ଅନୁଗୁଳ, ୨୦।୯: ଦୋକାନ ଭିତରେ ଜଳିଗଲେ ଯୁବକ। ନିଆଁରେ ପୋଡ଼ିଗଲା ଯୁବକଙ୍କ ଶରୀରର ପ୍ରାୟ ୭୦ ପ୍ରତିଶତ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଅନୁଗୁଳ କରଡ଼ାଖମଣ ଗାଁରେ ।  ଯୁବକଙ୍କୁ ଗୁରୁତର ଅବସ୍ଥାରେ ଅନୁଗୁଳ ମେଡିକାଲରେ ଭର୍ତ୍ତି କରାଯାଇଛି। ଯୁବକ ଜଣକ ହେଲେ କରଡ଼ାଖମଣର ବନୋଜ ସାହୁ (୨୦) ।

ସୂଚନା ଅନୁଯାୟୀ, କରଡ଼ାଖମଣର ବନୋଜ ସାହୁ (୨୦) ଗାଁରେ ଏକ ଦୋକାନ ଦେଇଥିଲେ। ଶନିବାର ସନ୍ଧ୍ୟାରେ କୌଣସି କାରଣରୁ ଦୋକାନରେ ନିଆଁ ଲାଗିଯାଇଥିଲା ସେଥିରେ ବନୋଜ ପୋଡ଼ିହୋଇଯାଇଛନ୍ତି। ଗୁରୁତର ଅବସ୍ଥାରେ ପ୍ରଥମେ ଖମାର ଡାକ୍ତରଖାନା ଓ ପରେ ଅନୁଗୁଳ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ନେବା ପାଇଁ ଡାକ୍ତର ପରାମର୍ଶ ଦେଇଛନ୍ତି ।

ତେବେ କେଉଁ କାରଣରୁ ଏହି ଅଗ୍ନିକାଣ୍ଡ ଘଟିଛି ତାହା ଜଣାପଡ଼ିନଥିବାବେଳେ, ବନୋଜଙ୍କ ବାପାଙ୍କ କହିବା କଥା ଦୋକାନରେ ଥିବା ପେଟ୍ରୋଲ ଢାଳି ଯାଇଥିଲା। ଆଉ ସେଥିରେ କୌଣସିମତେ ନିଆଁ ଲାଗି ଅଗ୍ନିକାଣ୍ଡ ଘଟିଛି। ସେପଟେ ଅଗ୍ନିକାଣ୍ଡର ପ୍ରକୃତ କାରଣ ଜାଣିବାକୁ ରେଙ୍ଗାଲି ଥାନା ପୋଲିସ ତଦନ୍ତ କରୁଛି। ​​​​​​​