ପ୍ରମୁଖ ଖବର
  • ୭ ନେତାଙ୍କୁ ବିଦା କଲା ବିଜେପି, ଦଳ ବିରୋଧୀ କାର୍ଯ୍ୟ କରୁଥିବା ଅଭିଯୋଗ
  • ||
  • ୟୁଜିସି-ନେଟ୍‌ ଆବେଦନ ଅବଧି ବୃଦ୍ଧି: ମେ ୧୭ ଯାଏଁ କରିପାରିବେ ଆବେଦନ, ଜୁନ୍‌ ୧୮ରେ ପରୀକ୍ଷା
  • ||
  • IPL 2024: ଇଡେନ ଗାର୍ଡେନ୍ସରେ କୋଲକାତାକୁ ଭେଟିବ ମୁମ୍ବାଇ, ନାଇଟ୍‌ ରାଇଡର୍ସର ଶ୍ରେଷ୍ଠ ୨ ଲକ୍ଷ୍ୟ
  • ||
  • ରାଜ୍ୟରେ ସକ୍ରିୟ କାଳବୈଶାଖୀ: ଉତ୍ତର ଉପକୂଳରେ ଘଡ଼ଘଡ଼ି ସହ ବର୍ଷା ଆଶଙ୍କା, ୧୬ ଜିଲ୍ଲାକୁ ଆଲର୍ଟ
  • ||

ଲୋକସଭା ନିର୍ବାଚନ ବେଳେ କଂଗ୍ରେସକୁ ଜୋର୍‌ଦାର ଝଟକା, ଇସ୍ତଫା ଦେଲେ ଦିଲ୍ଲୀ କଂଗ୍ରେସ ଅଧ୍ୟକ୍ଷ ଅରବିନ୍ଦର ସିଂ ଲଭଲି…

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ ଦିଲ୍ଲୀରେ କଂଗ୍ରେସକୁ ଏକ ବଡ଼ ଧରଣର ଝଟକା ଲାଗିଛି । ଦଳର ରାଜ୍ୟ ସଭାପତି ଅରବିନ୍ଦର ସିଂ ଲଭଲି ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି । କଂଗ୍ରେସ ରାଷ୍ଟ୍ରୀୟ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କ ନିକଟକୁ ସେ ତାଙ୍କର ଇସ୍ତଫା ପତ୍ର ପଠାଇଛନ୍ତି । ସେ ଚିଠିରେ ଲେଖିଛନ୍ତି ଯେ ଦିଲ୍ଲୀ କଂଗ୍ରେସ ସେହି ଦଳ ସହ ମେଣ୍ଟ କରିବାକୁ ବିରୋଧ କରିଥିଲା, ଯେଉଁ ଦଳକି,କଂଗ୍ରେସ ବିରୋଧରେ ବିରୋଧରେ ମିଥ୍ୟା, ମନଗଢା ଏବଂ ଦୁର୍ଭାବନାପୂର୍ଣ୍ଣ ଦୁର୍ନୀତି ଲଗାଇଥିଲା । ଏହା ସତ୍ତ୍ୱେ ଦଳ ଦିଲ୍ଲୀରେ AAP ସହିତ ଏକ ମେଣ୍ଟ ଗଠନ କରିବାକୁ ନିଷ୍ପତ୍ତି ନେଇଥିଲା।

ଅରବିନ୍ଦର ସିଂ ଲଭଲି ଇସ୍ତଫା ପତ୍ରରେ ଲେଖିଛନ୍ତି ଯେ, ଅନେକ କାରଣରୁ ସେ ନିଜକୁ ଅକ୍ଷମ ବୋଲି ଅନୁଭବ କରୁଛନ୍ତି ଏବଂ ନିଜକୁ ଦିଲ୍ଲୀ ପାର୍ଟି ୟୁନିଟର ସଭାପତି ଭାବରେ କାର୍ଯ୍ୟ କରିବାକୁ ଅକ୍ଷମ ବୋଲି ବିବେଚନା କରୁଛନ୍ତି । ଏହି ଚିଠିରେ ସେ ଲେଖିଛନ୍ତି, 'ଅଗଷ୍ଟ ୩୧, ୨୦୨୩ରେ ମୋତେ ଦିଲ୍ଲୀ କଂଗ୍ରେସର ସଭାପତି ଭାବରେ ନିଯୁକ୍ତ କରାଯାଇଥିଲା, ଯେଉଁଥିପାଇଁ ମୁଁ ଦଳକୁ କୃତଜ୍ଞତା ଜଣାଉଛି । ଗତ ୮ମାସ ମଧ୍ୟରେ ଦିଲ୍ଲୀରେ ଦଳକୁ ପୁନଃପ୍ରତିଷ୍ଠା କରିବା ପାଇଁ ମୁଁ ସବୁ ପ୍ରକାର ଉଦ୍ୟମ କରିସାରିଛି ଯେ ଦଳ ପୂର୍ବରୁ ଥିବା ସ୍ଥିତିକୁ ଫେରିବ।

ସେ ଆହୁରି ଲେଖିଛନ୍ତି, 'ଅଗଷ୍ଟ ୨୦୨୩ ରେ ମୋତେ ଦାୟିତ୍ୱ ଦିଆଯିବା ପରେ ପାର୍ଟି ୟୁନିଟର ଅବସ୍ଥା ସମସ୍ତେ ଜାଣନ୍ତି । ସେବେଠାରୁ ମୁଁ ପାର୍ଟିକୁ ପୁନର୍ଜୀବିତ କରିବା ଏବଂ ବିଭିନ୍ନ ପଦକ୍ଷେପ ଗ୍ରହଣ କରି ଆମର ସ୍ଥାନୀୟ କର୍ମୀମାନଙ୍କୁ ପୁନର୍ବାର ଶକ୍ତି ଦେବା ପାଇଁ କଠିନ ପରିଶ୍ରମ କରିଛି । ଦଳରେ ଶତାଧିକ ସ୍ଥାନୀୟ କର୍ମୀ ଏବଂ ସ୍ଥାନୀୟ ନେତାଙ୍କୁ ପୁନର୍ବାର ଅନ୍ତର୍ଭୁକ୍ତ କରିଥିଲି, ଯେଉଁମାନେ ଦଳ ଛାଡିଥିଲେ କିମ୍ବା ନିଷ୍କ୍ରିୟ ହୋଇଯାଇଥିଲେ ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.