ପ୍ରମୂଖ ଖବର
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ନିଶା ନିବାରଣ କେନ୍ଦ୍ରରେ ଯୁବକଙ୍କୁ ପିଟିପିଟି ହତ୍ୟା ଅଭିଯୋଗ, ୭ ଅଟକ

Published By : Rasmita Pradhan | March 6, 2025 2:50 PM

ଭୁବନେଶ୍ଵର, ୦୬/୦୩ : ନିଶା ନିବାରଣ କେନ୍ଦ୍ରରେ ଯୁବକଙ୍କୁ ପିଟିପିଟି ହତ୍ୟା। ମୃତ ଯୁବକ ଜଣଙ୍କ ହେଲେ ଭୁବନେଶ୍ଵର ଲକ୍ଷ୍ମୀସାଗର ଅଞ୍ଚଳର ଶୁଭାଶିଷ ନାୟକ। ଶୁଭାଶିଷଙ୍କ ବାପା ଏନେଇ ଥାନାରେ ଅଭିଯୋଗ କରିଛନ୍ତି। ପିପିଲି ଉତ୍ତରା ନିକଟସ୍ଥ ଦିଶା ଫାଉଣ୍ଡେସନ ବିରୋଧରେ ଏଭଳି ଅଭିଯୋଗ ଆସିଛି। ପୋଲିସ ଏହି ଘଟଣାରେ ୭ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।

ସୂଚନାନୁଯାୟୀ, ଭୁବନେଶ୍ଵର ଲକ୍ଷ୍ମୀସାଗର ଅଞ୍ଚଳର ଶୁଭାଶିଷ ନାୟକ ପିପିଲି ଉତ୍ତରା ନିକଟସ୍ଥ ଦିଶା ନିଶା ନିବାରଣ କେନ୍ଦ୍ରରେ ରହୁଥିଲେ। ବୁଧବାର ରାତିରେ ତାଙ୍କର ମୃତ୍ୟୁ ହୋଇଥିଲା। ଏନେଇ ପରିବାର ଲୋକଙ୍କୁ ଖବର ଦିଆଯାଇଥିଲା। ତେବେ ଶୁଭାଶିଷଙ୍କୁ ପିଟିପିଟି ମାରି ଦିଆଯାଇଥିବା ତାଙ୍କ ବାପା ନବକୃଷ୍ଣ ନାୟକ ଅଭିଯୋଗ କରିଛନ୍ତି। ଏହାପରେ ପିପିଲି ପୋଲିସ ଏବଂ ଫରେନସିକ୍ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଘଟଣାସ୍ଥଳରୁ ପ୍ଲାଷ୍ଟିକ ଲାଠି ଏବଂ ସିସିଟିଭି ହାର୍ଡ ଡିସ୍କ ଜବତ ହୋଇଛି। ଯୁବକଙ୍କୁ ହତ୍ୟା ସନ୍ଦେହରେ ପୋଲିସ ୭ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। 

ସୂଚନା ଥାଉକି, ୨୦୨୧ ମସିହାରେ ଦିଶା ଫାଉଣ୍ଡେସନର ଜଣେ ଅନ୍ତେବାସୀଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା। ଏବେ ଶୁଭାଶିଷଙ୍କ ହତ୍ୟା ଖବର ମିଳିବା ପରେ ଅନ୍ୟ ଅନ୍ତେବାସୀଙ୍କୁ ସେମାନଙ୍କ ପରିବାର ଲୋକ ଆସି ଘରକୁ ଫେରାଇ ନେଉଛନ୍ତି।  

ଏହି ଖବରଟିକୁ ପଢନ୍ତୁ-ନୂଆ ବାସଭବନରେ ମୁଖ୍ୟମନ୍ତ୍ରୀଙ୍କ ଗୃହ ପ୍ରବେଶ, ୨୬ ବର୍ଷ ପରେ ସିଏମ୍ କ୍ଵାର୍ଟରରେ ରହିବେ ମୋହନ


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.