ଭୁବନେଶ୍ବର,୧୫।୧୨ : ପ୍ରେମରେ ବିଫଳ ହେବା ପରେ ଓୟୋ ହୋଟେଲ ଛାତ ଉପରୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା କରିଛି। ଯୁବକ ଜଣଙ୍କ ହେଉଛନ୍ତି ନୟାଗଡ଼ ରଣପୁରର ଦୀପକ ନାୟକ ,।
ଭରତପୁର ଥାନା ଶ୍ୟାମପୁର ଅଞ୍ଚଳରେ ଥିବା ବିଜୟା ଓୟୋ ରୁମ ପଛପଟୁ ଜଣେ ଯୁବକଙ୍କୁ ମୃତଦେହ ମିଳିଥିଲା। ଖବର ପାଇବା ପରେ ଘଟଣା ସ୍ଥଳରେ ଭରତପୁର ଥାନା ପୋଲିସ ପହଂଚି ମୃତଦେହ ଜବତ କରିବା ସହ ଘଟଣାର ତଦନ୍ତ କରିଛି। ସିସିଟିଭି ଫୁଟେଜ ଆଧାରରେ ତଦନ୍ତ ଚାଲିଛି । ଏକ ତରଫା ପ୍ରେମରେ ବିଫଳ ହେବା ପରେ ଯୁବକ ଜଣକ ଆତ୍ମହତ୍ୟା କରିଛି ବୋଲି ଜଣାପଡିଛି ।