ପ୍ରମୂଖ ଖବର
  • ବିହାର ଭୋଟର ତାଲିକାରୁ କଟିପାରେ ୩୪ ଲକ୍ଷ ମତଦାତାଙ୍କ ନାଁ, କାରଣ କହିଲେ ନିର୍ବାଚନ ଆୟୋଗ
  • ||
  • ବିହାର ରାଜନୀତିରେ ବଡ଼ ଟ୍ବିଷ୍ଟ, ଖୁବଶୀଘ୍ର ନୂଆ ଦଳ ଘୋଷଣା କରିପାରନ୍ତି ତେଜ ପ୍ରତାପ ଯାଦବ
  • ||
  • ଜନ୍ମଦିନରେ ଛତିଶଗଡ଼ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ ଗିରଫ; ଅବକାରୀ ଦୁର୍ନୀତି ମାମଲାରେ ବନ୍ଧିଲା ଇଡି
  • ||
  • ସକାଳେ ଗୁଳୁଗୁଳି, ଅପରାହ୍ନରେ ବର୍ଷା: ଭିଜିବ ଉପକୂଳରୁ ନେଇ ଆଭ୍ୟନ୍ତରୀଣ ଓଡ଼ିଶା, ୨୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||
  • FM କଲେଜରେ ପହଞ୍ଚିଲେ ୟୁଜିସି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍, ତଦନ୍ତ କରୁଛନ୍ତି ୪ ଜଣିଆ ଦଳ
  • ||
  • ଚାକିରି ଆଶା ଦେଖାଇ ଯୁବତୀଙ୍କୁ ନିର୍ଯାତନା: ରାଜସ୍ଥାନରୁ ଉଦ୍ଧାର ପରେ ଘରକୁ ଫେରିଲେ ଝିଅ
  • ||
  • ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ, ଯୁବକଙ୍କୁ ପଥରରେ ଛେଚି ମାରିଦେଲେ ବାଇକ୍ ଚୋର
  • ||
  • ଦିଲ୍ଲୀରେ ପୁଣି ୨୦ ଅଧିକ ବୋମା ଧମକ,ଆସିଥିଲା ଧମକପୂର୍ଣ୍ଣ ମେଲ୍, ପୁଲିସର ତଦାଘନା
  • ||
  • ଭୂକମ୍ପ ଝଟକାରେ ଥରିଲା ଚିଲି, ରିକ୍ଟର ସ୍କେଲରେ ତୀବ୍ରତା ୫.୭ ରେକର୍ଡ଼
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମାହୁତି ଘଟଣା: ଆଜି ବାଲେଶ୍ୱରରେ ଉଚ୍ଚଶିକ୍ଷା ବିଭାଗ କମିଟିର ତଦନ୍ତ, ଉପସ୍ଥିତ ରହିବେ ଆଇସିସିର ସମସ୍ତ ସଦସ୍ୟ
  • ||
  • TRFକୁ ଆତଙ୍କୀ ସଂଗଠନ ଘୋଷଣା କଲା ଆମେରିକା, ପହଲଗାମ ଆତଙ୍କୀ ଆକ୍ରମଣ ପାଇଁ କଲା ଦାୟୀ
  • ||

ବରଗଡ଼ ଧନୁଯାତ୍ରା ନବମ ଦିନ: ଗୋପ ଛାଡ଼ି ମଥୁରାମୁହାଁ ବେନିଭ୍ରାତା, ରାଧା ଅସମ୍ଭାଳ...

Published By : Prameya | January 12, 2025 8:28 AM

ମଥୁରାନଗରୀ,୧୨/୦୧: ବରଗଡ଼ ଧନୁଯାତ୍ରାର ନବମ ଦିନରେ ବସୁଦେବଙ୍କ ଋଣ ପରିଶୋଧ ପାଇଁ ବାଲ୍ୟଲୀଳା ପରିତ୍ୟାଗ କରି ବାଳଗୋପାଳ ବାସୁଦେବ ରୂପ ଧାରଣ କରି ମଥୁରାମୁହାଁ ହୋଇଛନ୍ତି ।  ପିତାମାତାଙ୍କ ଉପରେ ମାମୁ କଂସ ଭିଆଇଥିବା ଅତ୍ୟାଚାରର ଉତ୍ତର ଦେବାର ସମୟ ଉପନୀତ ହୋଇଥିବାର ଜାଣି ଭଗବାନ ରୂପ କୃଷ୍ଣ ଅକ୍ରୂରଙ୍କ ନିମନ୍ତ୍ରଣକୁ ନ ଟାଳି ବଡ଼ଭାଇ ବଳରାମଙ୍କୁ ଧରି ମଥୁରା   ଯିବାରେ ଆଦୌ ପଶ୍ଚାତ୍‌ପଦ ହୋଇନଥିବା  ବେଳେ ଗୋପାଳଙ୍କ ବିହୁନେ ଗୋପପୁରରେ ନୀରବତା  ଖେଳିଯାଇଥିଲା । ଜନ୍ମରୁ ବାରବର୍ଷ ଧରି ଚଳାଇଥିବା  ଗୋପଲୀଳା ଓ ବାଲ୍ୟ ଚପଳାମୀକୁ ବିରାମ ଦେଇ କିଶୋର ବୟସରେ ଉପନୀତ କୃଷ୍ଣ ବଳରାମ କର୍ତ୍ତବ୍ୟ ସମ୍ପାଦନ ଦିଗରେ  ମଥୁରାମନ୍ତ୍ରୀ ଅକ୍ରୂରଙ୍କ  ସାଥିରେ ଅଗ୍ରସର ହୋଇଥିଲେ । ବେନିଭ୍ରାତା ମଥୁରା ପଳାଇବା ନିଶ୍ଚିତ ଜାଣି ଗୋପପୁରରେ ହତାଶାଭାବ ଖେଳି ଯାଇଥିଲା । ବିରହ ବେଦନାରେ ଗୋପୀ ଗୋପାଳମାନେ କାନ୍ଦି ଉଠିଥିବା ବେଳେ ମୁର୍ଚ୍ଛିତ ଯଶୋଦାଙ୍କ ପୁତ୍ର ବିଚ୍ଛେଦ ବେଦନା ଗୋପପୁରକୁ  ଶୋକାଚ୍ଛନ୍ନ କରିଦେଇଥିଲା । 

