ପ୍ରମୁଖ ଖବର
  • ପ୍ରଯୋଜକ ବିଜୟ ପଟ୍ଟନାୟକଙ୍କ ପରଲୋକ, ଚିକିତ୍ସାଧୀନ ଅବସ୍ଥାରେ ତ୍ୟାଗ କଲେ ଶେଷ ନିଶ୍ୱାସ
  • ||
  • ନିର୍ବାଚନ ଡ୍ୟୁଟି ସାରି ଫେରୁଥିବା ବେଳେ ଦୁର୍ଘଟଣା : ଜଣେ ଆହତ, ଅଳ୍ପକେ ବର୍ତ୍ତିଲେ ୨୦ ପୋଲିସ କର୍ମଚାରୀ
  • ||
  • ରଥଖଳା ହାଲ୍‌ଚାଲ୍‌...ଶ୍ରୀନୃସିଂହ ଚତୁର୍ଦ୍ଦଶୀ ତିଥିରେ ଗୁଜ ଅନୁକୂଳ, ଖୋଳା ହେବ ଯନ୍ତା ଗାଡ଼
  • ||
  • ସ୍ୱାତୀ ମାଲିୱାଲଙ୍କୁ ମାଡ଼ ମାମଲା: ସିଏମ୍‌ ହାଉସ୍‌ରେ ବିଭବଙ୍କୁ ନେଇ ସିନ୍‌ ରିକ୍ରିଏଟ୍‌
  • ||
  • ମଦ ନୀତି ଦୁର୍ନୀତି ମାମଲା: କେଜ୍‌ରିୱାଲଙ୍କୁ ପୁଣି ୧୪ ଦିନ ରିମାଣ୍ଡରେ ନେବାକୁ ଇଡିର ଆବେଦନ
  • ||
  • IPL ପ୍ରଥମ କ୍ୱାଲିଫାୟର ମ୍ୟାଚ୍‌ରେ ମୁହାଁମୁହିଁ ହେବେ କୋଲକାତା- ହାଇଦ୍ରାବାଦ, ରନ୍‌ ବର୍ଷା କରିବେ ବ୍ୟାଟିଂ ପାୱାର ହାଉସ୍‌
  • ||
  • ବାତ୍ୟା ହେବନି..ଅବପାତ ହୋଇ ମିଆଁମାର ଯିବ: ଜିଏଫଏସ୍
  • ||

ବିଜୁ ପଟ୍ଟନାୟକ ଏୟାପୋର୍ଟରୁ ୭୫ ଲକ୍ଷର ନଗଦ ଟଙ୍କା ଜବତ, ଦୁଇ ଅଟକ

ଭୁବନେଶ୍ୱର ୩୦/୪ : ନିର୍ବାଚନ ଆଚରଣ ବିଧି ଲାଗିଥିବା ବେଳେ ରାଜଧାନୀରୁ ଜବତ ହେଲା ପୁଳା ପୁଳା ୫୦୦ ଟଙ୍କିଆ ବିଡା। ଭୁବନେଶର ଏୟାପୋର୍ଟରେ ଏକ ସୁଟ୍‌କେଶ ଭିତରୁ ଜବତ ହେଲା ୭୫ ଲକ୍ଷର ନଗଦ ଟଙ୍କା । ଏତେ ପରିମାଣର ଟଙ୍କା କେଉଁ ଉଦ୍ଦେଶ୍ୟ ଆଣାଯାଇଥିଲା ତାହାର ତଦନ୍ତ କରୁଛି ଆୟକର ବିଭାଗ ।

ସୂଚନା ମୁତାବକ, ମଙ୍ଗଳବାର ଦିନ ଭୁବନେଶ୍ୱର ବିମାନ ବନ୍ଦରରୁ ଜବତ ହୋଇଛି ପୁଳା ପୁଳା ଟଙ୍କା । ଦୁଇ ଜଣ ବ୍ୟକ୍ତିଙ୍କ ଲଗେଜରୁ ଏହି ଏହି ଟଙ୍କା ଜବତ ହୋଇଛି । ଜଣେ ଦିଲ୍ଲୀରୁ ଆସୁଥିବା ବେଳେ ଆଉ ଜଣେ ଚେନ୍ନାଇରୁ ଭୁବନେଶ୍ୱରରୁ ଆସୁଥିଲେ । ସାଙ୍ଗରେ ଥିବା ସୁଟ୍‌କେଶ ଭର୍ତ୍ତି ହୋଇଥିଲା ଟଙ୍କା । ଭୁବନେଶ୍ୱର ବିମାନ ବନ୍ଦରରେ ଲଗେଜ୍ ସ୍କାନିଂ ବେଳେ ବ୍ୟାଗ୍‌ରେ ଟଙ୍କା ଥିବା ଜଣାପଡିଥିଲା । ଯାହାକୁ ସିଜ୍ କରିଛି ଆୟକର ବିଭାଗ ।  ତେବେ ଏତେ ପରିମାଣର ଟଙ୍କା କେଉଁଠୁ ଆସିଲା ଓ କ'ଣ ପାଇଁ ଆସିଥିଲା । ତାହାର ତଦନ୍ତ କରୁଛି ଆୟକର ବିଭାଗ । ଆଗକୁ ନିର୍ବାଚନ ଥିବା ବେଳେ ଏତେ ପରିମାଣର ଟଙ୍କା ଜବତ ହେବା ସନ୍ଦେହ ସୃଷ୍ଟି କରୁଛି । ତେବେ ଜଣେ ପ୍ରତିଷ୍ଠିତ ବ୍ୟବସାୟୀଙ୍କର ଏହି ଟଙ୍କା ବୋଲି ସୂଚନା ମିଳିଛି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.