ପ୍ରମୂଖ ଖବର
  • TRFକୁ ଆତଙ୍କୀ ସଂଗଠନ ଘୋଷଣା କଲା ଆମେରିକା, ପହଲଗାମ ଆତଙ୍କୀ ଆକ୍ରମଣ ପାଇଁ କଲା ଦାୟୀ
  • ||
  • ୨୧ ଯାଏ ଅଧିକ ବର୍ଷା ସମ୍ଭାବନା, ଆଜି ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ
  • ||

‘ୱାର୍‌-୨’ର ନୂଆ ପୋଷ୍ଟର୍‌ ରିଲିଜ୍, ଜୁନିୟର ଏନ୍‌ଟିଆର୍‌ଙ୍କୁ ଦମ୍‌ଦାର ଆକ୍ସନ୍‌ ମୋଡ୍‌ରେ ଦେଖିବାକୁ ପାଇବେ ଦର୍ଶକ

Published By : Prameya | July 17, 2025 10:35 AM

ମୁମ୍ବାଇ ୧୭/୦୭: ଋତ୍ୱିକ ରୋଶନ ଓ ଜୁନିୟର ଏନ୍‌ଟିଆର୍‌ ଷ୍ଟାରର୍‌ ବହୁପ୍ରତୀକ୍ଷିତ ଫିଲ୍ମ ‘ୱାର୍‌-୨’ର ନୂଆ ପୋଷ୍ଟର୍‌ ରିଲିଜ୍‌  ହୋଇଛି । ଏଥିରେ ଋତ୍ୱିକ, କିଆରା ଆଡ଼ଭାନି ଓ ଜୁନିୟର ଏନ୍‌ଟିଆର୍‌ଙ୍କୁ ଦମ୍‌ଦାର ଆକ୍ସନ୍‌ ମୋଡ୍‌ରେ ଦେଖିବାକୁ  ମିଳିଛି । ନିର୍ମାତାଙ୍କ ଦାବି, ‘ୱାର୍‌-୨’ ଏ ବର୍ଷର ସବୁଠୁ ବଡ଼ ଆକ୍ସନ୍‌ ଫିଲ୍ମ ହେବ । ପୋଷ୍ଟର୍‌ରେ ଋତ୍ୱିକ ଖଣ୍ଡା  ସହିତ ଆକ୍ସନ୍‌ ମୋଡ୍‌ରେ ଅଛନ୍ତି । ଜୁନିୟର୍‌ ଏନ୍‌ଟିଆର୍‌ଙ୍କ ଭୟଙ୍କର ଲୁକ୍‌କୁ ଫ୍ୟାନ୍‌ ଖୁବ୍‌ ପସନ୍ଦ କରୁଛନ୍ତି ।  କିଆରା ମଧ୍ୟ ବନ୍ଧୁକ ସହିତ ହଟ୍‌କେ ଅନ୍ଦାଜ୍‌ରେ ଅଛନ୍ତି । ପୋଷ୍ଟର୍‌ ରିଲିଜ୍‌ ସହିତ ଫିଲ୍ମକୁ ନେଇ କାଉଣ୍ଟ୍‌ଡାଉନ୍‌  ଆରମ୍ଭ ହୋଇଛି । ଏ ସପ୍ତାହ ଶେଷ ସୁଦ୍ଧା ଫିଲ୍ମର ଟ୍ରେଲର୍‌ ଲଞ୍ଚ୍‌ ହେବ ବୋଲି ଅନୁମାନ କରାଯାଉଛି ।  ଜୁନିୟର ଏନ୍‌ଟିଆର୍‌ ‘ୱାର୍‌-୨’  ଜରିଆରେ ବଲିଉଡ୍‌ରେ ଏଣ୍ଟ୍ରି  କରିବାକୁ ଯାଉଛନ୍ତି । 

ଆସନ୍ତା  ଅଗଷ୍ଟ ୧୪ ତାରିଖରେ ଏହା  ହିନ୍ଦୀ, ତେଲୁଗୁ ଓ ତାମିଲ  ଭାଷାରେ ମୁକ୍ତିଲାଭ କରିବ ।  ଏହା ୟଶରାଜ ଫିଲ୍ମସ୍‌ ସ୍ପାଇ  ୟୁନିଭର୍ସର ପ୍ରୋଜେକ୍ଟ, ଯେଉଁଥିରେ  ‘ଏକ୍‌ ଥା ଟାଇଗର’, ‘ୱାର୍‌’  ଓ ‘ପଠାନ୍‌’ ଭଳି ଫିଲ୍ମ ନିର୍ମିତ  ହୋଇଛି । ‘ୱାର୍‌’ର ନିର୍ଦ୍ଦେଶନା  ଦେଇଥିଲେ ସିଦ୍ଧାର୍ଥ ଆନନ୍ଦ ।  ସିକ୍ୱେଲର ନିର୍ଦ୍ଦେଶନା ଦାୟିତ୍ୱରେ  ଅଛନ୍ତି ଆୟାନ ମୁଖାର୍ଜୀ ।  ଫିଲ୍ମରେ ଋତ୍ୱିକ ମେଜର୍‌ କବୀର  ଧାଲୀୱାଲ ଭୂମିକାରେ ପୁଣି  ଥରେ ପରଦାକୁ ଫେରିବେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.