ପ୍ରମୁଖ ଖବର
  • ଆଉ ୬ ବିଧାୟକ ପ୍ରାର୍ଥୀ ଘୋଷଣା କଲା ବିଜେପି
  • ||
  • ବିଜେଡିରୁ ଇସ୍ତଫା ଦେଲେ ଅନୁଭବ ପଟ୍ଟନାୟକ, ଦଳୀୟ ସଭାପତିଭ୍କ ପାଖକୁ ପଠାଇଲେ ଇସ୍ତଫା ପତ୍ର
  • ||
  • ଆସିଲା ବିଜେଡ଼ିର ଶେଷ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା, ୩ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲେ ସୁପ୍ରିମୋ
  • ||
  • କେନ୍ଦୁଝରରେ ପୁଣି ହାତୀ ମୃତ୍ୟୁ, ପେଟରୁ ମଲା ଶାବକ ଉଦ୍ଧାର ପରେ ଆଖିବୁଜିଲା ମାଇ ହାତୀ
  • ||
  • ବାଙ୍ଗିରିପୋଷି, ସାପ କାମୁଡ଼ାରେ ୯ ବର୍ଷର ଶିଶୁପୁତ୍ର ମୃତ
  • ||
  • କଣ୍ଟାବାଞ୍ଜି ଆସନରୁ ନାମାଙ୍କନ ଭରିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ
  • ||
  • ସକାଳୁ ଆକାଶରୁ ନିଆଁ ବର୍ଷା, ସାଢ଼େ ୮ଟା ସୁଦ୍ଧା ତାଳଚେର ତାତି ୩୭ ଡିଗ୍ରୀ ପାର୍
  • ||
  • ଚାଉଳିଆଗଞ୍ଜ ଦୁର୍ଗା ମଣ୍ଡପ ନିକଟରେ ସ୍କୁଟିକୁ ପିଟିଲା ଟ୍ରକ, ମହିଳାଙ୍କ ଚାଲିଗଲା ଜୀବନ
  • ||
  • ଗୁରୁବାର ସମ୍ୱଲପୁରରୁ ଧର୍ମେନ୍ଦ୍ର ପ୍ରଧାନ, ପୁରୀରୁ ଅରୁପ ପଟ୍ଟନାୟକ ଭରିବେ ନାମାଙ୍କନ
  • ||
  • ଆଇପିଏଲ 2024: ଆଜି ମୁହାଁମୁହିଁ ହେବେ ସନରାଇଜର୍ସ ହାଇଦ୍ରାବାଦ-ରାଜସ୍ଥାନ ରୟାଲ୍ସ
  • ||
  • ଆହୁରି ତିନି ଦିନ ଯାଏ ପ୍ରଚଣ୍ଡ ତାତି, ହିଟ୍ଓ୍ବେବ ନେଇ ୧୦ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ
  • ||

ଭୋଟିଂ ସମୟରେ ଛତିଶଗଡରେ ନକ୍ସଲ ଆକ୍ରମଣ, ପ୍ରେସର ବୋମା ବିସ୍ଫୋରଣରେ CRPF ର ସହକାରୀ କମାଣ୍ଡାଣ୍ଟ ଆହତ...

ନୂଆଦିଲ୍ଲୀ: ମତଦାନ ସମୟରେ ଛତିଶଗଡର ବିଜାପୁର ଜିଲ୍ଲାରେ ନକ୍ସଲ ଆକ୍ରମଣ ହୋଇଛି । ନକ୍ସଲ ମାନଙ୍କ ଦ୍ୱାରା ଲଗାଯାଇଥିବା ଏକ ପ୍ରେସର ବୋମା ବିସ୍ଫୋରଣରେ CRPF ର ଜଣେ ସହକାରୀ କମାଣ୍ଡାଣ୍ଟ ଆହତ ହୋଇଛନ୍ତି । ପୋଲିସ ଅଧିକାରୀ ମାନେ ଏହି ସୂଚନା ଦେଇଛନ୍ତି । ବିଜାପୁର ଜିଲ୍ଲା ବସ୍ତର ଲୋକସଭା ନିର୍ବାଚନ ମଣ୍ଡଳୀରେ ଆସୁଛି, ଯେଉଁଠାରେ ସାଧାରଣ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ପାଇଁ ଭୋଟ୍ ଚାଲିଛି । ପୋଲିସ ଅଧିକାରୀ କହିଛନ୍ତି ଯେ, ଜିଲ୍ଲାର ଭୈରମଗଡ ପୋଲିସ ଷ୍ଟେସନ ଅନ୍ତର୍ଗତ ଚିହକା ମତଦାନ କେନ୍ଦ୍ର ନିକଟରେ ଏକ ପ୍ରେସର ବୋମା ବିସ୍ଫୋରଣ ହୋଇଛି । ଏଥିରେ CRPF ସହକାରୀ କମାଣ୍ଡାଣ୍ଟ ମନୁ ଏଚ.ସି ଆହତ ହୋଇଛନ୍ତି । 

