ପାରାଦୀପ, ୨୩/୦୨ : ଚାରି ମହଲା ଉପରୁ ପଡ଼ି ମହିଳାଙ୍କ ମୃତ୍ୟୁ। ପାରାଦୀପ ତାରେଣୀଗଡାରେ ଏହି ଘଟଣା ଘଟିଛି। ମୃତ ମହିଳାଙ୍କ ପରିଚୟ ମିଳି ନଥିବା ବେଳେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ଛାତ ଉପରୁ ତଳକୁ ଖସିବା ସମୟରେ ମହିଳାଙ୍କ ଡ୍ରେସ୍ ଟି କାନ୍ଥରେ ଯାଇଥିବା ଗ୍ୟାସ ପାଇପ ଲାଇନରେ ଝୁଲି ରହିଛି। ଘଟଣାସ୍ଥଳରେ ପାରାଦୀପ ଆଦର୍ଶ ଥାନା ଆଇଆଇସି କାବୁଲି ବାରିକ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ପାରିପାର୍ଶ୍ବିକ ସ୍ଥିତିରୁ ହତ୍ୟା ସନ୍ଦେହ କରାଯାଉଛି।
ସୂଚନାନୁଯାୟୀ, ପାରାଦୀପ ତାରେଣୀଗଡାରେ ଥିବା ଏହି ଚାରି ମହଲା କୋଠାଟିର କାମ ଚାଲିଥିବା ବେଳେ ଗୋଟିଏ ଘରେ ୯ ଜଣ ଯୁବକ ରହୁଛନ୍ତି। ଛାତ ଉପରେ ମହିଳାଙ୍କ ଚପଲ, ମଶାବତୀ, ସିଗାରେଟ ଓ ଖଇନି ଜରି ପଡ଼ିଥିବା ଦେଖିବାକୁ ମିଳିଛି। ତେବେ ମହିଳା ଜଣଙ୍କ ସେଠାକୁ କାହିଁକି ଆସିଥିଲେ ଏବଂ ମହିଳା ଜଣଙ୍କ କିଏ ତାହା ଜଣାପଡ଼ି ନାହିଁ। ପୁଲିସ ୩ ଜଣ ଭଡ଼ାଟିଆଙ୍କୁ ଉଠେଇ ନେଇଥିବା ସୂଚନା ମିଳିଛି। ଘର ମାଲିକ ଶମ୍ଭୁ ଖୁଣ୍ଟିଆଙ୍କ କହିବା କଥା ସେମାନେ ୮ ଦିନ ହେବ ୪ ତାଲାରେ ଭଡ଼ା ନେଇ ରହୁଥିଲେ। ଏନେଇ ଅଧିକ ତଦନ୍ତ ଜାରି ରହିଥିବା ଆଦର୍ଶ ଥାନା ଅଧିକାରୀ କହିଛନ୍ତି।
ଏହି ଖବରଟିକୁ ପଢନ୍ତୁ- ମହାନଦୀ ଜଳ ବିବାଦ: ୨୬ରେ ଓଡ଼ିଶା ଆସିବେ ମହାନଦୀ ଟ୍ରିବ୍ୟୁନାଲ୍ ଟିମ୍