ପ୍ରମୁଖ ଖବର
  • କଂଗ୍ରେସର ୪୦ ଜଣିଆ ଷ୍ଟାର ପ୍ରଚାର, ତାଲିକାରେ ବହୁ ହେବିଓ୍ବେଟ୍
  • ||
  • ଜୟପୁରରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଆରମ୍ଭ କରିବେ ପ୍ରଚାର
  • ||
  • ଭୁବନେଶ୍ୱରରେ ପହଞ୍ଚିଲେ କେନ୍ଦ୍ରମନ୍ତ୍ରୀ ଏସ୍‌ ଜୟଶଙ୍କର
  • ||
  • ରାଜଧାନୀରେ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ରୁମ୍‌ରେ ଥିବା ଅନ୍ୟ ଜଣେ ଯୁବତୀ ଫେରାର
  • ||
  • ବ୍ରହ୍ମଗିରି ଆସନରୁ ନାମାଙ୍କନ ପତ୍ର ଦାଖଲ କରିବେ ବିଜେପି ପ୍ରାର୍ଥୀ ଉପାସନା ମହାପାତ୍ର
  • ||
  • କଂଗ୍ରେସ ପୁରୀ ଲୋକସଭା ପ୍ରାର୍ଥୀ ସୁଚରିତା ମହାନ୍ତ ଫେରାଇଲେ ଟିକେଟ୍
  • ||
  • ଓଡ଼ିଶା ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ଜୟଶଙ୍କର, ୫ରେ ପୁଣି ଆସିବେ ଜେପି ନଡ୍ଡା
  • ||
  • ଶନିବାର ୪ ଜିଲ୍ଲାରେ ପ୍ରଚାର କରିବେ ନବୀନ, ସକାଳ ସାଢ଼େ ୧୦ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ କମ୍ପିବ ମଇଦାନ୍
  • ||
  • IPL 2024: ଚିନ୍ନାସ୍ୱାମୀରେ ବେଙ୍ଗାଲୁରୁକୁ ଭେଟିବ ଗୁଜରାଟ, ଦେଖିବାକୁ ମିଳିବ ରୋଚକ ଲଢ଼େଇ
  • ||
  • ତାତିରେ ଲାଗିବ ବ୍ରେକ୍: ଆଜିଠୁ ଉପକୂଳ, ୭ରୁ ସାରା ଓଡ଼ିଶାରେ ଖସିବ ପାରଦ, ୧୨ ଯାଏଁ ବିକ୍ଷିପ୍ତ ବର୍ଷା ଆଶାଙ୍କା
  • ||

ଅନ୍‌ଲାଇନ୍‌ରେ ଶିଶୁ ଯୌନ ଶୋଷଣ ଦେଖୁଛନ୍ତି କି... ସାବଧାନ: ଧରିବାକୁ ଜାଲ ବିଛାଇଛି କ୍ରାଇମ୍‌ବ୍ରାଞ୍ଚ, ନଜର ରଖୁଛି ଆଇ୪ସି

