ପ୍ରମୁଖ ଖବର
  • ବଡଦେଉଳରେ ଅଘଟଣ, ଗରମ ଡ଼ାଲି ପଡି ଦୁଇଜଣ ବୋଝିଆ ଗୁରୁତର
  • ||
  • ବିଜେପିରୁ ଇସ୍ତାଫା ଦେଲେ ବାସନ୍ତି ମଲ୍ଲିକ
  • ||
  • ଛତ୍ରପୁର ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରାର୍ଥିପତ୍ର ଦାଖଲ କଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ
  • ||
  • ଗଞ୍ଜାମରେ ପହଞ୍ଚିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ, ତାରାତାରିଣୀଙ୍କ ଦର୍ଶନ ପରେ ପ୍ରାର୍ଥିପତ୍ର ଦାଖଲ କରିବେ
  • ||
  • 'କେଜରିୱାଲଙ୍କ ଗିରଫ ବେଆଇନ୍': ମଙ୍ଗଳବାର ସୁପ୍ରିମ୍‌କୋର୍ଟରେ ଆବେଦନର ଶୁଣାଣି
  • ||
  • ସନ୍ଦେଶଖାଲି ମାମଲା: ସିବିଆଇ ଯାଞ୍ଚ ରୋକ୍‌ ନେଇ ଜୁଲାଇରେ ସୁପ୍ରିମକୋର୍ଟ ଶୁଣାଣି
  • ||
  • ହାଇୱା ଧକ୍କାରେ ଯୁବକ ମୃତ, କ୍ଷତିପୂରଣ ଦାବିରେ ଟାୟାର ଜାଳି ରାସ୍ତା ଅବରୋଧ
  • ||
  • ସୀମାନ୍ତ ଛତିଶଗଡ ନାରାୟଣପୁର ଜିଲ୍ଲାରେ ମୁହାଁମୁହିଁ ପୋଲିସ ଓ ମାଓବାଦୀ, ଟଳିଲେ ୪ ନକ୍ସଲ
  • ||
  • ବିଧାୟକ ଦେବୀ ପ୍ରସାଦ ମିଶ୍ରଙ୍କର ଶୋଭାଯାତ୍ରା ଯାଉଥିବା ବେଳେ ବଡ଼ମ୍ବା ନିକଟରେ ଦୁର୍ଘଟଣା, ୩ ଆହତ
  • ||
  • ୨୦ ହଜାର କନିଷ୍ଠ ଶିକ୍ଷକ ନିଯୁକ୍ତି ମାମଲା: ଶୁଣାଣି ଶେଷ, ରାୟ ସଂରକ୍ଷିତ
  • ||
  • ଟାଇଁ ଟାଇଁ ଖରା: ସକାଳୁ ୮ଟା ୩୦ ସୁଦ୍ଧା ତତଲା ସହର ପାଲଟିଲା ବାରିପଦା, ପାରଦ ଡେଇଁଲା ୩୮ଡିଗ୍ରୀ
  • ||
  • ବିଜୁ ପଟ୍ଟନାୟକ ଏୟାପୋର୍ଟରୁ ୭୫ ଲକ୍ଷର ନଗଦ ଟଙ୍କା ଜବତ, ଦୁଇ ଅଟକ
  • ||
  • ତାତି ଯନ୍ତ୍ରଣା ଆହୁରି ୧୦ ଦିନ: ଦୁଇ ଦିନ ପାଇଁ ରେଡ୍‌ ୱାର୍ଣ୍ଣିଂ, ମେ' ୨ରେ ଉପକୂଳରେ ସାମାନ୍ୟ କମିପାରେ
  • ||

‘UNSCରେ ଭାରତକୁ ମିଳୁ ସ୍ଥାୟୀ ସଦସ୍ୟତା’; ଏଲନ ମସ୍କଙ୍କ ଦାବି ପରେ ସମର୍ଥନରେ ବାହାରିଲା ଆମେରିକା

