ପ୍ରମୁଖ ଖବର
  • ଖଣ୍ଡପଡ଼ା: ପୋଖରୀରେ ବୁଡ଼ି ପଞ୍ଚମ ଶ୍ରେଣୀର ଛାତ୍ରଙ୍କ ମୃତ
  • ||
  • ଯଜ୍ଞର ପ୍ରସାଦ ଖାଇ ୫୦ରୁ ଉର୍ଦ୍ଧ୍ବ ଲୋକ ଝାଡ଼ାବାନ୍ତି, ଖଲ୍ଲିକୋଟ ମେଡିକାଲରେ ଭର୍ତ୍ତି
  • ||
  • ଶନିବାରଠୁ ପିଜି ନାମଲେଖା ଆବେଦନ, ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ: ଜୁନ୍‌ ୨୨ରେ ଆଡମିଟ୍‌ କାର୍ଡ, ଜୁଲାଇ ୩ରୁ ୧୪ ପ୍ରବେଶିକା ପରୀକ୍ଷା
  • ||
  • ବାଲିପାଟଣା-ନିମାପଡ଼ା ରାସ୍ତାରେ ବିଦ୍ୟୁତ୍ ଖୁଣ୍ଟକୁ ଧକ୍କା ଦେଲା କାର
  • ||
  • ରଥଖଳା ହାଲ୍‌ଚାଲ୍‌...ନିର୍ମାଣସ୍ଥଳରେ ମୁଗୁର ଓ ନିହଣ ଶବ୍ଦର କମ୍ପନ, ଚାଲିଛି ତୁମ୍ବରେ ବିନ୍ଧ ଖୋଦେଇ
  • ||
  • ବିଜେପି ନେତାଙ୍କ ମାରାଥନ୍‌ ପ୍ରଚାର: ଆଜି ଅଶ୍ୱିନୀ, ହେମାମାଳିନୀ ଓ ତୋମାରଙ୍କ କରିବେ ପ୍ରଚାର, ଧର୍ମେନ୍ଦ୍ର, ଭୂପେନ୍ଦ୍ର, ଅନୁଭବ, ସିଦ୍ଧାନ୍ତ ବି ବୁଲିବେ
  • ||
  • ହରିୟାଣାରେ ଟୁରିଷ୍ଟ ବସ୍ ଦୁର୍ଘଟଣା, ନିଆଁ ଲାଗି ୮ ମୃତ, ୨୪ରୁ ଅଧିକ ଗୁରୁତର
  • ||
  • ସନ୍ଧ୍ୟାରେ ଥମିବ ୫ମ ପର୍ଯ୍ୟାୟ ନିର୍ବାଚନୀ ପ୍ରଚାର, ସୋମବାର ୪୯ ଲୋକସଭା ଆସନରେ ଭୋଟିଂ
  • ||
  • IPL 2024: ଚିନ୍ନାସ୍ୱାମୀରେ ଆରସିବିକୁ ଭେଟିବ ସିଏସ୍‌କେ, ପ୍ଲେ-ଅଫ୍‌ ପାଇଁ ଶେଷ ସୁଯୋଗ
  • ||
  • ରାଜ୍ୟରେ ୧୯ରୁ ବଢ଼ିବ ତାତିି, ୨୦ରୁ କଲବଲ କରିବ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ: ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||

ପ୍ରଜ୍ଜ୍ୱଳ ରେଭନ୍ନା ଜର୍ମାନୀ ଯିବା ପାଇଁ ଆମକୁ ମାଗିନଥିଲେ କୌଣସି ମଞ୍ଜୁରୀ, ବୈଦେଶିକ ମନ୍ତ୍ରଣାଳୟ କହିଲା କାରଣ

ନୂଆଦିଲ୍ଲୀ,୨।୫: ହାସନ ଲୋକସଭା ଆସନରୁ ବିଜେପି ଏବଂ ଜନତା ଦଳ ସେକୁଲାର ମେଣ୍ଟ ପ୍ରାର୍ଥୀ ପ୍ରଜ୍ଜ୍ୱଳ ରେଭନ୍ନାଙ୍କୁ ନେଇ ବୈଦେଶିକ ମନ୍ତ୍ରଣାଳୟ ଦେଇଛି ବଡ ଅପଡେଟ୍। ସେ କହିଛନ୍ତି, ଜର୍ମାନୀ ଯିବା ପାଇଁ ପ୍ରଜ୍ଜଳ ରେଭେନ୍ନା ବୈଦେଶିକ ମନ୍ତ୍ରଣାଳୟରୁ ’କୌଣସି ରାଜନୈତିକ ମଞ୍ଜୁରୀ’ ମାଗିନଥିଲେ କିମ୍ବା ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଏଭଳି କୌଣସି ମଞ୍ଜୁରୀ ଦିଆଯାଇଥିଲା।

