ନୂଆଦିଲ୍ଲୀ; ୮/୧ : WPL ୨୦୨୬ ଆରମ୍ଭ ହେବାକୁ ଯାଉଛି । ଭାରତୀୟ ମହିଳା କ୍ରିକେଟରଙ୍କ ମହଲରେ ଖୁସିର ଲହରୀ ଖେଳି ଯାଇଛି । WPL ର ଚତୁର୍ଥ ସିଜିନ୍ ଖେଳାଯିବାକୁ ଥିବାବେଳେ ନିକଟରେ ସରିଛି ନିଲାମୀ । ସମସ୍ତ ଦଳ ନିଜକୁ ମଜବୁତ କରିବା ପାଇଁ ଷ୍ଟାର ଖେଳାଳିଙ୍କୁ ଦଳରେ ସାମିଲ୍ କରିଛନ୍ତି । ବିଦେଶୀ ଖେଳାଳିଙ୍କ ସମେତ ଭାରତୀୟ ଖେଳାଳିଙ୍କୁ ଅନେକ ସୁଯୋଗ ଦେବାକୁ ଯାଉଛି ଏହି ଲିଗ୍ । ଆଇପିଏଲ ସାରା ବିଶ୍ବରେ ଅନେକ କ୍ଷାତି ଅର୍ଜନ କରିଥିବାବେଳେ ସେହି ଢ଼ାଞ୍ଚାରେ ଖେଳାଯାଉଛି ମହିଳାଙ୍କ ମ୍ୟାଚ୍ । ତେବେ ଆସନ୍ତୁ ଆମର ଏହି ଆଲେଖ୍ୟରେ ଜାଣିବା ପ୍ରାଇଜ୍ ମନିରୁ ଆରମ୍ଭ କରି କଣ ରହିଛି ସମ୍ପୂର୍ଣ୍ଣ ସୂଚୀ ...
ଜାନୁୟାରୀ ୯ ତାରିଖ ଅର୍ଥାତ ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଯାଉଛି ଏହି WPL । ମୁମ୍ବାଇର ଡିଓ୍ବାଇ ପାଟିଲ୍ ଷ୍ଟାଡିୟମରେ ଖେଳାଯିବ । ଉଦଘାଟନୀ ମ୍ୟାଚରେ ପୂର୍ବବର୍ଷର ଚାମ୍ପିୟନ ମୁମ୍ବାଇ ଏବଂ ବାଙ୍ଗାଲୋର ମଧ୍ୟରେ ଖେଳାଯିବ । ସିଜିନରେ ମୋଟ୍ ୨୨ଟି ମ୍ୟାଚ ଖେଳାଯିବ । ମୁମ୍ବାଇରେ ଅଧିକ ମ୍ୟାଚ୍ ଖେଳାଯିବ । ଚଳିତ ବର୍ଷ କେବଳ ଦୁଇଟି ରାଜ୍ୟରେ ଅନୁଷ୍ଠିତ ହେବାକୁ ଯାଉଛି । ଏବେ ବିଜୟ ହଜାରେ ଟ୍ରଫି ଖେଳାଯାଉଛି ଅନ୍ୟପଟେ ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତ ମଧ୍ୟ ସିରିଜ୍ ଖେଳିବାକୁ ଯାଉଛି । ଏଣୁ ମାତ୍ର ଦୁଇଟି ରାଜ୍ୟରେ ଏହି ମ୍ରାଚ ଅନୁଷ୍ଠିତ ହେବାକୁ ଯାଉଛି ।
ଚଳିତ ସିଜିନରେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ୟୁପି ଓ୍ବାରିୟର୍ସ ନିଜର ଅଧିନାୟକ ବଦଳାଇଛନ୍ତି । ଦିଲ୍ଲୀ କ୍ୟାପିଟାଲ୍ସ ଜେମିମାଙ୍କୁ ଅଧିନାୟକ ପଦ ଦେଇଥିବାବେଳେ ୟୁପି ଓ୍ବାରିୟର୍ସ ମେଗ୍ ଲାନିଙ୍ଗଙ୍କୁ ଅଧିନାୟକ ପଦ ଦେଇଛି । ଅନେକ ଅନକ୍ୟାପ୍ଡ ଏବଂ ଯୁବ ଖେଳାଳିଙ୍କୁ ଚଳିତ ସିଜିନରେ ସୁଯୋଗ ମିଳିଛି । ସେମାନଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିବ । ଆପଣମାନେ WPL ର ସମସ୍ତ ମ୍ୟାଚ୍ ଗୁଡ଼ିକ ଷ୍ଟାର ସ୍ପୋର୍ସ ନେଟଓ୍ବର୍କ ଏବଂ ମୋବାଇଲରେ ଜିଓ ହଟଷ୍ଟାରରେ ଦେଖିବାକୁ ପାଇବେ । ପୂର୍ବ ନିୟମ ଅନୁସାରେ ଗୋଟିଏ ଦଳର ପ୍ଲେଇଙ୍ଗ ୧୧ରେ ୪ ଜଣ ବିଦେଶୀ ଖେଳାଳି ସ୍ଥାନ ପାଇପାରିବେ । ସେପଟେ ଚାମ୍ପିୟନ ଟିମ ୬ କୋଟି ଟଙ୍କାର ପୁରସ୍କାର ରାଶି ରହିଥିବାବେଳେ ରନରଅପ୍ ଦଳକୁ ୩ କୋଟି ଟଙ୍କା ପ୍ରଦାନ କରାଯିବ ।