Image Courtesy: Mint

ନୂଆଦିଲ୍ଲୀ: ଜାତିସଂଘ ସୁରକ୍ଷା ପରିଷଦ (ୟୁଏନଏସ୍‌ସି)ରେ ଭାରତକୁ ସ୍ଥାୟୀ ସଦସ୍ୟତା ଦେବା ଲାଗି ପୁଣି ଥରେ ଦାବି ହୋଇଛି । ଏହାକୁ ନେଇ ଟେସଲା ସିଇଓ ଏଲନ ମସ୍କ ମନ୍ତବ୍ୟ ଦେଇଛନ୍ତି । ମସ୍କ କହିଛନ୍ତି, ଭାରତକୁ ସ୍ଥାଇ ସିଟ୍‌ ମିଳିବା ଦରକାର । ଏହା ସହ ୟୁଏନଏସ୍‌ସି ନିୟମରେ ପରିବର୍ତ୍ତନ ହେବା ଦରକାର । ମସ୍କ ଏକ୍ସରେ ଲେଖିଛନ୍ତି ଯେ, ୟୁଏନଏସସିରେ ଭାରତକୁ ସ୍ଥାୟୀ ସଦସ୍ୟତା ନମିଳିବା ଅଜବ ଘଟଣା । ଜାତିସଂଘ ସୁରକ୍ଷା ପରିଷଦରେ ଆହୁରି ସୁଧାର କରି ଭାରତକୁ ସ୍ଥାୟୀ ସିଟ୍‌ ଦେବା ଦରକାର ।

 ସେପଟେ ଆମେରିକା ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ବେଦାନ୍ତ ପଟେଲ ଏହି ପ୍ରସଙ୍ଗରେ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ଜାତିସଂଘ ସୁରକ୍ଷା ପରିଷଦରେ ସୁଧାର ଆଣିବା ଲାଗି ଆମେରିକା ପ୍ରସ୍ତାବ ଦେଇଛି ବୋଲି ସେ କହିଛନ୍ତି । ଏବେ ଭାରତକୁ ୟୁଏଏସ୍‌ସିରେ ସ୍ଥାୟୀ ସଦସ୍ୟତା ଦେବା ସପକ୍ଷରେ ଆମେରିକା ଥିବା କଥା କୁହାଯାଉଛି । ଜାତିସଂଘ ମହାସଭାର ଅଧ୍ୟକ୍ଷ ଡେନିସ୍‌ ଫ୍ରାନ୍ସିସ ୫ ଦିନିଆ ଭାରତ ଗସ୍ତରେ ଥିବା ବେଳେ ଆମେରିକାର ଏହି ପଦକ୍ଷେପ ଭାରତ ପାଇଁ ବେଶ ଉତ୍ସାହଜନକ । 

ସେପଟେ ଭାରତ ମଧ୍ୟ ସ୍ଥାୟୀ ସଦସ୍ୟତା ପାଇବା ଲାଗି ଫ୍ରାନ୍ସିସଙ୍କ ସହ ଆଲୋଚନା କରିପାରେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି । ତେବେ ଏଲନ ମସ୍କଙ୍କ ଦାବି ପରେ ଭାରତକୁ ନେଇ ଆମେରିକା ବିଚାର କରିବାକୁ ବାଧ୍ୟ ହୋଇଛି । ସବୁଠୁ ଅଧିକ ଲୋକସଂଖ୍ୟା ଥିବା ଦେଶ ଭାରତ ୟୁଏନଏସସିର ସ୍ଥାୟୀ ସଦସ୍ୟ ନହେବା ଆଶ୍ଚର୍ଯ୍ୟଜନକ ବୋଲି ମସ୍କ କହିଛନ୍ତି । ଏହା ସହ ଆଫ୍ରିକାକୁ ସଦସ୍ୟତା ଦିଆଯିବା ଦରକାର ବୋଲି ମଧ୍ୟ ଏଲନ ମସ୍କ ପରାମର୍ଶ ଦେଇଛନ୍ତି । 

ୟୁଏନଏସ୍‌ସିର ସ୍ଥାୟୀ ସଦସ୍ୟ

ଆମେରିକା, ବ୍ରିଟେନ୍‌, ଚୀନ୍, ଫ୍ରାନ୍ସ, ଏବଂ ଋ‌ଷ ୟୁଏନଏସସିର ସ୍ଥାୟୀ ସଦସ୍ୟ । ଏହି ଦେଶଗୁଡ଼ିକ ପାଖରେ ଭିଟୋ ପାଓ୍ବାର ରହିଛି । ଜାତିସଂଘର ନୂଆ ସଦସ୍ୟଙ୍କୁ ସାମିଲ କରିବାକୁ ହେଲେ ଏହି ଦେଶଗୁଡ଼ିକର ଅନୁମତି ଜରୁରି । ଯଦି ଏଥିରେ ସୁଧାର ହୁଏ ତେବେ ଭାରତ ୟୁଏନଏସ୍‌ସିର ସ୍ଥାୟୀ ସଦସ୍ୟ ହୋଇପାରିବ । ସେପଟେ ସ୍ଥାୟୀ ସଦସ୍ୟତା ପାଇବା ଲାଗି ଭାରତ ମଧ୍ୟ ଚେଷ୍ଟା କରିଆସିଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.