ପ୍ରମୁଖ ଖବର
  • ଦିନକ ପରେ ବିଶ୍ୱପ୍ରସିଦ୍ଧ ଚନ୍ଦନଯାତ୍ରା, ନରେନ୍ଦ୍ରରେ ଚାପ ଖେଳିବେ ମଦନମୋହନ
  • ||
  • ଓଡ଼ିଶା ଆସୁଛନ୍ତି ନୀତିନ ଗଡ଼କରୀ, କୃଷ୍ଣପ୍ରସାଦପୁରରେ କରିବେ ପ୍ରଚାର
  • ||
  • ଝାରସୁଗୁଡ଼ା, ପଡିଆରୁ ୩ ମୃତଦେହ ଠାବ, ଗୋଟିଏ ପରିବାର ହୋଇଥିବା ସନ୍ଦେହ
  • ||
  • ଆଇପିଏଲ ମହାସମରରେ ପଞ୍ଜାବ କିଙ୍ଗ୍ସକୁ ଭେଟିବ ରୟାଲ୍‌ ଚ୍ୟାଲେଞ୍ଜର୍ସ, ହାରିଲେ ବିଦା
  • ||
  • ବିଏମ୍‌ସି କର୍ମଚାରୀଙ୍କୁ କଡ଼ା ନିର୍ଦ୍ଦେଶ, ଏଣିକି ବିଳମ୍ବରେ ଅଫିସ୍ ଆସିଲେ ଦରମା କାଟ୍‌
  • ||
  • ରାଜ୍ୟରେ କମ୍ପୁଛି ପ୍ରଚାର ମଇଦାନ୍, ଆଜି ଗଞ୍ଜାମ, କନ୍ଧମାଳରେ କ୍ୟାମ୍ପେନିଂ କରିବେ ନବୀନ
  • ||
  • ରାଜ୍ୟରେ ଆସନ୍ତା ୧୨ ଯାଏ ଅଧିକ ବର୍ଷା ସମ୍ଭାବନା, ୧୫ ଯାଏ ଉପକୂଳରେ ବଢ଼ିବନି ତାତି
  • ||

ସୁନା ପ୍ରେମରେ ଦୋକାନୀ: ୨ କିଲୋ ସୁନା ପିନ୍ଧୁଛନ୍ତି ପାନ ଦୋକାନୀ

ରାଜସ୍ଥାନ ୨୭/୦୪: ରାସ୍ତା କଡ଼ରେ ଛୋଟ ଛୋଟ ପାନ ଦୋକାନକରି ଲୋକମାନେ ପରିବାର ପୋଷଣ କରୁଥିବା ଆପଣମାନେ ଦେଖିଥିବେ । ସ୍ଥଳ ବିଶେଷରେ ପାନ ସହିତ କିଛି ଚଟ୍‌ପଟା ସାମଗ୍ରୀ ବି  ସେମାନେ ବିକ୍ରି କରିଥାନ୍ତି । ତେବେ ସେହି ପାନ ଦୋକାନୀମାନଙ୍କର ଆର୍ଥିକ ସ୍ଥିତି ସେତେ ବେଶୀ ଭଲ ହୋଇନଥାଏ । ଏପରିସ୍ଥଳେ ରାଜସ୍ଥାନ ବିକାନେର ସଟ୍ଟା ବଜାରର ଜଣେ କୋଟିପତି ପାନ ଦୋକାନୀ ଫୁଲଚାନ୍ଦ ଚର୍ଚ୍ଚାରେ ଅଛନ୍ତି । 

ଫୁଲଚାନ୍ଦ ୨  କିଲୋରୁ ଅଧିକ ସୁନା ପିନ୍ଧି ପ୍ରତିଦିନ ପାନ ବିକ୍ରି କରିଥାନ୍ତି । ସେଥିମଧ୍ୟରେ ଅନେକ ଗୁଡ଼ିଏ ସୁନା ହାର,  ବ୍ରେସଲେଟ୍‌, ସୁନା ବଳା, କାନଫୁଲ,  ମୁଦି ପ୍ରଭୃତି ସାମିଲ । ସୁନା ଦାମ୍‌  ବଢ଼ିଚାଲିବା ସହିତ ତାଙ୍କର ଏହି ଗହଣାଗୁଡି଼କର ମୂଲ୍ୟ ମଧ୍ୟ  ବଢ଼ୁଛି । ସେ ପିନ୍ଧିଥିବା ଗହଣାର ମୂଲ୍ୟ ଏବେ ପ୍ରାୟ ୨ କୋଟିରୁ ଅଧିକ ଟଙ୍କା ହେବ  ବୋଲି ଫୁଲଚାନ୍ଦ କହନ୍ତି। ସଟ୍ଟାବଜାରରେ ତାଙ୍କର ‘ମୁଲସା ଫୁଲସା’ ପାନ ଦୋକାନ  ନାଁରେ ଏକ ଦୋକାନ ଥିବାବେଳେ ପାନ ଖାଇବା ସହିତ ପାନଦୋକାନୀଙ୍କର  ଏକ ଝଲକ ପାଇବାକୁ ଲୋକେ ସେଠାକୁ ଆସିଥାନ୍ତି । ବିଶେଷ କରି  ସ୍ଥାନୀୟ ଅଞ୍ଚଳକୁ ଆସୁଥିବା ପର୍ଯ୍ୟଟକମାନଙ୍କର ତାଙ୍କ ନିକଟରେ ଭିଡ଼ ଜମିଥାଏ । ଫୁଲଚାନ୍ଦଙ୍କ ପରିବାରର ପୂର୍ବରୁ ପାନ ବ୍ୟବସାୟ  ଥିଲା । ତାଙ୍କର ବାପା ଓ ଦାଦା ଏହି ବ୍ୟବସାୟ କରୁଥିଲେ ।

ସେହି  ବ୍ୟବସାୟରୁ ସେମାନେ ବେଶ୍‌ ସମୃଦ୍ଧ ହୋଇପାରିଥିଲେ । ତେଣୁ ବଡ଼  ହେବା ପରେ ସେ ସେହି ପେସାକୁ ଆଦରି ନେଲେ । ଏବେ ଏହି  କାମରେ ତାଙ୍କ ପୁଅ ଓ ତାଙ୍କ ଭାଇଙ୍କ ପୁଅମାନେ ତାଙ୍କୁ ସହଯୋଗ  କରୁଛନ୍ତି । ଫୁଲଚାନ୍ଦଙ୍କ ଦୋକାନରେ ବିଭିନ୍ନ ପ୍ରକାର ପାନ ଉପଲବ୍ଧ  ହୋଇଥାଏ । ଦାମ୍‌ ମଧ୍ୟ ୧୫-୨୦ ଟଙ୍କା ମଧ୍ୟରେ ରହୁଥିବାରୁ  ପାନପ୍ରିୟ ଲୋକଙ୍କର ଗହଳି ଲାଗି ରହେ ତାଙ୍କ ଦୋକାନରେ । ସୁନା ଗହଣା ପିନ୍ଧି ଫୁଲଚାନ୍ଦ ପାନ ବିକ୍ରି କରୁଥିବାର ଏକ ଭିଡିଓ  ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ୍‌ ହେଉଛି । ତାକୁ ବହୁ  ସଂଖ୍ୟାରେ ଲୋକେ ଲାଇକ୍‌ କରିଛନ୍ତି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.