ପ୍ରମୂଖ ଖବର
  • ସୁନ୍ଦରଗଡ଼ : ରାସ୍ତାରେ ହୁତୁ ହୁତୁ ହୋଇ ଜଳିଗଲା କୋଇଲା ବୋଝେଇ ଟ୍ରେଲର; ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ||
  • ସମ୍ବଲପୁର : ହୀରାକୁଦରୁ ନିଷ୍କାସନ ହେବ ବର୍ଷର ପ୍ରଥମ ବନ୍ୟାଜଳ, ଆସନ୍ତା ୬ରୁ ଖୋଲିବ ଗେଟ୍
  • ||
  • ସୁନ୍ଦରଗଡ଼ : ହାଇୱା-ଓମିନି ଭ୍ୟାନ୍‌ ମୁହାଁମୁହିଁ ଧକ୍କା:୨ ମୃତ, ୪ ଗୁରୁତର
  • ||
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

WPL 2025; ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ ଉପରେ ଟଙ୍କା ବର୍ଷା, ପୋଛିନେଲା ସବୁ ଆୱାର୍ଡ

Published By : Ankita S | March 16, 2025 10:59 AM

ମୁମ୍ବାଇ,୧୬/୦୩: ମହିଳା ପ୍ରିମିୟର ଲିଗ ବିଜେତା ହୋଇଛି ମୁମ୍ବାଇ ଇଣ୍ଡିଆନ୍ସ । ଫାଇନାଲରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୮ରନରେ ହରାଇ ଚାମ୍ପିୟନ ହୋଇଛି ହର୍ମନପ୍ରୀତ କୌରଙ୍କ ନେତୃତ୍ବାଧୀନ ମୁମ୍ବାଇ । ଦ୍ବିତୀୟ ଥର ପାଇଁ ଡବ୍ଲୁପିଏଲ ଟାଇଟଲ ନିଜ ନାମରେ କରି ନେଇଛି ଦଳ । ମହିଳା ପ୍ରିମିୟର ଲିଗର ଛୋଟ ଇତିହାସରେ ଏକ ସଫଳ ଦଳ ହୋଇଛି ମୁମ୍ବାଇ ଇଣ୍ଡିଆନ୍ସ । ବିଜେତା ଦଳ ଉପରେ ଟଙ୍କା ବର୍ଷା ହୋଇଛି । ଟ୍ରଫି ସହ ଚାମ୍ପିୟନ ଦଳକୁ ପୁରସ୍କାର ରାଶି ବାବଦକୁ ୬ କୋଟି ଟଙ୍କା ମିଳିଛି । ଏହା ସହିତ ଅରେଞ୍ଜ କ୍ୟାପ, ପର୍ପଲ କ୍ୟାପ ଜିତିଥିଲା ଖେଳାଳିଙ୍କ ଉପରେ ମଧ୍ୟ ଟଙ୍କା ବର୍ଷା ହୋଇଛି ।

ବ୍ରାବୋର୍ନ୍ ଷ୍ଟାଡିୟମରେ ଡବ୍ଲୁପିଏଲ ଫାଇନାଲ ଫାଇଟ୍ ଖେଳାଯାଇଥିଲା  । ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ଦିଲ୍ଲୀ କ୍ୟାପିଟାଲ୍ସ । ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ମୁମ୍ବାଇ ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ ହରାଇ ୧୪୯ ରନ କରିଥିଲା । ଦିଲ୍ଲୀକୁ ୧୫୦ରନ ବିଜୟ ଲକ୍ଷ୍ୟ ମିଳିଥିଲା । ହର୍ମନପ୍ରୀତ କୌର ସର୍ବାଧିକ ରନ୍ କରିଥିଲା । ସେ ୬୬ରନର ଇନିଂସ ଖେଳିଥିଲେ । ସ୍କିଭର-ବ୍ରଣ୍ଟ ୩୦ ରନ କରିଥିଲେ। ଛୋଟିଆ ବିଜୟ ଲକ୍ଷ୍ୟ ନେଇ ପାଳି ଆରମ୍ଭ କରିଥିଲା ଦିଲ୍ଲୀ । ଫଟାଫଟ ୱିକେଟ ହରାଇଥିଲା । ୯ ୱିକେଟ ହରାଇ ୧୪୧ ରନ କରିବାରେ ସକ୍ଷମ ହୋଇଥିଲା । ୮ ରନରେ ବାଜି ମାରି ନେଇଥିଲା ମୁମ୍ବାଇ ଇଣ୍ଡିଆନ୍ସ ।

