ପ୍ରମୁଖ ଖବର
  • ବଡଦେଉଳରେ ଅଘଟଣ, ଗରମ ଡ଼ାଲି ପଡି ଦୁଇଜଣ ବୋଝିଆ ଗୁରୁତର
  • ||
  • ବିଜେପିରୁ ଇସ୍ତାଫା ଦେଲେ ବାସନ୍ତି ମଲ୍ଲିକ
  • ||
  • ଛତ୍ରପୁର ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରାର୍ଥିପତ୍ର ଦାଖଲ କଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ
  • ||
  • ଗଞ୍ଜାମରେ ପହଞ୍ଚିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ, ତାରାତାରିଣୀଙ୍କ ଦର୍ଶନ ପରେ ପ୍ରାର୍ଥିପତ୍ର ଦାଖଲ କରିବେ
  • ||
  • 'କେଜରିୱାଲଙ୍କ ଗିରଫ ବେଆଇନ୍': ମଙ୍ଗଳବାର ସୁପ୍ରିମ୍‌କୋର୍ଟରେ ଆବେଦନର ଶୁଣାଣି
  • ||
  • ସନ୍ଦେଶଖାଲି ମାମଲା: ସିବିଆଇ ଯାଞ୍ଚ ରୋକ୍‌ ନେଇ ଜୁଲାଇରେ ସୁପ୍ରିମକୋର୍ଟ ଶୁଣାଣି
  • ||
  • ହାଇୱା ଧକ୍କାରେ ଯୁବକ ମୃତ, କ୍ଷତିପୂରଣ ଦାବିରେ ଟାୟାର ଜାଳି ରାସ୍ତା ଅବରୋଧ
  • ||
  • ସୀମାନ୍ତ ଛତିଶଗଡ ନାରାୟଣପୁର ଜିଲ୍ଲାରେ ମୁହାଁମୁହିଁ ପୋଲିସ ଓ ମାଓବାଦୀ, ଟଳିଲେ ୪ ନକ୍ସଲ
  • ||
  • ବିଧାୟକ ଦେବୀ ପ୍ରସାଦ ମିଶ୍ରଙ୍କର ଶୋଭାଯାତ୍ରା ଯାଉଥିବା ବେଳେ ବଡ଼ମ୍ବା ନିକଟରେ ଦୁର୍ଘଟଣା, ୩ ଆହତ
  • ||
  • ୨୦ ହଜାର କନିଷ୍ଠ ଶିକ୍ଷକ ନିଯୁକ୍ତି ମାମଲା: ଶୁଣାଣି ଶେଷ, ରାୟ ସଂରକ୍ଷିତ
  • ||
  • ଟାଇଁ ଟାଇଁ ଖରା: ସକାଳୁ ୮ଟା ୩୦ ସୁଦ୍ଧା ତତଲା ସହର ପାଲଟିଲା ବାରିପଦା, ପାରଦ ଡେଇଁଲା ୩୮ଡିଗ୍ରୀ
  • ||
  • ବିଜୁ ପଟ୍ଟନାୟକ ଏୟାପୋର୍ଟରୁ ୭୫ ଲକ୍ଷର ନଗଦ ଟଙ୍କା ଜବତ, ଦୁଇ ଅଟକ
  • ||
  • ତାତି ଯନ୍ତ୍ରଣା ଆହୁରି ୧୦ ଦିନ: ଦୁଇ ଦିନ ପାଇଁ ରେଡ୍‌ ୱାର୍ଣ୍ଣିଂ, ମେ' ୨ରେ ଉପକୂଳରେ ସାମାନ୍ୟ କମିପାରେ
  • ||

ପ୍ରତ୍ନତତ୍ତ୍ୱ ବିଭାଗ ନାକ ତଳେ ଐତିହ୍ୟ ଚୋରି: ରକ୍ଷଣାବେକ୍ଷଣ ଅଭାବରୁ ଜମି ଦଲାଲଙ୍କ କବଜାରେ ଐତିହ୍ୟସ୍ଥଳୀ

