ପ୍ରମୁଖ ଖବର
  • ଦିନକ ପରେ ବିଶ୍ୱପ୍ରସିଦ୍ଧ ଚନ୍ଦନଯାତ୍ରା, ନରେନ୍ଦ୍ରରେ ଚାପ ଖେଳିବେ ମଦନମୋହନ
  • ||
  • ଓଡ଼ିଶା ଆସୁଛନ୍ତି ନୀତିନ ଗଡ଼କରୀ, କୃଷ୍ଣପ୍ରସାଦପୁରରେ କରିବେ ପ୍ରଚାର
  • ||
  • ଝାରସୁଗୁଡ଼ା, ପଡିଆରୁ ୩ ମୃତଦେହ ଠାବ, ଗୋଟିଏ ପରିବାର ହୋଇଥିବା ସନ୍ଦେହ
  • ||
  • ଆଇପିଏଲ ମହାସମରରେ ପଞ୍ଜାବ କିଙ୍ଗ୍ସକୁ ଭେଟିବ ରୟାଲ୍‌ ଚ୍ୟାଲେଞ୍ଜର୍ସ, ହାରିଲେ ବିଦା
  • ||
  • ବିଏମ୍‌ସି କର୍ମଚାରୀଙ୍କୁ କଡ଼ା ନିର୍ଦ୍ଦେଶ, ଏଣିକି ବିଳମ୍ବରେ ଅଫିସ୍ ଆସିଲେ ଦରମା କାଟ୍‌
  • ||
  • ରାଜ୍ୟରେ କମ୍ପୁଛି ପ୍ରଚାର ମଇଦାନ୍, ଆଜି ଗଞ୍ଜାମ, କନ୍ଧମାଳରେ କ୍ୟାମ୍ପେନିଂ କରିବେ ନବୀନ
  • ||
  • ରାଜ୍ୟରେ ଆସନ୍ତା ୧୨ ଯାଏ ଅଧିକ ବର୍ଷା ସମ୍ଭାବନା, ୧୫ ଯାଏ ଉପକୂଳରେ ବଢ଼ିବନି ତାତି
  • ||

ଗାଡି ଯାଞ୍ଚ ସମୟରେ କାରରୁ ୩୦ଲକ୍ଷ ଟଙ୍କା ଜବତ, ୨ ଜଣଙ୍କୁ ଆୟକର ବିଭାଗ ପକ୍ଷରୁ ପଚରାଉଚରା

ମାଲକାନଗିରି,୨୪/୪ : ଗାଡି ଯାଞ୍ଚ ସମୟରେ ସନ୍ଦେହ ଜନକ ଭାବେ କାରରୁ ପୋଲିସ ୩୦ଲକ୍ଷ ଟଙ୍କା ଜବତ କରିଛି।  ନିର୍ବାଚନ ସମୟରେ ଏତେଗୁଡିଏ ଟଙ୍କା କେଉଁଠୁ ଆସିଲା କେଉଁଠିକି ଯାଉଥିଲା ସେ ସମ୍ପର୍କରେ କାର ରେ ଥିବା ଦୁଇ ଜଣ ବ୍ୟକ୍ତିଙ୍କୁ ଆୟକର ବିଭାଗ ପକ୍ଷରୁ ପଚରା ଉଚରା ଜାରି ଚାଲିଛି।

 ମଙ୍ଗଳବାର ରାତିରେ ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ରାଜ୍ୟ ଆଡୁ ମାଲକାନଗିରି ଅଭିମୁଖେ ଏକ କାର  ଦ୍ରୁତଗତିରେ ଆସୁଥିଲା।  ମାଲକାନଗିରି ଚାଲାଣଗୁଡା ପୁଲିସ ଚେକ ପୋଷ୍ଟ ଠାରେ ମାଜିଷ୍ଟ୍ରେଷ୍ଟ ଙ୍କ ସହିତ ସ୍ୱତନ୍ତ୍ର ଫ୍ଲାଇଂ ସ୍କ୍ୱାର୍ଡ ପାର୍ଟି ଉକ୍ତ କାର କୁ ଅଟକାଇ ଯାଞ୍ଚ କରିବାରୁ କାର  ଭିତରେ ଥିବା ଏକ ଆଟାଚ ମଧ୍ୟରୁ ବିଡ଼ା ବିଡ଼ା ୫୦୦ ଟଙ୍କିଆ ବଣ୍ଡଲ ମିଳିଥିଲା। ସେଗୁଡିକୁ ଗଣିବାରୁ ୩୦ଲକ୍ଷ ଟଙ୍କା ଥିଲା। ପୁଲିସ ଥାନା କୁ ନେଇ ପଚାରିବାରୁ ସେମାନେ କେନ୍ଦୁପତ୍ର ବ୍ୟବସାୟ କରୁଥିବାର ପ୍ରକାଶ କରିଥିଲେ। ସେ ମାନେ ଗତ କାଲି ବ୍ୟାଙ୍କରୁ ଟଙ୍କା ଉଠାଇ ପତ୍ରତୋଳାଳୀଙ୍କୁ ଟଙ୍କା ଦେବାକୁ ଯାଉଥିବାର ପ୍ରକାଶ କରିଥିଲେ। ଏହା ପରେ  ପୁଲିସ ସେ ଦୁଇଜଣ ବ୍ୟକ୍ତିଙ୍କ ଅଣ୍ଡରଟେକିଙ୍ଗ ରଖି ଛାଡି ଦେବା ସହିତ ଏ ସମ୍ପର୍କରେ ଆୟକର ବିଭାଗ କୁ ସୂଚନା ଦେଇଥିଲେ। ମାଲକାନଗିରି ଆୟକର ବିଭାଗ ଟଙ୍କା ଜବତ କରି ସେ ଦୁଇଜଣଙ୍କୁ ଜେରା କରିବା ଆରମ୍ଭ କରିଥିବା ବେଳେ ପୁଲିସ ପକ୍ଷରୁ ଅଧିକ ତଦନ୍ତ ଚାଲିଛି।

ଆହୁରି ପଢନ୍ତୁ : ବସକୁ ଧକ୍କା ଦେଲା ଆମ୍ବୁଲାନ୍ସ , ରୋଗୀ ସମେତ ୫ ଗୁରୁତର

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.