ଭୁବନେଶ୍ୱର,୨୫/୦୪: ଅନ୍‌ଲାଇନ୍‌ରେ ଚାଇଲ୍ଡ ପର୍ଣ୍ଣୋଗ୍ରାଫି (ଶିଶୁ ଯୌନ ଶୋଷଣ) ଦେଖୁଛନ୍ତି କି... ସାବଧାନ । ଆପଣ ଦେଖିବାମାତ୍ରେ ଜାଣିବ ପୁଲିସ୍‌ ।  ଏହି ପର୍ଣ୍ଣ ସାଇଟ୍‌ ଖୋଲିବା ମାତ୍ରେ ସିଧା ଆପଣଙ୍କ ମୋବାଇଲ୍‌କୁ ଟ୍ରାକ୍‌ କରି ଘରେ ପହଞ୍ଚିବ । ଏଥିପାଇଁ ଅନ୍‌ଲାଇନ୍‌ରେ ଜାଲ ବିଛାଇଛି କ୍ରାଇମ୍‌ବ୍ରାଞ୍ଚ୍‌ ସାଇବର ସେଲ୍‌ । କଥାଟି ଅଡୁଆ ଲାଗିଲେ ବି ସତ । ଯେଉଁମାନେ ସର୍ବାଧିକ ସମୟରେ ଚାଇଲ୍ଡ ପର୍ଣ୍ଣ ୱେବ୍‌ ସାଇଟ୍‌ ଦେଖୁଥିବେ, ସେମାନଙ୍କୁ ଅନ୍‌ଲାଇନ୍‌ ଚାଇଲ୍ଡ ଆବ୍ୟୁଜ୍‌ ମନିଟରିଂ ସିଷ୍ଟମର ସହଯୋଗରେ ପୁଲିସ୍‌ ଗିରଫ କରିବ । ଏଥିପାଇଁ କ୍ରାଇମ୍‌ବ୍ରାଞ୍ଚର ଏକ ଟିମ୍‌ ୨୪ ଘଣ୍ଟା କାମ କରୁଛନ୍ତି । 

କିଛି ମାସ ତଳେ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କୁ ଅଶ୍ଳୀଳ ଫିଲ୍ମ ସୁଟିଂ ମାମଲାରେ ମୁମ୍ବାଇ କ୍ରାଇମବ୍ରାଞ୍ଚ ପୁଲିସ ଗିରଫ ଜେରା କରିଥିଲା । ଏହାପରେ ଦେଶବ୍ୟାପୀ ଚାଲିଥିବା ଅନ୍‌ଲାଇନ ଶିଶୁ ଯୌନ ଶୋଷଣ ନେଟ୍‌ୱର୍କର ସୁରାକ ମିଳିଥିଲା । ଯାହାକୁ ନେଇ ସାରା ଦେଶରେ ଚହଳ ପଡ଼ିଥିଲା । ମାମଲା ସିବିଆଇକୁ ଗଲା ପରେ ଓଡ଼ିଶା ସମେତ ୧୪ଟି ରାଜ୍ୟର ୭୭ଟି ସ୍ଥାନରେ ୮୩ ଜଣ ସନ୍ଦିଗ୍ଧଙ୍କ ଘରେ ସିବିଆଇ ଚଢ଼ଉ କରିଥିଲା । ଓଡ଼ିଶାରୁ ୭ ଜଣଙ୍କୁ ଗିରଫ କରିଥିଲା । ପ୍ରାୟ ୧୦୦ ଦେଶରେ ଏହି ଯୌନ କାରବାରର ନେଟ୍‌ୱର୍କ ଲମ୍ବିଥିବା ସିବିଆଇ କହିଥିଲା । ସୋସିଆଲ ମିଡିଆର ବହୁଳ ପ୍ରସାର ଯୋଗୁ ସାଇବର ଅପରାଧ ବଢ଼ିବାରେ ଲାଗିଥିଲା । ଏଥି ସହ ଶିଶୁଙ୍କ ବିରୋଧରେ ବିଭିନ୍ନ ପ୍ରକାର ସାଇବର ଅପରାଧ ମୁଣ୍ଡ ଟେକିଥିଲା । 