ଭୁବନେଶ୍ୱର,୧୮/୦୪(ମନୋରଞ୍ଜନ ମହାନ୍ତି): ଐତିହ୍ୟ ନଗରୀ ଭୁବନେଶ୍ୱରରେ ଲୁଟ୍‌ ହେଉଛି ଐତିହ୍ୟ । ଯିଏ ଯାହା ବାଟରେ ଲୁଟି ଚାଲିଛନ୍ତି । ପୂରା ଧ୍ୱଂସ କରିସାରିଲେଣି । ସୁଯୋଗ ପାଇବା କ୍ଷଣି ମାଡ଼ି ବସୁଛନ୍ତି । ଅଧାରୁ ଅଧା ଐତିହ୍ୟସ୍ଥଳୀ ଏବେ ଜମି ଦଲାଲଙ୍କ କବ୍‌ଜାରେ । ଶିଶୁପାଳଗଡ଼ରୁ ଚୁଡ଼ଙ୍ଗଗଡ଼ । ଉଦୟଗିରିରୁ ଧଉଳି । ଏକାମ୍ର କ୍ଷେତ୍ର ମନ୍ଦିର ମାଳିନୀ ରକ୍ଷଣାବେକ୍ଷଣ ଅଭାବରୁ ମାଟିରେ ମିଶିଲାଣି । ସମ୍ପୂର୍ଣ୍ଣ ବିପଦ ଏବଂ ଅସୁରକ୍ଷିତ ଅବସ୍ଥାରେ ରହିଛି, ଆମ ଗର୍ବର ଐତିହ୍ୟ । 

କଳିଙ୍ଗର ରାଜଧାନୀ କୁହାଯାଉଥିବା ଭୁବନେଶ୍ୱରର ଶିଶୁପାଳଗଡ଼ ଉପରେ ଆଜି ବଡ଼ ବଡ଼ ଅଟ୍ଟାଳିକା । ଚୁଡ଼ଗଙ୍ଗଗଡ଼ ପ୍ଲଟିଂ ହୋଇ ବିକ୍ରି ହେଲାଣି । ଉଦୟଗିରି ପାହାଡ଼ ତଳେ ଜବରଦଖଲ । ଧଉଳିରେ ଚାବି ପଡ଼ି ସ୍ମୃତି ହୋଇ ରହିଛି ଅଶୋକଙ୍କ ଶଳାଲେଖ । ଆଉ ଶ୍ରୀଲିଙ୍ଗରାଜଙ୍କ ଚୌହଦୀରେ ଥିବା ଦେବଦେବୀ ଅଣନିଃଶ୍ୱାସୀ । ଖୋଦ୍‌ ରାଜଧାନୀର ଐତିହ୍ୟ କଥା ଏମିତି ରାଜ୍ୟ କଥା, ଯାହା ଜାଣୁଥିବେ ।

ଐତିହ୍ୟକୁ ନେଇ ଜାତି ଗର୍ବିତ ମନେକରୁଥିଲା ବେଳେ ଆମେ ତାକୁ କବର ଦେଇ ଚାଲିଛୁ । ସରକାର ଯତ୍ନବାନ ନୁହଁନ୍ତି । ସାଧାରଣ ଲୋକ ବି ସଚେତନ ନାହାନ୍ତି । କେବଳ ବର୍ଷକୁ ଥରେ ଏପ୍ରିଲ୍‌ ୧୮ ‘ବିଶ୍ୱ ଐତିହ୍ୟ ଦିବସ’ ଆସିଲେ ସମସ୍ତଙ୍କର ମନେପଡ଼େ । ମୁକ୍ତେଶ୍ୱରରୁ ରାଜାରାଣୀ ବା ଏକାମ୍ର ଓ ଖଣ୍ଡଗିରିରେ ପରିକ୍ରମା କରି କାମ ଶେଷ । ପଦଯାତ୍ରାରେ ସୀମିତ ସଚେତନତା । କେବଳ ସେହି ଗୋଟିଏ ଦିନ । ତା’ପରେ ସମସ୍ତେ ଭୁଲିଯାଆନ୍ତି ।