ସେ କହିଛନ୍ତି ଯେ ଭୈରମଗଡରେ ସୁରକ୍ଷା ବାହିନୀର କର୍ମଚାରୀ ମାନେ ନକ୍ସଲ ବିରୋଧୀ ଅପରେସନରେ ଥିଲେ। ଯେତେବେଳେ ସେମାନେ ଚିହକା ମତଦାନ କେନ୍ଦ୍ର ନିକଟରେ ଅଭିଯାନ ଜାରି ରଖିଥିଲେ, ସହକାରୀ କମାଣ୍ଡାଣ୍ଟ ମନୁଙ୍କ ପାଦ ଏକ ପ୍ରେସର ବୋମା ଉପରେ ପଡିଯାଇଥିଲା । ଆଉ ଏହି କାରଣରୁ ବୋମା ବିସ୍ଫୋରଣ ହୋଇଥିଲା । ଏହି ଘଟଣାରେ ଅଧିକାରୀଙ୍କ ବାମ ଗୋଡ ଏବଂ ବାମ ହାତରେ ଆଘାତ ଲାଗିଛି । ପୋଲିସ ଅଧିକାରୀ କହିଛନ୍ତି ଯେ ଆହତ ଅଧିକାରୀଙ୍କୁ ପ୍ରଥମେ ସହାୟତା ଦିଆଯିବା ପରେ ସେହି ଅଞ୍ଚଳରୁ ବାହାରକୁ ନିଆଯାଇଛି 

ସୂଚନାଥାଉକି, ବସ୍ତର ଲୋକସଭା କ୍ଷେତ୍ର ଅଧିନରେ ପାଖାପାଖି ଆଠଟି ବିଧାନସଭା ନିର୍ବାଚନ ମଣ୍ଡଳୀ ଆସୁଛି । ଏଥିମଧ୍ୟରୁ କୋଣ୍ଡାଗାଂବ, ନାରାୟଣପୁରଚିତ୍ରକୋଟ, ଦାଣ୍ଟେୱାଡାବିଜାପୁରକୋଣ୍ଟା ଏବଂ ଜଗଦଲପୁରର ୭୨ ମତଦାନ କେନ୍ଦ୍ରରେ ସକାଳ  ଟାରୁ ମତଦାନ ଆରମ୍ଭ ହୋଇଥିଲା । ବସ୍ତର ଅଞ୍ଚଳରେ ସମୁଦାୟ ୧୪ ଲକ୍ଷ ୭୨ ହଜାର ୨୦୭ ଭୋଟର ଅଛନ୍ତିସେମାନଙ୍କ ମଧ୍ୟରୁ ୭ ଲକ୍ଷ ୭୧ ହଜାର ୬୭୯ ମହିଳା ଏବଂ ୭ ଲକ୍ଷ ୪୧୬ ପୁରୁଷ ଭୋଟର ଅଛନ୍ତି । ଏହି ଅଞ୍ଚଳରେ ମୋଟ ୧୯୬୧ ମତଦାନ କେନ୍ଦ୍ର ସ୍ଥାପନ କରାଯାଇଛି । ବସ୍ତର ଅଞ୍ଚଳର ପୋଲିସ୍ ଏସପି ସୁନ୍ଦରରାଜ ପି କହିଛନ୍ତି ଯେ, ଶାନ୍ତିପୂର୍ଣ୍ଣ ଭୋଟ୍ ପାଇଁ ଏହି ଅଞ୍ଚଳରେ ୬୦ ହଜାରରୁ ଅଧିକ ସୁରକ୍ଷା ବାହିନୀ ନିୟୋଜିତ ହୋଇଛନ୍ତି । 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.