିତ ଅପରାଧକୁ ନେଇ କ୍ଷୁବ୍ଧ ମୁଖ୍ୟମନ୍ତ୍ରୀ, ଡାକିଲେ ଜରୁରୀ ବୈଠକ
  • ||
  • ପଟ୍ଟାମୁଣ୍ଡାଇ ଯୁବତୀ ଜୀଅନ୍ତା ଜଳିଯିବା ମାମଲା : ବ୍ଲାକମେଲର ପୁରୁଷ ବନ୍ଧୁ ଅଟକ, ଚେନ୍ନାଇରୁ ଓଡ଼ିଶା ଆଣୁଛି ପୁଲିସ
  • ||
  • ଶୁକ୍ରବାର ରାଜ୍ୟବ୍ୟାପୀ କଂଗ୍ରେସ ପାଳିବ ବିଶ୍ୱ ଆଦିବାସୀ ଦିବସ, ରବିବାର କଂଗ୍ରେସ ଭବନରେ ହେବ ସଭା
  • ||
  • ଓଟିଇଟି ଲିକ୍‌ କେଳେଙ୍କାରୀର ଖୋଲିବ ଗୁମର, ରିମାଣ୍ଡରେ ଆସିବେ ଜିତନ୍, ବିଜୟ,ସୋମବାରଠୁ ଚାଲିବ ଜେରା
  • ||
  • ଭାରତ ସହିତ ବାଣିଜ୍ୟ ଆଲୋଚନାକୁ ଟ୍ରମ୍ପଙ୍କ ପ୍ରତ୍ୟାଖ୍ୟାନ, କହିଲେ ଟାରିଫ୍ ବିବାଦର ସମାଧାନ ନହେବା ଯାଏ କିଛି ହେବନି
  • ||
  • ଅସ୍ତବ୍ୟସ୍ତ କରୁଛି ଗରମ ସାଙ୍ଗକୁ ଗୁଳୁଗୁଳି: ୧୩ ତାରିଖରେ ଲଘୁଚାପ, ୨୦ ବେଳକୁ ଆଉ ଏକ ଘୂର୍ଣ୍ଣିବଳୟ ସମ୍ଭାବନା
  • ||
  • ପାଞ୍ଚ ଦିନରେ ପାଞ୍ଚ ଜିଲ୍ଲା ବୁଲିବେ ଉପମୁଖ୍ୟମନ୍ତ୍ରୀ, ଆଜି କୋଟିଆରେ ‘ସୁଭଦ୍ରା’ ସମୀକ୍ଷା କରିବେ
  • ||
  • ବଲାଙ୍ଗୀର : ନାଳକୁ ଖସିଲା ବାଇକ୍‌; ଜଣେ ମୃତ, ୨ ଗୁରୁତର
  • ||

ମହୁମାଛି ନେଇଗଲେ ମହିଳାଙ୍କ ଜୀବନ; ପିଜୁଳି ତୋଳିବା ହେଲା କାଳ

Published By : Harapriya Sethi | August 8, 2025 1:37 PM

ଭଞ୍ଜନଗର,୦୮/୦୮: ଗଞ୍ଜାମ ଜିଲ୍ଲାର ବେଲଗୁଣ୍ଠା ଥାନା ଗୋପୀନାଥ ସାହିରେ ଅଭାବନୀୟ ଘଟଣା । ମହୁମାଛି ଆକ୍ରମଣରେ ଚାଲିଗଲା ମହିଳାଙ୍କ ଜୀବନ । ମୃତ ମହିଳା ଜଣକ ଗୋପିନାଥ ସାହିର ଝୁନୁ ପାଳ ବୋଲି ଜଣାପଡିଛି । 

ସୂଚନା ମୁତାବକ, ନିଜ ଘର ପାଖରେ ଥିବା ପିଜୁଳି ଗଛରୁ ପିଜୁଳି ତୋଳୁଥିବା ବେଳେ ହଠାତ୍ ବହୁ ସଂଖ୍ୟକ ମହୁମାଛି ବାହାରି ଆକ୍ରମଣ କରିଥିଲେ । ଫଳରେ ମହିଳା ଜଣକ ସେଠାରେ ହିଁ ଗୁରୁତର ହୋଇ ତଳେ ପଡି ଯାଇଥିଲେ । ଏହା ଦେଖି ପରିବାର ଲୋକେ ତାଙ୍କୁ ପ୍ରଥମେ ବେଲଗୁଣ୍ଠା ମେଡ଼ିକାଲରେ ଭର୍ତ୍ତି କରିଥିଲେ । ହେଲେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.