ରାଜ୍ୟରେ ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗ ଅଧୀନରେ ୨୧୮ ଏବଂ କେନ୍ଦ୍ର ପ୍ରତ୍ନତତ୍ତ୍ୱ ବିଭାଗ (ଏଏସ୍‌ଆଇ)ରେ ୮୦ (ପୁରୀ ଓ ଭୁବନେଶ୍ୱର ମଣ୍ଡଳରେ ୪୦ ଲେଖାଏଁ) ଐତିହ୍ୟସ୍ଥଳୀ ରହିଛି । ମାତ୍ର ଆମ ନଜରରେ ପୁରୀ ଶ୍ରୀମନ୍ଦିର, କୋଣାର୍କ ସୂର୍ଯ୍ୟ ମନ୍ଦିର, ଭୁବନେଶ୍ୱର ଶ୍ରୀଲିଙ୍ଗରାଜଙ୍କ ସହ କିଛି ସ୍ଥାନର ଖନନ ଓ ସଂରକ୍ଷଣ କାର୍ଯ୍ୟକ୍ରମ ରହିଛି । ସେତିକିରେ କାମ ସରିଲା ଏଥିପାଇଁ ଯେତେସବୁ ଯୋଜନା । ବାକି କଥା ଭୁଲିଯାଅ । ମାତ୍ର ମିଟିଂ, ଆଲୋଚନା ଓ ଚର୍ଚ୍ଚା ବନ୍ଦ ନାହିଁ । 

ଅନ୍ୟ ରାଜ୍ୟରେ ସ୍ଥାନୀୟ ପ୍ରଶାସନ, ରାଜ୍ୟ ଓ କେନ୍ଦ୍ର ପ୍ରତ୍ନତତ୍ତ୍ୱ ଅଧୀନ ଐତିହ୍ୟକୁ ପର୍ଯ୍ୟଟନ ସହ ଯୋଡ଼ି ବିକାଶ କରିଚାଲିଛନ୍ତି । ଐତିହ୍ୟରେ ନୂଆ ଚମକ ଭରୁଛନ୍ତି । କେତେ କ’ଣ କରୁଛନ୍ତି । କେନ୍ଦ୍ରର ‘ଆଡପ୍ଟ ଏ ହେରିଟେଜ୍‌’ ଯୋଜନାରେ ବି ସାମିଲ ହୋଇ ଐତିହ୍ୟସ୍ଥଳୀକୁ ପର୍ଯ୍ୟଟନସ୍ଥଳୀରେ ପରିଣତ କରୁଛନ୍ତି । କିନ୍ତୁ ଦୁଃଖ, ଓଡ଼ିଶାରେ ଗୋଟିଏ ବି ସ୍ଥଳୀ ଏଯାଏ ସାମିଲ ହୋଇପାରିଲାନି । ଏନେଇ ନା ରାଜ୍ୟ ନା କେନ୍ଦ୍ର କାହାର ଆନ୍ତରିକତା ନାହିଁ । ଯେମିତି ଐତିହ୍ୟର କେହି ନାହାନ୍ତି । ସୁରକ୍ଷା କଥା ବୁଝିବ କିଏ? ଏହା ପରେ ବି ଆମେ ବିଶ୍ୱବାସୀଙ୍କୁ କୋଣାର୍କ ଚକର ପ୍ରତିକୃତି ଦେଖାଇ ଗର୍ବିତ ହେଉ । ସ୍ମାରକୀ ଭୁଶୁଡ଼ି ଗଲାଣି ହେଲେ ଫୁଟାଣି ଭାଙ୍ଗୁନି ।

ଐତିହ୍ୟର ସୁରକ୍ଷା, ସଂରକ୍ଷଣ ଏବଂ ଅତୀତ ଇତିହାସକୁ ବଞ୍ଚାଇ ରଖିବାର ଉଦ୍ୟମ ବିଷୟରେ ପ୍ରତ୍ନତତ୍ତ୍ୱ ଅଧିକାରୀଙ୍କୁ ପଚାରିବାରୁ ସେମାନେ ନିରବ । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନ ରାଜ୍ୟ ପ୍ରତ୍ନତତ୍ତ୍ୱର ଅଧିକାରୀ କୁହନ୍ତି, ଦୟାକରି  ଯାହା ପଚାରିବେ ବିଭାଗୀୟ ନିର୍ଦ୍ଦେଶକଙ୍କୁ ପଚାରନ୍ତୁ । ଏଏସ୍‌ଆଇର ସ୍ଥାନୀୟ ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ପଚାରିଲେ ତାଙ୍କର ଅଜବ ଯୁକ୍ତି । ଯାହା ଚାଲିଛି ସବୁ ଠିକ୍‌ ଚାଲିଛି । ହେଲେ ସେକଥା ତମକୁ କାହିଁକି କହିବୁ? ଏଥିରୁ ଆମ ଐତିହ୍ୟର ଅବସ୍ଥା କ’ଣ ହେବ ବୁଝିପାରୁଥିବେ ।


  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.