ସାଲେପୁର ୨୯/୦୩: ବିଜେପି ଛାଡିଲେ ସାଲେପୁର ପୂର୍ବତନ ବିଧାୟକ ପ୍ରକାଶ ବେହେରା। ଦଳର ପ୍ରାଥମିକ ସଦ୍ୟସ ପଦରୁ ଦେଲେ ଇସ୍ତଫା। ଗୁରୁବାର ସେ ତାଙ୍କର ଇସ୍ତଫା ପତ୍ର ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ପଠାଇଦେଇଛନ୍ତି । କଟକ ଜିଲ୍ଲା ବିଜେପି ସଭାପତି ଥିଲେ ପ୍ରକାଶ। ବିଜେଡି ଯୋଗ ଦେବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।
୨୦୨୧୪ରେ କଂଗ୍ରେସରୁ ସାଲେପୁର ବିଧାୟକ ହୋଇଥିଲେ । ପରେ ୨୦୧୯ ରେ କଂଗ୍ରେସ ଛାଡି ପଦ୍ମ ଧରିଥିଲେ ଯୋଗ ଦେଇ ବିଧାୟକ ପ୍ରାଥୀ ହୋଇଥିଲେ । ଆଉ ଗୁରୁବାର ସେ ବିଜେପି ଛାଡିଛନ୍ତି । କୁହାଯାଉଛି ସେ ଖୁବଶୀଘ୍ର ବିଜେଡିରେ ମିଶିପାରନ୍ତି । ଏମିତି ବି ସାଲେପୁର ବିଧାନସଭା ସିଟ୍ ଲାଗି ବିଜେଡି ପ୍ରାର୍ଥୀ ଘୋଷଣା କରିନଥିବାରୁ ସେ ସାଲେପୁରରୁ ବିଜେଡି ଟିକେଟରେ ଲଢ଼ିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।