ପ୍ରମୁଖ ଖବର
  • ସାଇବର ଫ୍ରଡ୍‌ରୁ ଦୂରେଇ ରହିବାକୁ ଡିସିପିଙ୍କ ଅପିଲ୍, ଠକେଇର ଶିକାର ହେଲେ ତୁରନ୍ତ ୧୯୩୦ରେ ଅଭିଯୋଗ କର
  • ||
  • ପ୍ରଦୀପ ପାଣିଗ୍ରାହୀଙ୍କୁ ଆକ୍ରମଣ ମାମଲାରେ ଆକ୍ସନ, ଜେଲ୍ ଗଲେ ଶିବଶଙ୍କର ଦାଶ
  • ||
  • କେନ୍ଦୁଝରରେ ବାଇକ୍ ଓ ସ୍କୁଟି ମଧ୍ୟରେ ମୁହାଁମୁହିଁ ଧକ୍କା ଦୁଇ ମୃତ , ୩ ଗୁରୁତର
  • ||
  • ବାରାଣସୀ ଲୋକସଭା ଆସନରେ ପ୍ରାର୍ଥିପତ୍ର ଦାଖଲ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଇଲେକ୍ସସନ ଡ୍ୟୁଟି ସାରି ଫେରୁଥିଲେ, ବସ୍ ଧକ୍କାରେ ପ୍ରିଜାଇଡିଂ ଅଫିସରଙ୍କ ମୃତ୍ୟୁ
  • ||
  • କଟକ ରାଜନୀତି ସରଗରମ୍‌: ୧୫ରେ ଅମିତ ଶାହଙ୍କ ରୋଡ୍‌ ସୋ
  • ||
  • ପଦ୍ମଶ୍ରୀ ଜିତେନ୍ଦ୍ର ହରିପାଲ ଅସୁସ୍ଥ, ହସ୍ପିଟାଲରେ ଚିକିତ୍ସା ଜାରି
  • ||
  • ବର୍ଷାଙ୍କୁ ନିର୍ଯାତନା ମାମଲା: ଆତ୍ମସମର୍ପଣ କରିପାରନ୍ତି ଅଭିନେତା ଅନୁଭବ ମହାନ୍ତି, ସୋମବାର ଜାରି ହୋଇଥିଲା NBW
  • ||
  • ରଥଖଳା ହାଲ୍‌ଚାଲ୍‌.. ରଥତ୍ରୟର ୧୨ ତୁମ୍ବ ଗୋଲେଇ ସରିଲା, ଶାଳରେ ଚାଲିଛି ଅର କଣ୍ଟା ତିଆରି
  • ||
  • ମୁମ୍ବାଇରେ ଧୂଳିଝଡ଼ ସହ ପ୍ରବଳ ବର୍ଷା, , ହୋଡିଂ ଖସି ୧୪ ମୃତ, ୭୦ରୁ ଅଧିକ ଆହତ
  • ||
  • IPL 2024: ସୁପରଜାଏଣ୍ଟ୍‌ସକୁ ଭେଟିବ ଦିଲ୍ଲୀ କ୍ୟାପିଟାଲ, ଶେଷ ମ୍ୟାଚ୍‌, ଶେଷ ସୁଯୋଗ
  • ||
  • ପାଣିପାଗ ବିଭାଗର ପୂର୍ବାନୁମାନ, ମେ'୧୯ରେ ସୁଦ୍ଧା ଆଣ୍ଡାମାନ ଛୁଇଁବ ମୌସୁମୀ: ୧୭ରୁ ବଢ଼ିବ ତାତି
  • ||

ସୁଦର୍ଶନ-ଶାହରୁଖ୍‌ଙ୍କ ଦର୍ଶନୀୟ ଅର୍ଦ୍ଧଶତକ; ବେଙ୍ଗାଲୁରୁ ଆଗରେ ୨୦୧ ରନ୍‌ର ବିଜୟ ଲକ୍ଷ୍ୟ ରଖିଲା ଗୁଜରାଟ ଟାଇଟନ୍ସ

Image source: Cricbuzz

ଅହମ୍ମଦାବାଦ,୨୮/୦୪: ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଆଇପିଏଲ୍‌ ୨୦୨୪ର ୪୫ ତମ ମ୍ୟାଚ୍‌ରେ ମୁହାଁମୁହିଁ ହୋଇଛନ୍ତି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ଗୁଜରାଟ ଟାଇଟନ୍ସ। ତେବେ ଏହି ମୁକାବିଲାରେ ପ୍ରଥମେ ଗୁଜରାଟ ବ୍ୟାଟିଂ କରି ଆରସିବି ଆଗରେ ୨୦୧ରନ୍‌ର ବିଜୟ ଲକ୍ଷ୍ୟ ରଖିଛି। 

ଦଳ ନିର୍ଦ୍ଧାରିତ ୨୦ ଓଭରରେ ୩ ଓ୍ବିକେଟ ହରାଇ ୨୦୦ ରନ୍‌ କରିଛି। ଟିମ୍‌ ପକ୍ଷରୁ ସାଇ ସୁଦର୍ଶନ ୮୪ ରନ୍‌ର ଏକ ଦମ୍‌ଦାର୍‌ ପାଳି ଖେଳିଛନ୍ତି। ସେ ୪୯ ବଲ୍‌ରେ ୮ ଚୌକା ଓ ୪ ଛକା ସହିତ ୮୪ ରନ୍‌ କରି ଅପରାଜିତ ରହିଛନ୍ତି। ସେହିପରି ଶାହାରୁଖ ଖାନ୍‌ ମଧ୍ୟ ୫୮ ରନ୍‌ର ଏକ ଦମଦାର ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ। ଡେଭିଡ୍‌ ମିଲର ୨୬ ରନ୍‌ କରି ଅପରାଜିତ ରହିଥିବା ବେଳେ ଶୁବମନ ଗିଲ୍‌ ୧୬ ରନ୍‌ କରି ପାଭଳିଲିୟନ ଫେରିଥିଲେ।

ସେପଟେ ଆରସିବି ପକ୍ଷରୁ ବୋଲିଂରେ ସ୍ବପ୍ରିଲ ସିଂ ୩ ଓଭରରେ ୨୩ ରନ୍‌ ଦେଇ ଗୋଟିଏ ଓ୍ବିକେଟ ନେଇଥିବା ବେଳେ ମହମ୍ମଦ ସିରାଜ ୪ ଓଭର ବୋଲିଂ କରି ୩୪ ରନ୍‌ ଦେଇ ଗୋଟିଏ ଓ୍ବିକେଟ ନେଇଥିଲେ। ମାକ୍ସଓ୍ବେଲଙ୍କୁ ମଧ୍ୟ ଗୋଟିଏ ସଫଳତା ମିଳିଥିଲା।

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.