ପ୍ରମୁଖ ଖବର
  • ପ୍ରଯୋଜକ ବିଜୟ ପଟ୍ଟନାୟକଙ୍କ ପରଲୋକ, ଚିକିତ୍ସାଧୀନ ଅବସ୍ଥାରେ ତ୍ୟାଗ କଲେ ଶେଷ ନିଶ୍ୱାସ
  • ||
  • ନିର୍ବାଚନ ଡ୍ୟୁଟି ସାରି ଫେରୁଥିବା ବେଳେ ଦୁର୍ଘଟଣା : ଜଣେ ଆହତ, ଅଳ୍ପକେ ବର୍ତ୍ତିଲେ ୨୦ ପୋଲିସ କର୍ମଚାରୀ
  • ||
  • ରଥଖଳା ହାଲ୍‌ଚାଲ୍‌...ଶ୍ରୀନୃସିଂହ ଚତୁର୍ଦ୍ଦଶୀ ତିଥିରେ ଗୁଜ ଅନୁକୂଳ, ଖୋଳା ହେବ ଯନ୍ତା ଗାଡ଼
  • ||
  • ସ୍ୱାତୀ ମାଲିୱାଲଙ୍କୁ ମାଡ଼ ମାମଲା: ସିଏମ୍‌ ହାଉସ୍‌ରେ ବିଭବଙ୍କୁ ନେଇ ସିନ୍‌ ରିକ୍ରିଏଟ୍‌
  • ||
  • ମଦ ନୀତି ଦୁର୍ନୀତି ମାମଲା: କେଜ୍‌ରିୱାଲଙ୍କୁ ପୁଣି ୧୪ ଦିନ ରିମାଣ୍ଡରେ ନେବାକୁ ଇଡିର ଆବେଦନ
  • ||
  • IPL ପ୍ରଥମ କ୍ୱାଲିଫାୟର ମ୍ୟାଚ୍‌ରେ ମୁହାଁମୁହିଁ ହେବେ କୋଲକାତା- ହାଇଦ୍ରାବାଦ, ରନ୍‌ ବର୍ଷା କରିବେ ବ୍ୟାଟିଂ ପାୱାର ହାଉସ୍‌
  • ||
  • ବାତ୍ୟା ହେବନି..ଅବପାତ ହୋଇ ମିଆଁମାର ଯିବ: ଜିଏଫଏସ୍
  • ||

ବାପାଙ୍କ ଦଶାହରେ ଯୋଗଦେଲେ ଡି'ଭ୍ରାତା, ଏକାଦଶାହ ବ୍ରାହ୍ମଣ ଭୋଜନ ପାଇଁ କେହି ରାଜି ହେଉନାହାନ୍ତି...

