ପ୍ରମୁଖ ଖବର
  • ସୁନ୍ଦରଗଡ଼କୁ ନୂଆ ପରିଚୟ ଦେଇଛନ୍ତି ମୁଖ୍ୟମନ୍ତ୍ରୀ, ଆପଣଙ୍କ ଟିକେ ଭୁଲ୍ ରାଉରକେଲାକୁ ପଛକୁ ନେଇଯିବ : ୫-ଟି ଅଧ୍ୟକ୍ଷ
  • ||
  • ରାଉରକେଲାରେ ନବୀନଙ୍କ ଉଦବୋଧନ, ମାଗଣାରେ ବିଜୁଳି ଦେବେ ବିଜେଡି ସରକାର
  • ||
  • ଭୋଟରମାନଙ୍କ ପାଇଁ ଆରମ୍ଭ ହେଲା ‘ମୋ ବୁଥ୍‌ ଆପ୍‌’, ବୁଥ୍‌ର ନାମ ଏବଂ ଏହାର ଅବସ୍ଥିତି ସଂପର୍କରେ ସଠିକ୍‌ ତଥ୍ୟ ପାଇବେ ମତଦାତା
  • ||
  • ମହାକାଳପଡ଼ା : ଭିଜିଲାନ୍ସ ଜାଲରେ ଲାଞ୍ଚୁଆ ଅମିନ, ୨ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରା ପଡ଼ିଲେ
  • ||
  • ରାୟଗଡ଼ା : ପୂର୍ବତନ ମନ୍ତ୍ରୀ ଡମ୍ବରୁଧର ଉଲାକାଙ୍କ ପରଲୋକ, ଦୀର୍ଘ ଦିନ ଧରି ଥିଲେ ଅସୁସ୍ଥ
  • ||
  • ଭୁବନେଶ୍ଵର : ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ବେଳେ ତତଲା ପାଗ, ୧୭ ଯାଏ ବର୍ଷା ସମ୍ଭାବନା
  • ||

ଟ୍ରାଫିକ୍‌ ଦୂରେଇବ ‘ଏୟାର ଟ୍ୟାକ୍ସି’: ଭାରତରେ ଖୁବଶୀଘ୍ର ହେବ ନିର୍ମାଣ, ଇଲେକ୍ଟ୍ରିକ୍‌ ଟ୍ୟାକ୍ସିର ପ୍ରତିରୂପ ଲଞ୍ଚିଂ ପାଇଁ ପ୍ରସ୍ତୁତି

ନୂଆଦିଲ୍ଲୀ,୨୯/୦୪: ଦେଶର ସଡ଼କଗୁଡ଼ିକରେ ଯାନବାହନ ସଂଖ୍ୟା ଦ୍ରୁତ ଗତିରେ ବଢ଼ିବାକୁ ଲାଗିଛି । ଏହାଯୋଗୁ ଭୀଷଣ ଟ୍ରାଫିକ୍‌ ସମସ୍ୟା ଉପୁଜିବା ସହ ପ୍ରଦୂଷଣ ମାତ୍ରା ବି ବଢ଼ୁଛି । ଲୋକମାନେ ବେଳେ ବେଳେ ଟ୍ରାଫିକ୍‌ରେ ଫସି  ହଇରାଣ ହେଉଛନ୍ତି। ବିଭିନ୍ନ ଅଫିସରେ କାମ କରୁଥିବା ଲୋକେ ଅଧିକ ସମସ୍ୟାର ସମ୍ମୁଖୀନ  ହେଉଛନ୍ତି । ଟ୍ରାଫିକ୍‌ ଜାମ୍‌ ଯୋଗୁ ଲୋକଙ୍କ ସ୍ୱାସ୍ଥ୍ୟ  ଉପରେ ବି ଖରାପ ପ୍ରଭାବ ପଡ଼ୁଛି । ଏଭଳି  ସମସ୍ୟାର ସମାଧାନ ବାହାରିବାକୁ ଯାଉଛି । ଦେଶରେ  ଆଗାମୀ ସମୟରେ ‘ଏୟାର ଟ୍ୟାକ୍ସି’ ଆସିପାରେ । ଏୟାର ଟ୍ୟାକ୍ସିରେ ଯାତ୍ରା କରିବାକୁ ଲୋକେ ସୁଯୋଗ  ପାଇବେ । ଏହାଯୋଗୁ ଟ୍ରାଫିକ୍‌ ହେବନାହିଁ କିମ୍ବା ପ୍ରଦୂଷଣ ବି ବଢ଼ିବ ନାହିଁ । 

