ପ୍ରମୂଖ ଖବର
  • ରାୟଗଡ଼ା : ଲାଞ୍ଚ ନେବା ବେଳ ଭିଜିଲାନ୍ସ ହାତରେ ଧରାପଡିଲେ ସିଡିପିଓ, କିରାଣୀ
  • ||
  • ବାଲେଶ୍ୱର : ସାପ କାମୁଡ଼ାରେ ଅଷ୍ଟମ ଶ୍ରେଣୀ ଛାତ୍ରୀ ମୃତ
  • ||
  • ଖୋର୍ଦ୍ଧା : ବାଇକ୍‌ ପଛରେ ପିଟିହେଲା ମାଲବାହୀ ଟ୍ରକ୍‌; ମହିଳା ମୃତ, ଜଣେ ଆହତ
  • ||
  • ରଥ ଖଳା ହାଲ୍‌ଚାଲ୍... ରଥତ୍ରୟରେ ଲାଗିଲା ୧୨ ଦୁଆରଘଡ଼ା, କଳସ ଉଠି ଓଲଟ ଶୁଆ ସ୍ଥାପନ
  • ||
  • ୩ ବିଧାୟକଙ୍କୁ ବହିଷ୍କାର କଲା ସମାଜବାଦୀ ପାର୍ଟି, ଦଳ ବିରୋଧୀ କାର୍ଯ୍ୟ ପାଇଁ ଆକ୍ସନ
  • ||
  • ସୁନ୍ଦରଗଡ଼ : ବାଇକ୍‌କୁ ପଛରୁ ପିଟିଲା ଟ୍ରକ୍‌; ୨ ମୃତ, ଜଣେ ଗୁରୁତର
  • ||
  • ଅନବସର ତ୍ରୟୋଦଶୀ ତିଥି, ମହାପ୍ରଭୁଙ୍କୁ ଘଣା ଓ ଖଳି ପ୍ରସାଦ ଲାଗି ହେବ
  • ||
  • ସିରିଆର ଏକ ଚର୍ଚ୍ଚରେ ଆତ୍ମଘାତୀ ବିସ୍ଫୋରଣ, ୨୦ ମୃତ
  • ||
  • ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଯୁବ ଶକ୍ତି ସମାବେଶରେ ଦେବେ ଯୋଗ
  • ||
  • ୨୫ରେ ଆଉ ଏକ ଘୂର୍ଣ୍ଣିବଳୟ, ୨୭ଯାଏ ବର୍ଷା ସମ୍ଭାବନା: ଆଜି ୨୪ ଜିଲ୍ଲାକୁ ୟେଲୋ ଆଲର୍ଟ
  • ||

ଟଙ୍କା ନ ଦେବାରୁ ଯୁବକଙ୍କୁ ରାସ୍ତାରୁ ଉଠାଇନେଲେ ଦୁର୍ବୃତ୍ତ; ଉଦ୍ଧାର କଲା ପୁଲିସ

Published By : Bijay Swain | May 17, 2025 1:24 AM

ଅନୁଗୁଳ୧୬/୫(ବ୍ୟୁରୋ): ଅନୁଗୁଳ ସଦର ଥାନା ଇଲାକା ତାଳତଇଲା ନିକଟରୁ ଶୁକ୍ରବାର ଦ୍ୱିପ୍ରହର ବେଳେ ଜଣେ ଯୁବକଙ୍କୁ ଦୁର୍ବୃତ୍ତ ଉଠାଇନେଲେ। ଟଙ୍କା ମାଗି ନିରାଶ ହେବାରୁ ନିସ୍ତୁକ ପିଟିଲେ। ସୁନା ଚେନ୍, ମୁଦି, ବ୍ରେସଲେଟ ସହ ପାଖରେ ଥିବା ଟଙ୍କା ଏବଂ ମୋବାଇଲ ନେଇଗଲେ ଦୁର୍ବୃତ୍ତ। ତାଳଚେର ଥାନା ଗୋଡ଼ିବନ୍ଧ ଅଞ୍ଚଳରୁ ଅପହୃତ ଯୁବକଙ୍କୁ ଉଦ୍ଧାର କରାଯାଇଛି।

ପ୍ରକାଶ ଯେ, ଗୋପାଳପ୍ରସାଦ ଥାନା ଅନ୍ତର୍ଗତ ସୋଲଡ଼ା ଗ୍ରାମର ଦୀପକ ପ୍ରଧାନ ସ୍କୁଟରରେ ତାଳତଇଲା ସ୍ଥିତ ଘରକୁ ଆସୁଥିବା ବେଳେ କୁଇଓ ଠାରେ ୪ ଜଣ ଦୁର୍ବୃତ୍ତ ଗୋଟେ କାରରେ ଆସି ତାଙ୍କୁ ମାରଣାସ୍ତ୍ର ଦେଖାଇ ଅଟକାଇ ଥିଲେ। ଦୀପକ ଅଟକିବା ପରେ ତାଙ୍କୁ କାରରେ ଉଠାଇ ନେଇଥିଲେ। ଗୋଡ଼ିବନ୍ଧ ବଙ୍ଗାରୁ ନିକଟସ୍ଥ ଜଙ୍ଗଲରେ ତାଙ୍କ ହାତଗୋଡ଼ ବାନ୍ଧି ନିସ୍ତୁକ ମାଡ଼ ମାରିବା ସହ ୩୦ ଲକ୍ଷ ଟଙ୍କା ଦାବି କରିଥିଲେ। ଟଙ୍କା ନଦେଲେ କିମ୍ବା ପୁଲିସକୁ ଜଣାଇଲେ ଜୀବନରୁ ମାରିଦେବା ପାଇଁ ଧମକ ଦେଇଥିଲେ।

ସୌଭାଗ୍ୟବଶତଃ ନିକଟସ୍ଥ ଇଟା ଭାଟିରେ କାମ କରୁଥିବା କିଛି ଶ୍ରମିକ ଦେଖି ଗୋଡ଼ିବନ୍ଧ ଫାଣ୍ଡି ପୁଲିସକୁ ଜଣାଇଥିଲେ। ପୁଲିସ ଆସୁଥିବାରଦେଖି ଦୁର୍ବୃତ୍ତ କାର ଛାଡ଼ି ଛୁ' ମାରିଥିଲେ। ପୁଲିସ ଦୀପକଙ୍କୁ ଉଦ୍ଧାର କରିବା ସହ କାର ଜବତ କରିଛି। ଏ ଘଟଣା ପଛରେ କଣ ରହସ୍ୟ ଅଛି ପୁଲିସ ତଦନ୍ତ ଚଳାଇଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.