ପ୍ରମୁଖ ଖବର
  • ବାରିପଦା ବ୍ୟାଙ୍କ ଅଫ୍ ଇଣ୍ଡିଆରେ ଅଗ୍ନିକାଣ୍ଡ, ୩ଜଣ ଅସୁସ୍ଥ ଅବସ୍ଥାରେ ଉଦ୍ଧାର, ୨ଟି ଅଗ୍ନିଶମ ଟିମ୍ ନିୟୋଜିତ
  • ||
  • କଂଗ୍ରେସ ଛାଡ଼ିଲେ ଦୁଲାଲ ଚନ୍ଦ୍ର ପ୍ରଧାନ,ଏଆଇସିସି ସଭାପତିଙ୍କୁ ପଠାଇଲେ ଇସ୍ତଫା ପତ୍ର
  • ||
  • ଚଣ୍ଡିଖୋଲ ବଡ଼ଚଣା ଓଭରବ୍ରିଜ୍‌ରେ ଦୁର୍ଘଟଣା, ଅଜଣା ଗାଡ଼ି ଧକ୍କା ୨ ବାଇକ୍ ଆରୋହୀ ମୃତ
  • ||
  • ରାସ୍ତା ପାର୍ ହେଉଥିଲେ ମହିଳା, ଚଢ଼ିଗଲା ମାଛ ବୋଝେଇ ପିକ୍ଅପ୍ ଭ୍ୟାନ୍
  • ||
  • ମେ’ ୩ରେ ରାୟଗଡ଼ା ଆସିବେ ରାହୁଲ, ବିଶାଳ ଜନସଭାକୁ ସମ୍ବୋଧିତ କରିବେ
  • ||
  • ଆଇପିଏଲ୍ 2024: କୋଲକାତା ନାଇଟ୍‌ ରାଇଡର୍ସକୁ ଭେଟିବ ଦିଲ୍ଲୀ କ୍ୟାପିଟାଲ୍ସ, ଇଡେନ ଗାର୍ଡେନ୍ସ ହେବ ରନ୍ ବର୍ଷା
  • ||
  • କାମାକ୍ଷାନଗରରେ ଏନକାଉଣ୍ଟର, ପୁଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ସୁବାଷ ଖୁଣ୍ଟିଆ ଗୁରୁତର
  • ||
  • ଓଡ଼ିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ, ଆଜିଠୁ ନାମାଙ୍କନ ଦାଖଲ
  • ||
  • ଜଗତସିଂହପୁର-ବାଲିକୁଦା ନିକଟରେ ଓଲଟିଲା ବରଯାତ୍ରୀ ବସ୍, ୧୦ ଜଣ ଆହତ
  • ||

IMFର ଭାରତ ଉପରେ ବଢିଲା ଭରସା , ଚଳିତ ବର୍ଷ ଜିଡିପି ୬.୮ ପ୍ରତିଶତ ରହିବାର ଅନୁମାନ

ନୂଆଦିଲ୍ଲୀ : ୨୦୨୪ରେ ଭାରତୀୟ ଅର୍ଥବ୍ୟବସ୍ଥା ୬.୮ ପ୍ରତିଶତ ହାରରେ ବିକାଶ କରିବ। ଇଣ୍ଟରନ୍ୟାସନାଲ ମନିଟାରୀ ଫଣ୍ଡ ( ଆଇଏମଏଫ୍‌ ) ୱାର୍ଲ୍ଡ ଇକୋନମିକ ଆଉଟ୍‌ଲୁକ୍‌ର ଗ୍ରୋଥ୍‌  ଅନୁମାନକୁ ଜାରି କରିଛି। ଆଇଏମଏଫ୍‌ ଭାରତ ପାଇଁ ନିଜର ଗ୍ରୋଥ୍‌ ଅନୁମାନକୁ ବଢାଇ ୨୦୨୪ ରେ ୬.୮ ପ୍ରତିଶତ ଜିଡିପି ଗ୍ରୋଥ୍‌ ରେଟ୍‌ ରହିବାର ଅନୁମାନ କରିଛି, ଯାହା କି ଜାନୁୟାରୀ ୨୦୨୪ରେ ଜାରି କରିଥିବା ୬.୫ ପ୍ରତିଶତର ଅନୁମାନ ଠାରୁ ଅଧିକ । ୨୦୨୫ ପାଇଁ ଆଇଏମଏଫ୍‌ ନିଜର ଗ୍ରୋଥ୍‌ ଅନୁମାନରେ କୌଣସି ପରିବର୍ତ୍ତନ କରି ନାହିଁ ଏବଂ ୬.୫ ପ୍ରତିଶତ ଗ୍ରୋଥ୍‌ ରେଟ୍‌ ରହିବାର ଅନୁମାନ କରାଯାଇଛି। 