ଏମିତି କିଛି ବଡ଼ ବଡ଼ ର‌୍ୟାକେଟ୍‌ ପଦାକୁ ଆସିବା ପରେ ଏହା ଉପରେ ଲଗାମ୍‌ ଲଗାଇବାକୁ ଅଣ୍ଟା ଭିଡ଼ିଥିଲା ମିନିଷ୍ଟ୍ରି ଅଫ୍‌ ହୋମ୍‌ ଆଫେୟାରସ୍‌ (ଏମ୍‌ଏଚ୍‌ଏ) । ଇଣ୍ଡିଆନ୍‌ ସାଇବର କ୍ରାଇମ୍‌ କୋର୍ଡିନେସନ୍‌  ସେଣ୍ଟର (ଆଇ୪ସି)  ଚାଇଲ୍ଡ ପର୍ଣ୍ଣଗ୍ରାଫି ରୋକିବାକୁ ବ୍ଲୁପ୍ରିଣ୍ଟ୍‌ ପ୍ରସ୍ତୁତ କରିଥିଲା । ଏମ୍‌ଲଏଚ୍‌ଏ ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ସମସ୍ତ ରାଜ୍ୟରେ ଏ ସବୁ ଉପରେ ନଜର ରଖିବାକୁ ତିଆରି ହୋଇଥିଲା ଡାଟାବେସ୍‌ ।  ଆଇ୪ସି ସହ ଯୋଡ଼ି ହୋଇଥିଲା ବିଭିନ୍ନ ରାଜ୍ୟର କ୍ରାଇମ୍‌ବ୍ରାଞ୍ଚ ପାଖରେ ଥିବା ଅନ୍‌ଲାଇନ୍‌ ଚାଇଲ୍ଡ ଆବ୍ୟୁଜ୍‌ ମନିଟରିଂ ସିଷ୍ଟମ । ଏହା ଦ୍ୱାରା ଅତି ସହଜ ଜଣାପଡିଯିବ କେଉଁମାନେ ଅନ୍‌ଲାଇନ୍‌ରେ ଚାଇଲ୍ଡ ପର୍ଣ୍ଣୋଗ୍ରାଫି୍‌ ଦେଖ 

  ଦେଶ ବିଦେଶରେ ଥିବା ଶହ ଶହ ପର୍ଣ୍ଣ ୱେବ୍‌ସାଇଟ୍‌ ଉପରେ ଆଇ୪ସିର ୨୪ଘଣ୍ଟିଆ ନଜର ରହୁଛି । ଦେଶର କୌଣସି ବ୍ୟକ୍ତି ଯଦି ଅନ୍‌ଲାଇନ୍‌ ମାଧ୍ୟମରେ ଶିଶୁଙ୍କ ଅଶ୍ଳୀଳ ଭିଡିଓ ଦେଖୁଥିବ ତା’ହେଲେ ଆଇ୪ସି ସେ ବ୍ୟକ୍ତିକୁ ଅତି ସହଜରେ ଠାବ କରିବ । ବ୍ୟକ୍ତି ଜଣଙ୍କ ଭିଡିଓ କେଉଁ ସ୍ଥାନରେ ଦେଖୁଛି ? କେଉଁ ନେଟ୍‌ୱାର୍କ ବ୍ୟବହାର କରୁଛି? କେଉଁଠି ଭିଡିଓ ଚାଲିଛି । ତାହା ଖୋଜି ତୁରନ୍ତ ସେ ରାଜ୍ୟ କ୍ରାଇମ୍‌ବ୍ରାଞ୍ଚକୁ ଅବଗତ କରାଇବ । କ୍ରାଇମ୍‌ବ୍ରାଞ୍ଚ ଚାଇଲ୍ଡ ଆବ୍ୟୁଜ୍‌ ମନିଟରିଂ ସିଷ୍ଟମରେ ବସିଥିବା କର୍ମଚାରୀମାନେ  ଚାଇଲ୍ଡ ପର୍ଣ୍ଣ ଦେଖୁଥିବା ବ୍ୟକ୍ତିଙ୍କୁ ଅନ୍‌ଲାଇନ୍‌ ମାଧ୍ୟମରେ ୱାର୍ଣ୍ଣିଂ ଦେବେ । ୱାର୍ଣ୍ଣିଂ ସତ୍ତେ୍ୱ ଯଦି ସେ ବ୍ୟକ୍ତି ଅଶ୍ଳୀଳ ଭିଡିଓ ଦେଖେ କିମ୍ବା ଡାଉନ୍‌ଲୋଡ୍‌ କରେ ତା’ହେଲେ ତାଙ୍କ ଫୋନ୍‌ର ଅନ୍ତର୍ଜାତୀୟ ମୋବାଇଲ୍‌ ଉପକରଣ ପରିଚୟ (ଆଇଏମ୍‌ଇଆଇ)କୁ ବ୍ଲକ କରି ଦେବେ ପୁଲିସ୍‌ । ଯଦି କେହି କମ୍ପ୍ୟୁଟରେ ଦେଖୁଛନ୍ତି ତା’ହେଲେ ଆଇପି ଆଡ୍ରେସ୍‌କୁ ମଧ୍ୟ ବନ୍ଦ କରିବାର ଟେକ୍ନୋଲୋଜି ରହିଛି । ଫଳରେ ଉକ୍ତ କମ୍ପ୍ୟୁଟର ଓ ମୋବାଇଲ୍‌ ସମ୍ପୂର୍ଣ୍ଣ ଅଚଳ ହୋଇଯିବ । 

