ପ୍ରମୁଖ ଖବର
  • ଦିନକ ପରେ ବିଶ୍ୱପ୍ରସିଦ୍ଧ ଚନ୍ଦନଯାତ୍ରା, ନରେନ୍ଦ୍ରରେ ଚାପ ଖେଳିବେ ମଦନମୋହନ
  • ||
  • ଓଡ଼ିଶା ଆସୁଛନ୍ତି ନୀତିନ ଗଡ଼କରୀ, କୃଷ୍ଣପ୍ରସାଦପୁରରେ କରିବେ ପ୍ରଚାର
  • ||
  • ଝାରସୁଗୁଡ଼ା, ପଡିଆରୁ ୩ ମୃତଦେହ ଠାବ, ଗୋଟିଏ ପରିବାର ହୋଇଥିବା ସନ୍ଦେହ
  • ||
  • ଆଇପିଏଲ ମହାସମରରେ ପଞ୍ଜାବ କିଙ୍ଗ୍ସକୁ ଭେଟିବ ରୟାଲ୍‌ ଚ୍ୟାଲେଞ୍ଜର୍ସ, ହାରିଲେ ବିଦା
  • ||
  • ବିଏମ୍‌ସି କର୍ମଚାରୀଙ୍କୁ କଡ଼ା ନିର୍ଦ୍ଦେଶ, ଏଣିକି ବିଳମ୍ବରେ ଅଫିସ୍ ଆସିଲେ ଦରମା କାଟ୍‌
  • ||
  • ରାଜ୍ୟରେ କମ୍ପୁଛି ପ୍ରଚାର ମଇଦାନ୍, ଆଜି ଗଞ୍ଜାମ, କନ୍ଧମାଳରେ କ୍ୟାମ୍ପେନିଂ କରିବେ ନବୀନ
  • ||
  • ରାଜ୍ୟରେ ଆସନ୍ତା ୧୨ ଯାଏ ଅଧିକ ବର୍ଷା ସମ୍ଭାବନା, ୧୫ ଯାଏ ଉପକୂଳରେ ବଢ଼ିବନି ତାତି
  • ||

ମ୍ୟାକ୍‌ ଗର୍କ, ହୋପ୍‌ଙ୍କ ପରେ ଷ୍ଟବ୍‌ସଙ୍କ ବିସ୍ଫୋରକ ପ୍ରଦର୍ଶନ; ମୁମ୍ବାଇ ଆଗରେ ଦିଲ୍ଲୀ ରଖିଲା ୨୫୮ ରନ୍‌ର ଟାର୍ଗେଟ

Image source: Cricbuzz

ନୂଆଦିଲ୍ଲୀ,୨୭/୦୪: ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡୟମରେ ଆଇପିଏଲ୍‌ର ୪୩ତମ ମୁକାବିଲାରେ ମୁହାଁମୁହିଁ ହୋଇଛନ୍ତି ମୁମ୍ବାଇ ଓ ଦିଲ୍ଲୀ କ୍ୟାପିଟାଲ୍ସ। ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ମୁମ୍ବାଇ। ତେବେ ମଇଦାନକୁ ପ୍ରଥମେ ଓହ୍ଲାଇଥିବା ଦିଲ୍ଲୀ ନିର୍ଦ୍ଧାରିତ ଓଭରରେ ୪ ଓ୍ବିକେଟ ହରାଇ ୨୫୭ ରନ୍  କରିଛି । ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ଦିଲ୍ଲୀ ପକ୍ଷରୁ ଓପନର୍ ଜ୍ୟାକ୍ ଫ୍ରେଜର ମ୍ୟାକଗର୍କ ୨୭ ଟି ବଲରେ ୮୪ ରନ୍‌ ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ। 

ଏହି ବ୍ୟାଟର ତାଙ୍କ ଇନିଂସରେ ୧୧ ଚୌକା ଓ ୬ ଛକା ମାରିଥିଲେ। ଏହା ବ୍ୟତୀତ ଟ୍ରିଷ୍ଟନ ଷ୍ଟବ୍ସ ୨୫ ବଲରେ ୪୮ ରନ୍‌ କରିଥିଲେ। ୧୭ ଟି ବଲରେ ୪୧ ରନ୍‌ର ଚମତ୍କାର ଇନିଂସ ଖେଳିଥିଲେ। ଅଭିଷେକ ପୋରେଲ ୨୭ ବଲରେ ୩୬ ରନ୍ ସଂଗ୍ରହ କରିଥିଲେ। ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ ଋଷଭ ପନ୍ତ ୧୯ ଟି ବଲରେ ୨୯ ରନ୍ ସଂଗ୍ରହ କରିଥିଲେ। ଏବେ ମୁମ୍ବାଇ ୨୫୮ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରି ମଇଦାନକୁ ଓହ୍ଲାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.