ନନ୍ଦୋତ୍ସବର ହସଖୁସିରୁ ଆରମ୍ଭ ହୋଇଥିବା ଗୋପପୁର ଯାତ୍ରା ଶନିବାର ଦୁଖକଷ୍ଟ, ବିରହ ମେଲାଣିରେ ସମାପ୍ତ ହୋଇଯାଇଛି । ମାମୁ କଂସଙ୍କର କପଟ ଡ଼ାକରାରେ ଧନୁଯାତ୍ରା ଦେଖିବା ପାଇଁ ମହାମନ୍ତ୍ରୀ ଅକ୍ରୁର ସାଥିରେ କୃଷ୍ଣ ବଳରାମ ବାହାରିବା ପରେ ଗୋପପୁରରେ କାନ୍ଦ ବୋବାଳି ପଡ଼ିଯାଇଥିଲା । କୃଷ୍ଣ ବିରହରେ ଛଟପଟ ତାଙ୍କର ପ୍ରାଣପ୍ରିୟା ଶ୍ରୀରାଧା ମଧ୍ୟ ରଥର ବାଟ ଓଗାଳି ମଥୁରା ନଯିବା ପାଇଁ କୃଷ୍ଣଙ୍କୁ ଅଶ୍ରୁଳ ନିବେଦନ କରିଥିବା ସମୟରେ ଗୋପୀଙ୍କ ସମୂହ କ୍ରନ୍ଦନ ଭାବପ୍ରବଣ ଗୋପବାସୀଙ୍କୁ କନ୍ଦାଇ ଦେଇଥିଲା । ଗୋପୀମାନେ ରଥଚକ ଆଗରେ ଆଗରେ ବସି ରହି  କରିଥିବା ବିଳାପ...ରଥକୁ ବେଢ଼ିଛନ୍ତି ବରଜନାରୀ, ମଥୁରାକୁ ନ ଯାଅ ବ୍ରଜ ବିହାରୀ । ଚରଣ ପଦ୍ମତଳୁ ଦୟାସାଗର, ସତେ ଆମକୁ କରିଯିବ ଅନ୍ତର ହେ..... ବେଶ୍‌ ଭାବାବେଗ ସୃଷ୍ଟିକରିଥିଲା । ମଥୁରା ନଯିବା  ପାଇଁ ଶ୍ରୀରାଧା ପାନପତ୍ରରେ ଶ୍ରୀକୃଷ୍ଣଙ୍କ ଉଦ୍ଦେଶ୍ୟରେ  ଲେଖିଥିବା ପତ୍ର ଭାବବିହ୍ୱଳ କରିଥିଲା । ଗୋପପୁରକୁ  ପୁଣି ପ୍ରତ୍ତ୍ୟାବର୍ତ୍ତନର ଆଶ୍ୱାସନା ଦେଇ ନନ୍ଦ ନନ୍ଦନ  କୃଷ୍ଣ, ବଳରାମ ମଥୁରାଭିମୁଖି ହୋଇଥିଲେ ।  

ଅକ୍ରୂରଙ୍କ ସଂସ୍କୃତ ଶ୍ଲୋକ ଏବଂ ବଜାଗଜାର  ମାଦକତାରେ ବେନିଭ୍ରାତା ଗୋପଛାଡ଼ି ମଥୁରାକଟକରେ  ପହଞ୍ଚିଥିବା ବେଳେ ବାଟସାରା ବିଭିନ୍ନ ସ୍ଥାନରେ  ପୂଜା ପାଇ ଧନୁଯାତ୍ରା ପର୍ବର ଆଉ ଏକ କିମ୍ବଦନ୍ତୀ  ସ୍ଥଳୀ ଖଜୁରଟିକ୍ରା ମଧୁବନ ତୋଟାରେ ପହଂଚି  ରାତ୍ରୀକାଳିନ ବିଶ୍ରାମ ନେଇଥିଲେ । ମେଲାଣି ଦିବସରେ  ସତରେ ଅମ୍ବାପାଲି ନିରବୀ ଯାଉଥିବା ବେଳେ  ଅବହେଳିତ ନିତ୍ୟନୈମିତ୍ୟ ଦିନଚର୍ଚ୍ଚା ପ୍ରାୟତଃ ଠପ୍‌ ପଡ଼ିଯାଇଥିଲା । ବନ୍ଦ ପଡ଼ିଯାଇଥିବା ଦୋକାନବଜାର  ଓ ବ୍ୟବସାୟରୁ ଏଠିକାର କୃଷ୍ଣପ୍ରେମର ମାତ୍ରା  ସତରେ ଅବର୍ଣ୍ଣନୀୟ । ୮ ଦିନ ଧରି ଭଗବତ୍‌ ସେବା  କରୁଥିବା ଗୋପପୁରବାସୀ (ଅମ୍ବାପାଲି) କୃଷ୍ଣ ବିରହ  ବେଦନାରେ ଖାଲି ମଉଳି ଯାଇନାହାନ୍ତି, ଆସନ୍ତାବର୍ଷକୁ  ପୁଣିଥରେ ଅପେକ୍ଷାରେ ରହିଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.