ରେଢ଼ାଖୋଲ, ୨୫/୫: ରେଢ଼ାଖୋଲ ଥାନା ଖଣ୍ଡହତା ଗ୍ରାମ ନିକଟ ଜଙ୍ଗଲରୁ ପୁଲିସ ଜଣେ ଅଜଣା ଯୁବକଙ୍କ ଗଳିତ ଶବକୁ ଜବତ କରିଛି। ଯୁବକଙ୍କ ପରିଚୟ ମିଳି ନାହିଁ। ତେବେ ଯୁବକଙ୍କୁ ହତ୍ୟା କରାଯାଇ ଜଙ୍ଗଲରେ ଫିଙ୍ଗାଯାଇଥିବା ସନ୍ଦେହ କରାଯାଉଛି।
ଗ୍ରାମ ନିକଟସ୍ଥ ଜଙ୍ଗଲକୁ କେତେ ଜଣ ଯାଇଥିଲେ। ଜଙ୍ଗଲରେ ଏକ ମୃତଦେହ ପଡିଥିବା ଦେଖିବାକୁ ପାଇଥିଲେ। ଏନେଇ ପୁଲିସକୁ ସୂଚନାକୁ ସୂଚନା ଦେଇଥିଲେ। ପୁଲିସ ଘଟଣା ସ୍ଥଳକୁ ଯାଇ ଗଳିତ ଶବକୁ ଜବତ କରିଛି। ସୋମବାର ସାଇଣ୍ଟିଫିକ ଟିମ ଓ ସନ୍ଧାନୀ କୁକୁର ଦ୍ୱାରା ତଦନ୍ତ କରାଯିବା ପରେ ଶବ ବ୍ୟବଛେଦ ପାଇଁ ପଠାଯିବ। ତେବେ ମୃତ ଯୁବକର ଆନୁମାନିକ ବୟସ ପ୍ରାୟ ୪୦ବର୍ଷ ହୋଇ ଥିବା ବେଳେ ଗତ ୩/୪ଦିନ ପୂର୍ବରୁ ଏହି ସ୍ଥାନରେ ପଡ଼ିଥିବା ନେଇ ଅନୁମାନ କରାଯାଉଛି। ମୃତ ଯୁବକ ଏକ ଜିନ୍ସ ପ୍ୟାଣ୍ଟ ଓ ଟି ସାର୍ଟ ପିନ୍ଧି ଥିବା ପୁଲିସ ସୂତ୍ରରୁ ପ୍ରକାଶ। ତେବେ ଏହା ଏକ ହତ୍ୟା କାଣ୍ଡ ହୋଇଥିବା ନେଇ ମଧ୍ୟ୍ୟ ସନ୍ଦେହ କରାଯାଉଛି।