  ଏବେ ଚାଇଲ୍ଡା ପର୍ଣ୍ଣଗ୍ରାଫି ବିଭିନ୍ନ ହ୍ୱାଟ୍ସଆପ୍‌ ଓ ଟେଲିଗ୍ରାମ ଗ୍ରୁପରେ ଅତି ସହଜରେ  ମିଳିଯାଉଛି । ସେ ସବୁ ବି କ୍ରାଇମ୍‌ବ୍ରାଞ୍ଚ ସ୍କାନରରେ ରହୁଛି । ଏଥିପାଇଁ କିଛି ଦିନ ତଳେ କ୍ରାଇମ୍‌ବ୍ରାଞ୍ଚ ସାଇବର ସେଲ୍‌ର ଓ ସାଇବର ଥାନାର କର୍ମଚାରୀ ଆନ୍ଧ୍ରପ୍ରଦେଶ ଯାଇ ଏ ବିଷୟରେ ତାଲିମ ନେଇଥିଲେ । ତେବେ ରାଜ୍ୟରେ ଖୋଲିଥିବା ସାଇବର ଥାନା ଗୁଡିକର ମଧ୍ୟ ଏହାର ଉପରେ ନଜର ରଖିବାର କ୍ଷମତା ରହିଛି । ହେଲେ ସାଇବର ଥାନା ଗୁଡିକରେ ଥିବା କର୍ମଚାରୀଙ୍କ ପାଖରେ ଜ୍ଞାନ ଅଭାବ ହେତୁ ଏଥିରୁ ସେମାନେ ଦୂରେଇ ରହୁଛନ୍ତି ।  

  ସୂଚନା ମୁତାବକ, ସୋସିଆଲ ମିଡିଆର ବହୁଳ ପ୍ରସାର ଯୋଗୁ ଶିଶୁଙ୍କ ବିରୋଧରେ ସାଇବର ଅପରାଧ ବଢ଼ିବାରେ ଲାଗିଛି । ଏନ୍‌ସିଆରବି ରିପୋର୍ଟ ୨୦୧୯ରୁ ୨୦୨୨ ମଧ୍ୟରେ ଦେଶବ୍ୟାପୀ ଉଦବେଗଜନକ ହାରରେ ବଢ଼ିଛି ସାଇବର ଅପରାଧ ମାମଲା । ୨୦୧୯ ଅପେକ୍ଷା ୨୦୨୨ରେ ଶିଶୁଙ୍କ ବିରୋଧରେ ସାଇବର ଅପରାଧ ହାର ୭ଶହ ପ୍ରତିଶତ ବଢ଼ିଛି । ସେପଟେ ୨୦୨୦ରେ ୧୨ ଶିଶୁଙ୍କୁ ହତ୍ୟା କରା ଯାଇଥିଲା । ସେଥିରୁ ୯ ଜଣଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଛି । ୨୦୨୧ରେ ୧୫ ଜଣଙ୍କୁ ଓ ୨୦୨୨ରେ ୧୮ ଜଣ ଶିଶୁଙ୍କୁ ହତ୍ୟା କରାଯାଇଥିଲା ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.