ଭାରତୀୟ ଆକାଶରେ  ଦେଖିବାକୁ ମିଳିବ ‘ଏୟାର ଟ୍ୟାକ୍ସି’ । ଭାରତରେ ଖୁବଶୀଘ୍ର ଏୟାର ଟ୍ୟାକ୍ସି ନିର୍ମାଣ  କରାଯିବ । ଚେନ୍ନାଇ ଭିତ୍ତିକ ଷ୍ଟାର୍ଟଅପ୍‌ ‘ଇପ୍ଲେନ୍‌’  ଆସନ୍ତା ବର୍ଷ ମାର୍ଚ୍ଚ ସୁଦ୍ଧା ଆକାଶରେ ଉଡ଼ିପାରୁଥିବା  ଇଲେକ୍ଟ୍ରିକ୍‌ ଟ୍ୟାକ୍ସିର ପ୍ରତିରୂପ ଲଞ୍ଚ୍‌ କରିବା  ପାଇଁ ପ୍ରସ୍ତୁତି ଚଳାଇଛି । ପ୍ରମାଣିତ ପ୍ରତିରୂପ  ବିକଶିତ କରିବା ପାଇଁ ଜୋରଦାର କାମ ଚାଲିଛି ।  ସହରାଞ୍ଚଳରେ ଟ୍ରାଫିକ୍‌ ସମସ୍ୟାର ପ୍ରତିକାର ନିମନ୍ତେ  ଇପ୍ଲେନ୍‌ ବିଭିନ୍ନ ବିକଳ୍ପ ଉପରେ ମନୋନିବେଶ  କରୁଛି । ଜଣେ ବରିଷ୍ଠ ଅଧିକାରୀଙ୍କ ମୁତାବକ,  ଭାରତୀୟ ପ୍ରାଦ୍ୟୋଗିକ ସଂସ୍ଥାନ (ଆଇଆଇଟି),  ମାଡ୍ରାସ ସହଯୋଗରେ କାମ କରୁଥିବା ଏହି  କମ୍ପାନି ଆଗାମୀ ମାସଗୁଡ଼ିକରେ ନିଜ ଡ୍ରୋନ୍‌ର  ବ୍ୟବସାୟୀକରଣ କରିବାକୁ ଯାଉଛି । ଏହି ଡ୍ରୋନ୍‌  ୨-୬ କିଲୋଗ୍ରାମ ଓଜନର ସମଗ୍ରୀ ବହନ କରି  ଉଡ଼ାଣ କରିପାରିବ । 

ଇପ୍ଲେନ୍‌ କମ୍ପାନିର ପ୍ରତିଷ୍ଠାତା ତଥା ସିଇଓ ସତ୍ୟ  ଚକ୍ରବର୍ତ୍ତୀ କହିଛନ୍ତି, ଷ୍ଟାର୍ଟଅପ୍‌ ଏକ ଇଭିଟିଓଏଲ୍‌  (ଇଲେକ୍ଟ୍ରିକ୍‌ ଭର୍ଟିକାଲ୍‌ ଟେକ୍‌ଅଫ୍‌ ଆଣ୍ଡ୍‌ ଲ୍ୟାଣ୍ଡିଂ)  ବିମାନ ବିକଶିତ କରୁଛି । ପ୍ରାରମ୍ଭରେ ଏହା ୩ କିମ୍ବା  ୪ ସିଟ୍‌ବିଶିଷ୍ଟ ବିମାନ ହେବ । ପରମୁହୂର୍ତ୍ତରେ ଏହାକୁ  ଏୟାର ଆମ୍ବୁଲାନ୍ସରେ ରୂପାନ୍ତରଣ କରାଯିବ । ତାଙ୍କ  ମୁତାବକ ଆସନ୍ତା ବର୍ଷ ମାର୍ଚ୍ଚ ସୁଦ୍ଧା କମ୍ପାନି ଏୟାର  ଟ୍ୟାକ୍ସିର ପ୍ରଥମ ପ୍ରମାଣିତ ପ୍ରତିରୂପ ଆଣିବା ପାଇଁ ଆଶା ରଖିଛି । ଏହାପରେ ବେସାମରିକ ବିମାନ ଚଳାଚଳ  ମହାନିର୍ଦ୍ଦେଶାଳୟ (ଡିଜିସିଏ) ଠାରୁ ପ୍ରମାଣନ ପ୍ରାପ୍ତ  କରିବାରେ ଆଉ କିଛି ବର୍ଷ ଲାଗିଯିବ । ଯେଉଁ ସ୍ଥାନରେ  ପହଞ୍ଚିବା ଲାଗି ଏକ ବ୍ୟକ୍ତିଗତ ବାହନକୁ ୬୦ ମିନିଟ୍‌  ଲାଗୁଛି, ଇପ୍ଲେନ୍‌ର ଏୟାର ଟ୍ୟାକ୍ସି ଦ୍ୱାରା ସେଠାରେ ମାତ୍ର ୧୪ ମିନିଟ୍‌ରେ ପହଞ୍ଚିହେବ । ଏହାଦ୍ୱାରା  ଟ୍ରାଫିକ୍‌ ସମସ୍ୟା ବି ଦୂର ହୋଇପାରିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.