କଟକ,୩୦/୦୪: ଗ୍ୟାଙ୍ଗ୍‌ଷ୍ଟର ଧଳସାମନ୍ତ ଭାଇ  ସୋମବାର ବାପା ସରୋଜ ଧଳସାମନ୍ତଙ୍କ ଦଶାହରେ ଯୋଗଦେଇଥିଲେ । ଜେଲ୍‌ରୁ ପୁଲିସ କଡର୍ନରେ ଆସି କର୍ମସାରି ଦୁଇ ଭାଇ ହାତୀଗଡ଼ା ଘାଟକୁ ଯାଇ ବାକି କର୍ମ ସାରିଥିଲେ । ପରେ ଦୁହେଁ ଝାରପଡ଼ା ଓ ଚୌଦ୍ୱାର ଜେଲ୍‌କୁ ଯାଇଛନ୍ତି । ବାପାଙ୍କ ଶୁଦ୍ଧି କର୍ମରେ ଯୋଗଦେବା ପାଇଁ କୋର୍ଟ ନିର୍ଦ୍ଦେଶ  ଦେଇଥିଲେ । ଏହି କ୍ରମରେ ପୁଲିସ୍‌ ସୋମବାର ବଡ଼ ପୁଅ ସୁଶାନ୍ତକୁ ବଲାଙ୍ଗୀର ଜେଲ୍‌ ଓ ସାନ ପୁଅ ସୁଶୀଲକୁ ବାଲେଶ୍ୱର ଜେଲ୍‌ରୁ କଟକ ଆଣିଥିଲା । ଦୁହେଁ ଦିନ ପ୍ରାୟ ୧୦ଟାରେ ସିଡିଏସ୍ଥିତ ଘରେ ପହଞ୍ଚିଥିଲେ । ପରେ ପୁଲିସ ଭ୍ୟାନ୍‌ରେ ମହାନଦୀରେ ହାତୀଗଡ଼ା  ତୁଠକୁ ଯାଇ କର୍ମରେ ସାମିଲ ହୋଇଥିଲେ । ଦିନ ପ୍ରାୟ ୩ଟାରେ ପୁଲିସ ଭ୍ୟାନ୍‌ରେ ଘରକୁ ଆସିଥିଲେ । ପରେ ଦଶାହର ଅନ୍ତିମ  କର୍ମ ଘରେ କରାଯାଇଥିଲା । ଦିନ ପ୍ରାୟ ସାଢ଼େ ୪ଟାରେ ଖାଇସାରି  ଦୁଇ ଭାଇ ଜେଲ୍‌କୁ ଯାଇଥିଲେ । ସୁଶାନ୍ତ ଝାରପଡ଼ା ଓ ସୁଶୀଲ  ଚୌଦ୍ୱାର ଜେଲ୍‌ ଯାଇଛନ୍ତି । 

 ସକାଳେ ପୁଣି ଘରକୁ  ଆସିବେ । ଏକାଦଶାହ କର୍ମ ଆରମ୍ଭ ହେବ । ଅପରାହ୍ଣରେ ସବୁ  କର୍ମ ସାରିବା ପରେ ଦୁଇ ଭାଇଙ୍କୁ ବଲାଙ୍ଗୀର ଓ ବାଲେଶ୍ୱର  ଜେଲ୍‌ ଫେରାଇ ନିଆଯିବ । ଏହା ମଧ୍ୟରେ ଏକ ବିଷୟ ଶୁଣିବାକୁ  ମିଳୁଛି । ଏକାଦଶାହରେ ବ୍ରାହ୍ମଣ ଭୋଜନ ପାଇଁ ସ୍ୱର୍ଗତ ସରୋଜ  ଧଳସାମନ୍ତଙ୍କ ସମ୍ପର୍କୀୟ ଯୋଜନା କରିଛନ୍ତି । ପ୍ରାୟ ୫୦ ଜଣ  ବ୍ରାହ୍ମଣଙ୍କୁ ନିମନ୍ତ୍ରଣ କରିବାକୁ ସ୍ଥିର କରିଛନ୍ତି । ମାତ୍ର ସମ୍ପର୍କୀୟମାନେ ଯାହାଙ୍କୁ ବି ଭୋଜନକୁ ନିମନ୍ତ୍ରଣ କରୁଛନ୍ତି ସେମାନେ ଭୟରେ  ଡି’ ହାଉସ୍‌କୁ ଆସିବାକୁ ରାଜି ହେଉନାହାନ୍ତି । ତେଣୁ ସରୋଜ ଧଳସାମନ୍ତଙ୍କ ସମ୍ପର୍କୀୟ କିଛି ବ୍ରାହ୍ମଣଙ୍କୁ ରାଜି କରାଇବା ପାଇଁ  ପୁଲିସ ନିକଟରେ ଗୁହାରି କରିଛନ୍ତି । ପୁଲିସ କିନ୍ତୁ ସରୋଜଙ୍କ ସମ୍ପର୍କୀୟଙ୍କୁ କିଛି ଠୋସ୍‌ ଉତ୍ତର ଦେଇନି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.