ଚନ୍ଦାହାଣ୍ଡି ,୧୦।୨: ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଥାନା ଅଧୀନ ଏକ ଅଞ୍ଚଳରେ  ଜଣେ ଯୁବତୀଙ୍କୁ ବିବାହ ପ୍ରଲୋଭନ ଦେଖାଇ ପ୍ରତାରଣା । ଯୁବତୀ ଜଣକ ୩ ମାସର  ଗର୍ଭବତୀ ।   ଏ ନେଇ ଯୁବତୀ ଜଣକ ଜାନୁୟାରୀ ୨୮ ତାରିଖ ରେ ଥାନାରେ ଅଭିଯୋଗ  କରିଛନ୍ତି।  ତେବେ ଏତଲା  ଦେବାର  ୧୧ ଦିନ ବିତି ଯାଇ ଥିଲେ ମଧ୍ୟ ପୋଲିସ  ଅଭିଯୁକ୍ତଙ୍କୁ ଗିରଫ କରିବାରେ ବିଫଳ ହୋଇଛି। 

 ସାଲେଭଟା ଗ୍ରାମର ପ୍ରମାନନ୍ଦ ନାୟକ ଜଣେ ଯୁବତୀଙ୍କୁ  ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିଥିଲେ। ତେବେ ଯୁବତୀ ଜଣକ ଗର୍ଭବତୀ ହେବା ପରେ ପ୍ରମାନନ୍ଦ   ତାଙ୍କୁ ବିବାହ କରିବାକୁ ମନା କରି ଦେଇଥିଲେ । ଏ ନେଇ ପ୍ରେମିକ ପ୍ରମାନନ୍ଦ ନାୟକଙ୍କ ବିରୋଧରେ ଚନ୍ଦାହାଣ୍ଡି ଥାନା ରେ ଗତ ୨୮ ତାରିଖରେ ଏତଲା ଦେଇ ଥିଲେ l  ପୀଡିତାଙ୍କ ଏତଲାକୁ ଭିତ୍ତି କରି ଚନ୍ଦାହାଣ୍ଡି ଥାନାରେ ଏକ ମାମଲା ରୁଜ୍ଜୁ ହୋଇଥିଲା।  l ଏସଡିପିଓ ମିନାକ୍ଷୀ ଠାକୁର ଏହାର ତଦନ୍ତ ଭାର ନେଇଥିଲେ। ଏସଡିପିଓ  ପୀଡିତାଙ୍କ ଗ୍ରାମ କୁ ଯାଇ ସବିଶେଷ ତଦନ୍ତ କରିବା ସହ ପୀଡିତାଙ୍କ ଡାକ୍ତରୀ ମାଇନା କରାଇଥିଲେ।  ଅଭିଯୋଗ କରିବାର ୧୮ ଦିନ ବିତିଯାଇଥିଲେ  ସୁଧା  ପ୍ରେମାନ୍ଦ ନାୟକଙ୍କୁ  ପୋଲିସ ଗିରଫ କରିବାରେ ବିଫଳ ହୋଇଛି। ନ୍ୟାୟ ପାଇଁ ପୀଡିତା ଜଣକ  ଏସପି ଙ୍କ ଦ୍ୱାରସ୍ଥ ହେବେ  ବୋଲି କହିଛନ୍ତି। ଏ ସମ୍ପର୍କ ରେ ତଦନ୍ତ ଅଧିକାରୀ  ଏସଡିପିଓ ମିନାକ୍ଷୀ ଠାକୁର ଙ୍କୁ ପଚାରିବାରୁ  ଅଭିଯୁକ୍ତ ଙ୍କୁ ଗିରଫ କରିବା ପାଇଁ ପ୍ରୟାସ ଜାରି ରହିଛି l ଖୁବ ଶିଘ୍ର ଗିରଫ କରାଯିବ ବୋଲି ସେ କହିଛନ୍ତି l