ପ୍ରଜ୍ଜ୍ୱଳ ରେଭନ୍ନା ବିଦେଶ ଯାତ୍ରାକୁ ନେଇ ବୈଦେଶିକ ମନ୍ତ୍ରଣାଳୟ କହିଛନ୍ତି, ସାଂସଦଙ୍କ ଜର୍ମାନୀ ଯାତ୍ରା ସମ୍ପର୍କରେ ଆମକୁ କୌଣସି ରାଜନୈତିକ ମଞ୍ଜୁରୀ ନା ସେ ମାଗିଛନ୍ତି କିମ୍ବା ଆମେ ତାଙ୍କୁ ଦେଇଛୁ। ରାଜନେତା ପାସପୋର୍ଟଧାରୀଙ୍କୁ ଜର୍ମାନୀ ଯାତ୍ରା ପାଇଁ କୌଣସି ଭିସାର ଆବଶ୍ୟକତା ନଥାଏ।’ ଏହା ପୂର୍ବରୁ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଲେଖି ତାଙ୍କୁ ତୁରନ୍ତ ହସ୍ତକ୍ଷେପ କରିବାକୁ କହିଥିଲେ ଓ ବୈଦେଶିକ ଏବଂ ଗୃହମନ୍ତ୍ରଣାଳୟରୁ ସାଂସଦଙ୍କ ରାଜନୈତିକ ପାସପୋର୍ଟ ରଦ୍ଦ କରିବା ପାଇଁ ତୁରନ୍ତ ପଦକ୍ଷେପ ଉଠାଇବାକୁ କହିଛନ୍ତି।

ଉଲ୍ଲେଖନୀୟ ‌ଯେ, ପ୍ରଜ୍ଜ୍ୱଳ ରେଭନ୍ନା ହେଉଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌ଡି ଦେବେଗୌଡାଙ୍କ ନାତି। ତାଙ୍କ ଦାଦା ହେଉଛନ୍ତି ଏଚ୍‌ଡି କୁମାରସ୍ବାମୀ, ଯିଏକି କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ରହିସାରିଛନ୍ତି। ତାଙ୍କ ବାପା ହେଉଛନ୍ତି ଏଚ୍‌ଡି ରେଭନ୍ନା,ସେ ମଧ୍ୟ ଜେଡିଏସ୍‌ରୁ ବିଧାୟକ ଅଛନ୍ତି। ଏବେ ପ୍ରଜ୍ଜ୍ୱଳ  ବର୍ତ୍ତମାନ ହାସନରୁ ସାଂସଦ ଅଛନ୍ତି। ହାସନରୁ ମତଦାନ ହେବାର ତୁରନ୍ତ ପରେ ବିଦେଶ ଯାଇଥିବା ରେଭନ୍ନା ଏହି ମାମଲାର ତଦନ୍ତ କରୁଥିବା ସ୍ବତନ୍ତ୍ର ତଦନ୍ତକାରୀ ଟିମ୍(ଏସଆଇଟି) ନିକଟରେ ଉପସ୍ଥିତ ହେବା ପାଇଁ ୭ ଦିନର ସମୟ ମାଗିଥିଲେ। ପ୍ରଜ୍ଜ୍ୱଳ ରେଭନ୍ନାଙ୍କ ବିରୋଧରେ ମହିଳାଙ୍କୁ ଯୌନ ଶୋଷଣ ଅଭିଯୋଗ ରହିଛି।   ଯୌନ ଶୋଷଣ କରିବା ସହ ସେ  ମହିଳାଙ୍କୁ ତାଙ୍କର ଅଶ୍ଲୀଳ ଭିଡିଓ ଏବଂ ଫଟୋ ଭାଇରାଲ କରିବାର ଧମକ ଦେଉଥିଲେ। ପ୍ରାୟ ୩୦୦୦ ରୁ ଅଧିକ ଅଶ୍ଲୀଳ ଭିଡିଓ ଏବଂ ଫଟୋ ଭାଇରାଲ ହେବାପରେ କର୍ଣ୍ଣାଟକ ପୋଲିସ ଏହି ମାମଲାର ତଦନ୍ତ ପାଇଁ ଏସଆଇଟି ଗଠନ କରିଛି। ଏଭଳି କୁହାଯାଉଛି ଯେ, ୩୩ ବର୍ଷୀୟ ସାଂସଦ ଏବେ ଜର୍ମାନୀରେ ଅଛନ୍ତି। ସେ ୨୬ ଏପ୍ରିଲରେ ଭାରତ ଛାଡି ଦେଇଥିଲେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.