ୱାର୍ଲ୍ଡ ଇକୋନମିକ ଆଉଟ୍‌ଲୁକ୍‌ ରିପୋର୍ଟ ଜାରି କରି ଆଇଏମଏଫ୍‌ କହିଛି ଯେ, ଭାରତରେ ଗ୍ରୋଥ୍‌ ମଜବୁତ ରହିବ ଏବଂ ୨୦୨୪ ରେ ୬.୮ ପ୍ରତିଶତ ଓ ୨୦୨୫ରେ ୬.୫ ପ୍ରତିଶତ ଜିଡିପି ରହିବାର ଅନୁମାନ ଅଛି। ଆଇଏମଏଫ୍‌ ମୁତାବିକ ଘରୋଇ ଡିମାଣ୍ଡରେ ଦୃଢତା ଓ  ୱାର୍କଫୋର୍ସରେ ବଢୁଥିବା ଲୋକ ସଂଖ୍ୟା ଦ୍ୱାରା ଭାରତର ଆର୍ଥିକ ବିକାଶରେ ଏହି ମଜବୁତ ଦେଖିବାକୁ ମିଳୁଛି। ଆଇଏମଏଫ୍‌ ଆର୍ଥିକ ବର୍ଷ ୨୦୨୩-୨୪ ପାଇଁ ଭାରତର ଆର୍ଥିକ ବିକାଶର ଗ୍ରୋଥ ଅନୁମାନକୁ ବୃଦ୍ଧି କରି ୭.୮ ପ୍ରତିଶତ କରିଛି , ଯାହା ସରକାରଙ୍କ ନିଜର ଅନୁମାନ ୭.୮ ପ୍ରତିଶତ ଠାରୁ ଅଧିକ ରହିଛି ।  

ଆଇଏମଏଫ୍‌ ୨୦୨୪ରେ ଭାରତରେ ମୁଦ୍ରାସ୍ଫୀତି ହାର ୪.୬ ପ୍ରତିଶତ ଓ ୨୦୨୫ରେ ୪.୨ ପ୍ରତିଶତ ରହିବାର ଅନୁମାନ କରିଛି । ଆଇଏମଏଫର ଅନୁମାନ ଭାରତୀୟ ରିଜର୍ଭ ବ୍ୟାଙ୍କର ୪.୫ ପ୍ରତିଶତର ଅନୁମାନ ଠାରୁ ଅଳ୍ପ ଅଧିକ । ମାର୍ଚ୍ଚ ୨୦୨୪ ପାଇଁ ଯେଉଁ ଖୁଚୁରା ମୁଦ୍ରାସ୍ଫୀତି ହାରର ଡାଟା ଜାରି କରିଛି , ଏହି ମୁତାବିକ ଖୁଚୁରା ମୁଦ୍ରାସ୍ଫୀତି ହାର ୪.୮୫ ପ୍ରତିଶତକୁ ଆସି ଯାଇଛି, ହେଲେ ଖାଦ୍ୟ ମୁଦ୍ରାସ୍ଫୀତି ହାର ୮.୫୨ ପ୍ରତିଶତ ରହିଛି।   

ଆଇଏମଏଫ୍‌ ଭାରତର ଆର୍ଥିକ ବିକାଶ ହାରର ଅନୁମାନରେ ଯେଉଁଠି ବୃଦ୍ଧି କରିଛି , ସେଠାରେ ଚୀନ୍‌ର ବିକାଶ ହାରର ଅନୁମାନକୁ ହ୍ରାସ କରି ଦେଇଛି। ଆଇଏମଏଫ୍‌ ମୁତାବିକ ୨୦୨୪ରେ ଚୀନ୍‌ର ଅର୍ଥବ୍ୟବସ୍ଥା ୪.୬ ପ୍ରତିଶତ ଓ ୨୦୨୫ରେ ୪.୧ ପ୍ରତିଶତର ହାରରେ ଗ୍ରୋଥ୍‌ ଦେଖାଇବ, ଯାହା ୨୦୨୩ରେ ୫.୨ ପ୍ରତିଶତ ରହିଥିଲା। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.