ପ୍ରମୂଖ ଖବର
  • ଯାଜପୁର : ନଦୀରେ ଗାଧୋଇବାକୁ ଯାଇ ନିଖୋଜ ହୋଇଥିଲେ ବୃଦ୍ଧ, ମତ୍ସ୍ୟଜୀବୀଙ୍କ ଜାଲରୁ ମୃତଦେହ ଉଦ୍ଧାର
  • ||
  • କଟକ : ବୋଲେରୋ ଧକ୍କାରେ ସ୍ୱାମୀ ମୃତ, ସ୍ତ୍ରୀ ଓ ଝିଅ ଗୁରୁତର
  • ||
  • ଆଫ୍ରିକାରେ ୩ ଭାରତୀୟଙ୍କୁ ଅପହରଣ କରିନେଲେ ଅଲ୍ କାଏଦା ଆତଙ୍କୀ, ସୁରକ୍ଷିତ ଉଦ୍ଧାର ପାଇଁ ଭାରତର ପ୍ରକ୍ରିୟା
  • ||
  • ବୌଦ୍ଧ : ବାପାଙ୍କ ମୃତ୍ୟୁ ଖବର ଶୁଣି ଘରକୁ ଯାଉଥିଲେ ଦମ୍ପତି, ଦୁର୍ଘଟଣାରେ ଚାଲିଗଲା ଜୀବନ
  • ||
  • ବାଲେଶ୍ୱର : ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ଏବେବି ପାଣି ଘେରରେ ୨୦ରୁ ଅଧିକ ଗାଁ
  • ||
  • ୭ ଯାଏ ବର୍ଷା, ପଶ୍ଚିମ ଓଡ଼ିଶାରେ ପ୍ରବଳ ଛେଚିବ
  • ||
  • ଇଣ୍ଡୋନେସିଆ ବାଲିରେ ଅଘଟଣ, ୬୫ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ି ୪ ମୃତ, ଅନେକ ନିଖୋଜ
  • ||

WPL 2025: ଖେଳ ସୂଚୀ ଜାରି କଲା ବିସିସିଆଇ, ମାର୍ଚ୍ଚ ୧୫ରେ ଫାଇନାଲ୍‌

Published By : Tapas Panda | January 16, 2025 9:19 PM

Image Courtesy: indiatvnews

ନୂଆଦିଲ୍ଲୀ: ମହିଳା ପ୍ରିମିୟର ଲିଗ୍‌ (WPL) ଲାଗି ସଂପୂର୍ଣ୍ଣ ଖେଳ ସୂଚୀ ଘୋଷଣା କରିଛି ବିସିସିଆଇ । ଫେବୃଆରୀ ୧୪ରୁ ମହିଳା ପ୍ରିମିୟର ଲିଗ୍‌ ଆରମ୍ଭ ହେବାକୁ ଥିବା ବେଳେ ଉଦଘାଟନୀ ମ୍ୟାଚ୍‌ ଆରସିବି ଏବଂ ଗୁଜରାଟ ଟାଇଟନ୍ସ ମଧ୍ୟରେ ଖେଳାଯିବ । ଗୁରୁବାର WPL 2025 ପାଇଁ ସୂଚୀ ଜାରି କରିଛି ବିସିସିଆଇ । ଭଦୋଦରା, ବେଙ୍ଗାଲୁରୁ, ଲକ୍ଷ୍ନୌ ଏବଂ ମୁମ୍ବାଇରେ ମୋଟ ୨୨ ଟି ମ୍ୟାଚ୍‌ର ଆୟୋଜନ ହେବ । 

 


ମୁମ୍ବାଇରେ ଏଲିମିନେଟର ଏବଂ ଫାଇନାଲ୍‌ ମ୍ୟାଚ୍‌ ଖେଳାଯିବ । ସ୍ମୃତି ମନ୍ଧାନାଙ୍କ ନେତୃତ୍ବାଧୀନ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ଗତ ସିଜିନ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସକୁ  ହରାଇ ଟାଇଟଲ୍‌ ହାସଲ କରିଥିଲା । ଅଷ୍ଟ୍ରେଲିଆ ଟିମ୍‌ର ଅଧିନାୟକ ମେଗ୍‌ ଲାନିଂଙ୍କ ନେତୃତ୍ବରେ ଫାଇନାଲ୍‌ରେ ପହଞ୍ଚିଥିବା ଦିଲ୍ଲୀ ୨୦୨୫ ସିଜିନ୍‌ରେ ପ୍ରଥମେ ମୁମ୍ବାଇ ଇଣ୍ଡିଆନ୍ସକୁ ଭେଟିବ । ଏହି ମ୍ୟାଚ୍‌ ଫେବୃଆରୀ ୧୫ରେ ଭଦୋଦରାରେ ଖେଳାଯିବ ।  ଫେବୃଆରୀ ୧୪ରେ ନବନିର୍ମିତ ବିସିଏ ଷ୍ଟାଡିୟମରେ ଡିଫେଣ୍ଡିଂ ଚାମ୍ପିଅନ୍‌ ଆରସିବି ଏବଂ ଗୁଜରାଟ ଟାଇଟନ୍ସ ମଧ୍ୟରେ ହାଇଭୋଲଟେଜ୍‌ ମ୍ୟାଚ୍‌ ହେବ ।

ବେଙ୍ଗାଲୁରୁରେ ଖେଳ ପୂର୍ବରୁ ପ୍ରଥମେ ଭଦୋଦରାରେ ୬ ଟି ମ୍ୟାଚ୍‌ ଖେଳାଯିବ । ଆରସିବି ଘରୋଇ ମୈଦନାରେ ଫେବୃଆରୀ ୨୧ରେ ପ୍ରଥମେ ମୁମ୍ବାଇ ଇଣ୍ଡିଆନ୍ସକୁ ଭେଟିବ ।  ଭଦୋଦରାରେ ନବନିର୍ବିତ ବିସିଏ ଷ୍ଟାଡିୟମରେ ୬ଟି ମ୍ୟାଚ୍‌ ହେବା ପରେ ବେଙ୍ଗାଲୁରୁର ଚିନ୍ନାସ୍ବାମୀ ଷ୍ଟାଡିୟମରେ ପରବର୍ତ୍ତୀ ୮ଟି ମ୍ୟାଚ୍‌ ଖେଳାଯିବାର ଅଛି । ସେହିଭଳି ଲକ୍ଷ୍ନୌରେ ୪ ଏବଂ ମୁମ୍ବାଇରେ ଦୁଇଟି ଲିଗ୍‌ ପର୍ଯ୍ୟାୟ ମ୍ୟାଚ ଏବଂ ଦୁଇଟି ନକ୍‌ ଆଉଟ୍‌ ମ୍ୟାଚ୍‌ ଖେଳାଯିବା ନେଇ ଘୋଷଣା କରିଛି ବିସିସିଆଇ ।  

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.