ପ୍ରମୁଖ ଖବର
  • ଓଡ଼ିଶା ଆସୁଛନ୍ତି ନୀତିନ ଗଡ଼କରୀ, କୃଷ୍ଣପ୍ରସାଦପୁରରେ କରିବେ ପ୍ରଚାର
  • ||
  • ଝାରସୁଗୁଡ଼ା, ପଡିଆରୁ ୩ ମୃତଦେହ ଠାବ, ଗୋଟିଏ ପରିବାର ହୋଇଥିବା ସନ୍ଦେହ
  • ||
  • ଆଇପିଏଲ ମହାସମରରେ ପଞ୍ଜାବ କିଙ୍ଗ୍ସକୁ ଭେଟିବ ରୟାଲ୍‌ ଚ୍ୟାଲେଞ୍ଜର୍ସ, ହାରିଲେ ବିଦା
  • ||
  • ବିଏମ୍‌ସି କର୍ମଚାରୀଙ୍କୁ କଡ଼ା ନିର୍ଦ୍ଦେଶ, ଏଣିକି ବିଳମ୍ବରେ ଅଫିସ୍ ଆସିଲେ ଦରମା କାଟ୍‌
  • ||
  • ରାଜ୍ୟରେ କମ୍ପୁଛି ପ୍ରଚାର ମଇଦାନ୍, ଆଜି ଗଞ୍ଜାମ, କନ୍ଧମାଳରେ କ୍ୟାମ୍ପେନିଂ କରିବେ ନବୀନ
  • ||
  • ରାଜ୍ୟରେ ଆସନ୍ତା ୧୨ ଯାଏ ଅଧିକ ବର୍ଷା ସମ୍ଭାବନା, ୧୫ ଯାଏ ଉପକୂଳରେ ବଢ଼ିବନି ତାତି
  • ||

ବାହୁବଳୀ ନେତା ଧନଞ୍ଜୟ ସିଂହଙ୍କୁ ଜାମିନ୍‌, ତଥାପି ଲଢିପାରିବେନି ନିର୍ବାଚନ

ଲକ୍ଷ୍ନୌ,୨୭।୪: ପୂର୍ବତନ ସାଂସଦ ଓ ବାହୁବଳି ନେତା ଧନଞ୍ଜୟ ସିଂହଙ୍କୁ ଆହ୍ଳାବାଦ ହାଇକୋର୍ଟରୁ ଝଟକା। କୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି, କିନ୍ତୁ ସେ ନିର୍ବାଚନ ଲଢ଼ି ପାରିବେ ନାହିଁ। ତାଙ୍କ ଦଣ୍ଡାଦେଶ ଶୁଣାଣି କରିବାକୁ କୋର୍ଟ ମନା କରି ଦେଇଛନ୍ତି। ଏହି କାରଣରୁ ସେ ଲୋକ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିପାରିବେ ନାହିଁ। 

ଶନିବାର ଜଷ୍ଟିସ ସଞ୍ଜୟ କୁମାର ସିଂହଙ୍କ ଖଣ୍ଡପୀଠ ଧନଞ୍ଜୟଙ୍କ ମାମଲାର ଶୁଣାଣି କରିଥିଲେ। ଏହି ସମୟରେ ନମାମି ଗଙ୍ଗେ ପ୍ରୋଜେକ୍ଟ ମ୍ୟାନେଜରଙ୍କ ଅପହରଣ ମାମଲାରେ ଏମ୍‌ପି ଏମ୍‌ଏଲ୍‌ଏ କୋର୍ଟ ତାଙ୍କୁ ଦେଇଥିବା ୭ ବର୍ଷ ଜେଲ୍‌ ଦଣ୍ଡାଦେଶକୁ ସ୍ଥଗିତ ରଖିବାକୁ ମନା କରିଦେଇଛନ୍ତି। ତେବେ ଏହି ମାମଲାରେ ଧନଞ୍ଜୟଙ୍କୁ ଜାମିନରେ ଜେଲ୍‌ରୁ ମୁକ୍ତ କରିବା ପାଇଁ କୋର୍ଟ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଧନଞ୍ଜୟ ୬ ମାର୍ଚ୍ଚରୁ ଜୌନପୁର ଜିଲ୍ଲା କାରବାରରେ ଥିଲେ। 

ଉଲ୍ଲେଖନୀୟ ଯେ, ପୂର୍ବାଞ୍ଚଳର ବାହୁମଳି ପୂର୍ବତନ ସାଂସଦ ଧନଞ୍ଜୟ ସିଂହ ଜୌନପୁରର ସ୍ବତନ୍ତ୍ର କୋର୍ଟରୁ ମିଳିଥିବା ୭ ବର୍ଷର ସଜା ବିରୋଧରେ ଗତ ମାସ ଆହ୍ଲାବାଦ ହାଇକୋର୍ଟରେ ଆବେଦନ ଦାଖଲ କରିଥିଲେ। ଏହି ଆବେଦନରେ ସେ ସଜା ଉପରେ ରୋକ ଲଗାଇବା ଓ ରାୟ ଆସିବା ପର୍ଯ୍ୟନ୍ତ ଜାମିନରେ ମୁକ୍ତ କରିବାର ଗୁହାରୀ କରିଥିଲେ।  ନମାମି ଗଙ୍ଗା ପ୍ରୋଜେକ୍ଟ ମ୍ୟାନେଜର ଅପହରଣରେ ମିଳିଥିବା ସଜା ବିରୋଧରେ ଦାଖଲ ଅପିଲ ଉପରେ ଗୁରୁବାର ହାଇକୋର୍ଟରେ ଶୁଣାଣି ସରିଥିଲା। କୋର୍ଟ ରାୟକୁ ସଂରକ୍ଷିତ ରଖିଥିଲେ।  ଶନିବାର ସକାଳୁ ଏହି ଧନଞ୍ଜୟଙ୍କୁ ଜୈନପୁର ଜିଲ୍ଲା ଜେଲ୍‌ରୁ ବରେଲି ଜେଲ୍‌କୁ ସ୍ଥାନାନ୍ତର କରାଯାଇଥିଲା। ମାର୍ଚ୍ଚ ମାସରୁ ସେ ଜୈନପୁର ଜେଲ୍‌ରେ ବନ୍ଦୀ ଥିଲେ। ଉଲ୍ଲେଖନୀୟ ଯେ, ଧନଞ୍ଜୟ ସିଂହଙ୍କୁ ଜୈନପୁର ଏମ୍‌ପି ଏମ୍‌ଏଲ୍‌ଏ କୋର୍ଟ ଦୋଷୀ ସାବ୍ୟସ୍ତ କରିବା ପରେ ତାଙ୍କ ପତ୍ନୀ ଶ୍ରୀ କଲା ରେଡ୍ଡୀ ବିଏସପି ଟିକେଟରେ ନିର୍ବାଚନ ଲଢ଼ୁଛନ୍ତି।

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.