ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

WPL 2025: ଆଜି ୟୁପି-ଗୁଜରାଟ ଜାଏଣ୍ଟ୍‌ସ ଲଢ଼େଇ, ବିଜୟ ଧାରାକୁ ଫେରିବାକୁ ସବୁ ଶକ୍ତି ଖଟାଇବ ୱାରିଅର୍ସ

Published By : Prameya | March 3, 2025 12:43 PM

ଲକ୍ଷ୍ନୌ, ୦୩/୦୩: ଡବ୍ଲ୍ୟୁପିଏଲ୍‌ର  ୧୫ତମ ଲିଗ୍‌ ମୁକାବିଲାରେ ଆଜି ୟୁପି  ୱାରିଅର୍ସ ଓ ଗୁଜରାଟ ଜାଏଣ୍ଟ୍‌ସ ପରସ୍ପରକୁ  ଭେଟିବାକୁ ଯାଉଛନ୍ତି । ୟୁପି ପୂର୍ବ ମ୍ୟାଚରେ  ପରାଜିତ ହୋଇଥିଲା । ଆଜିର ମ୍ୟାଚ୍‌ ଜରିଆରେ ଦଳ ବିଜୟକୁ ଫେରିବା ପାଇଁ  ଲକ୍ଷ୍ୟ ରଖିଛି । ଅନ୍ୟ ପଟରେ ଗୁଜରାଟ ତୃତୀୟ ବିଜୟ ସହ ପଏଣ୍ଟ ତାଲିକାରେ ଉପରକୁ ଉଠିବାକୁ ପ୍ରୟାସ କରିବ । 

ୟୁପି ୱାରିଅର୍ସ ୫ଟି ମ୍ୟାଚ୍‌ ଖେଳି ୨  ବିଜୟ, ୩ ପରାଜୟ ସହ ମୋଟ ୪ପଏଣ୍ଟ  ପାଇ ତାଲିକାରେ ତୃତୀୟ ସ୍ଥାନରେ ରହିଛି ।  ଦଳ ଗତ ୨୬ ତାରିଖରେ ମୁମ୍ବାଇ ଇଣ୍ଡିଆନ୍ସ  ନିକଟରୁ ୮ ୱିକେଟ୍‌ରେ ପରାଜିତ ହୋଇଥିଲା ।  ଆସନ୍ତାକାଲି ଗୁଜରାଟକୁ ହରାଇ ଦଳ ପ୍ଲେ- ଅଫ୍‌ ଆଶା ଦୃଢ଼ କରିବାକୁ ପ୍ରୟାସ କରିବ । ମ୍ୟାଚ୍‌ ଜିତିବାକୁ ହେଲେ ବ୍ୟାଟିଂ ବିଭାଗରେ  ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ପଡ଼ିବ । ଅଧିନାୟିକା  ଦୀପ୍ତି ଶର୍ମା, ସ୍ପିନର ସୋଫି ଏକ୍ଲେଷ୍ଟୋନ୍‌ ଓ  ଚିନେଲି ହେନରୀଙ୍କ ଉପରେ  ସମସ୍ତଙ୍କ ନଜର ରହିବ । 

ଗୁଜରାଟ ମୋଟ ୪ପଏଣ୍ଟ  ସହ ତାଲିକାରେ ସବା  ଶେଷରେ ରହିଛି । ଗତ ୨୭ ତାରିଖରେ ଦଳ  ୬ ୱିକେଟ୍‌ରେ ରୟାଲ୍‌ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ  ହରାଇଥିଲା । ଏହି ବିଜୟ ଦଳର ମନୋବଳ  ଦୃଢ଼ କରିଛି । ଅଧିନାୟିକା ଆସଲି ଗାର୍ଡନର  ପୂର୍ବ ମ୍ୟାଚ୍‌ରେ ଅର୍ଦ୍ଧଶତକ ଅର୍ଜନ କରିବା  ସହ ଫର୍ମରେ ଥିବା ପ୍ରମାଣିତ କରିଥିଲେ । ଟପ୍‌ ଅର୍ଡର ବ୍ୟାଟର ଦକ୍ଷତା ମୁତାବକ  ପ୍ରଦର୍ଶନ କଲେ ଦଳ ବଡ଼ ସ୍କୋର କରିପାରିବ ।

ସମ୍ଭାବ୍ୟ ଦଳ

ୟୁପି ୱାରିୟର୍ସ: କିରଣ ନଭଗିର, ଗ୍ରେସ୍‌  ହ୍ୟାରିସ୍‌, ବ୍ରିନ୍ଦା ଦିନେଶ, ଦୀପ୍ତି ଶର୍ମା  (ଅଧିନାୟିକା), ଶ୍ୱେତା ସେହରାୱତ,  ଉମା ଚେତ୍ରୀ, ଚିନେଲି ହେନରୀ,  ସାଇମା ଠାକୁର, ଆଲାନା କିଙ୍ଗ୍‌,  ସୋଫି ଏକ୍ଲେଷ୍ଟୋନ୍‌, କ୍ରାନ୍ତି ଗୌଡ଼ । 

ଗୁଜରାଟ: ବେଥ୍‌ ମୁନି, ଡି.  ହେମଲତା, ହର୍ଲିନ ଦେଓଲ, ଆସଲି  ଗାର୍ଡନର (ଅଧିନାୟିକା), ଫୋଏବ  ଲିଚଫିଲ୍ଡ, ଡିଣ୍ଡ୍ରା ଡଟିନ, କାଶଭୀ  ଗୌତମ, ଭାରତୀ ଫୁଲମାଳି,  ତନୁଜା କନୱାର, ମେଘନା ସିଂ/ ରାଜେଶ୍ୱରୀ ଗାଏକୱାଡ୍‌, ପ୍ରିୟା ମିଶ୍ରା

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.