ଅଧିକ ପଢନ୍ତୁ...ଦ୍ବିତୀୟ ଥର ଡବ୍ଳୁପିଏଲ୍‌ ଚାମ୍ପିୟନ ହେଲା ମୁମ୍ବାଇ ଇଣ୍ଡିଆନ୍ସ; ଲଗାତର ତୃତୀୟ ଥର ଫାଇନାଲରେ ହାରିଲା ଦିଲ୍ଲୀ

କାହାକୁ ମିଳିଲା କେଉଁ ପୁରସ୍କାର ?

ଚାମ୍ପୟନ ମୁମ୍ବାଇ ଇଣ୍ଡିଆନ୍ସକୁ ଟ୍ରଫି ସହ ୬ କୋଟି ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯାଇଛି ।

ରନର୍ସଅପ ବା ଉପବିଜେତା ଦିଲ୍ଲୀ କ୍ୟାପିଟାଲ୍ସକୁ ଟ୍ରଫି ସହ ୩ କୋଟି ଟଙ୍କା ପୁରସ୍କାର ରାଶି ମିଳିଛି ।

ମୁମ୍ବାଇ ଇଣ୍ଡିଆନ୍ସର ଅଲରାଉଣ୍ଡର ସ୍କିଭର ବ୍ରେଣ୍ଟ ପ୍ଲେୟାର ଅଫ୍ ଦି ଟୁର୍ଣ୍ଣାମେଣ୍ଟ ହୋଇଛନ୍ତି । 

-ନେଟ ସ୍କିଭର-ବ୍ରେଣ୍ଟଙ୍କୁ ସର୍ବାଧିକ ୫୨୩ ରନ କରି ଅରେଞ୍ଜ କ୍ୟାପ ଜିତିବା ସହ ୫ ଲକ୍ଷ ଟଙ୍କା ପୁରସ୍କାର ଜିତିଛନ୍ତି ।

-ମୁମ୍ବାଇର ସ୍ପିନର ଏମୋଲିୟା କରେ ସର୍ବାଧିକ ୧୮ଟି ୱିକେଟ ନେଇ ପର୍ପଲ କ୍ୟାପ ଜିତିଛନ୍ତି । ତାଙ୍କୁ ମଧ୍ୟ ୫ ଲକ୍ଷ ଟଙ୍କା ପୁରସ୍କାର ରାଶି ମିଳିଛି ।

-ଯୁବା ଭରତୀୟ ଅଲରାଉଣ୍ଡର ଅମନଜୌତ କୌରଙ୍କୁ ଏମର୍ଜିଙ୍ଗ ପ୍ଲେୟାର ଅଫ୍ ଦି ସିରିଜ ଚୟନ କରାଯାଇଛି । ତାଙ୍କୁ ୫ ଲକ୍ଷ ଟଙ୍କା ମିଳିଛି ।

- WPL ଫେୟାର ପ୍ଲେ ଆୱାର୍ଡ ଗୁଜୁରାଟ ଜାଏଣ୍ଟ୍ସରକୁ ମିଳିଛି । ଦଳକୁ ଟ୍ରଫି ସହ ୫ ଲକ୍ଷ ଟଙ୍କା ପୁରସ୍କାର ରାଶି ମିଳିଛି ।

-ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟିକା ହର୍ମନପ୍ରୀତ କୌର ଫାଇନାଲରେ ପ୍ଲେୟାର ଅଫ୍ ଦି ମ୍ୟାଚ ବିବେଚିତ ହୋଇଛନ୍ତି । ତାଙ୍କୁ ୨.୫ ଲକ୍ଷ ଟଙ୍କା ପୁରସ୍କାର ରାଶି ମିଳିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.