ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

ଜିଲ୍ଲା ପରିଷଦ ସଦସ୍ୟଙ୍କ ଅଭିନବ ପ୍ରତିବାଦ : ଜିଲ୍ଲାପାଳଙ୍କୁ ଗୁଆ ଓ ନଡ଼ିଆ ଦେଲେ, ହୁଳହୁଳି ମାରି ନିମନ୍ତ୍ରଣ କଲେ

Published By : Suraj Kumar | June 25, 2025 11:16 PM

ବଲାଙ୍ଗିର, ୨୫।୬ :  ଧୂପ, ଦୀପ, ନଡିଆ ଗୁଆ  ସହ ଫୁଲ ମାଳ ଧରି ଶୋଭାଯାତ୍ରାରେ ଆସିଲେ ।  ଜିଲାପାଳଙ୍କ କାର୍ଯ୍ୟାଳୟକୁ ପଶିବା ମାତ୍ରେ ପୁଲିସ୍ ଅଟକାଇଥିଲେ । କିନ୍ତୁ ସମସ୍ତେ ଗିନା ଓ ଚାମୁଚ ବଜାଇ କାର୍ଯ୍ୟାଳୟକୁ ପଶି ହୁଳହୁଲି ଦେଇଥିଲେ। ବୁଧବାର ବଲାଙ୍ଗିର ଜିଲ୍ଲାପାଳ କାର୍ଯ୍ୟାଳୟରେ ଜିଲ୍ଲା ପରିଷଦ ସଦସ୍ୟମାନେ ଏଭଳି ଅଭିନବ ପ୍ରତିବାଦ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା ।

ମଙ୍ଗଳବାର ଠାରୁ ଜିଲ୍ଲା ପରିଷଦ ସଦସ୍ୟମାନେ ପ୍ରଶାସନର ଅସହଯୋଗ ଏବଂ ପାଣ୍ଠି ପ୍ରଦାନରେ ଅନିୟମିତତାକୁ ପ୍ରସଙ୍ଗ କରି ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଏହା ଆଜି ଦ୍ବିତୀୟ ଦିନରେ ପହଞ୍ଚିଛି । ହେଲେ ଅପରାହ୍ନ ପର୍ଯ୍ୟନ୍ତ ବି ଜିଲ୍ଲାପାଳ ଧାରଣାସ୍ଥଳକୁ ଯାଇ ସଭ୍ୟାସଭ୍ୟଙ୍କ ସହ ଆଲୋଚନା କରିନଥିବାରୁ ସମସ୍ତେ ଗିନା,ଚାମଚ ବଜାଇ ଶୋଭାଯାତ୍ରାରେ ଜିଲ୍ଲାପାଳଙ୍କୁ ନିମନ୍ତ୍ରଣ କରିବାକୁ ଯାଇଥିଲେ । ନିଜେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବକୀ ସାହୁ ଫୁଲ, ଚନ୍ଦନ, ଗୁଆ, ନଡିଆ, ଦୀପ ସଜାଇ ଜିଲ୍ଲାପାଳଙ୍କୁ ଧାରଣାସ୍ଥଳକୁ ଯିବା ପାଇଁ ନିବେଦନ କରିଥିଲେ । ଏପରିକି ଅନ୍ୟ ସଭ୍ୟମାନେ ତୁହାକୁତୁହା ହୁଳହୁଳି ଦେଇଥିଲେ । ଯାହାକୁ ନେଇ ଦୀର୍ଘସମୟ ପର୍ଯ୍ୟନ୍ତ ଜିଲ୍ଲାପାଳ ଏବଂ ଜିଲ୍ଲା ପରିଷଦଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଲୋଚନା ହୋଇଥିଲା। ଶେଷରେ ସଂଧ୍ୟାରେ ଜିଲ୍ଲାପାଳ ଜିଲ୍ଲା ପରିଷଦ କାର୍ଯ୍ୟାଳୟକୁ ଯାଇ ସେଠାରେ ସମସ୍ତଙ୍କ ସହ ଆଲୋଚନା କରିଥିଲେ । ଏଥିସହ ଦାବିପତ୍ର ସରକାରଙ୍କ ନିକଟକୁ ପଠାଇ କିଭଳି ତାହାର ସୁଫଳ ମିଳିବ ସେନେଇ ପଦକ୍ଷେପ ନିଆଯିବ ବୋଲି କହିବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା । ଅପରପକ୍ଷେ, ଜିଲ୍ଲାପାଳ ଗୌରବ ଶିଙ୍ଖାଜୀ ଇସଲୱାର କହିଛନ୍ତି ଯେ, ଯେଉଁଦିନ ସଭ୍ୟ/ ସଭ୍ୟମାନେ ଦାବିପତ୍ର ଦେବାକୁ ଆସିଥିଲେ, ସେ ଅନୁପସ୍ଥିତ ଥିଲେ । ପ୍ରଶାସନ ସବୁବେଳେ ଜିଲ୍ଲା ପରିଷଦ ସଭ୍ୟ ସଭ୍ୟଙ୍କୁ ସମସ୍ତ ପ୍ରକାର ସମ୍ମାନ ଓ ସହଯୋଗ ଦେଉଛି ବୋଲି କହିଥିଲେ ।

ସୂଚନାଯୋଗ୍ୟ ଯେ, ସଦସ୍ୟମାନେ କେବିକେ ଜିଲ୍ଲାକୁ ଅନୁଦାନ ପ୍ରଦାନ, ଯୋଜନା ବୋର୍ଡ ଅଧ୍ୟକ୍ଷ ଓ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ନିଯୁକ୍ତି, ଜିଲ୍ଲାରେ ଜନ ପ୍ରତିନିଧିମାନଙ୍କୁ ସରକାରୀ କାର୍ଯ୍ୟକ୍ରମକୁ ନ ଡାକିବା ଓ ସରକାରୀ କାର୍ଯ୍ୟରେ ପାତରଅନ୍ତର କରାଯାଉଥିବା ଅଭିଯୋଗ କରି ଧାରଣା ଦେଇଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.