ହାଇଦ୍ରାବାଦ: ଗୁରୁବାର ସକାଳେ ତେଲେଙ୍ଗାନାରେ ଭୟଙ୍କର ଦୁର୍ଘଟଣା ଘଟିଛି । ଛିଡ଼ା ହୋଇଥିବା ଟ୍ରକ୍କୁ ପଛରୁ ପିଟିଲା କାର । ଜଣେ ଶିଶୁଙ୍କ ସମେତ ୬ ଜଣଙ୍କ ମୃତ୍ୟୁ । ହାଇଦ୍ରାବାଦ-ବିଜୟଓ୍ବାଡା ଜାତୀୟ ରାଜପଥ ଉପରେ ଘଟିଛି ଏଭଳି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ।
ଆଜି ସକାଳେ ଶିଶୁଙ୍କ ସମେତ ୬ ଜଣ କାର ଯୋଗେ ହାଇଦ୍ରାବାଦରୁ ବିଜୟଓ୍ବାଡା ଅଭିମୁଖେ ଯାତ୍ରା କରୁଥିଲେ । ହାଇଦ୍ରାବାଦ-ବିଜୟଓ୍ବାଡା ଜାତୀୟ ରାଜପଥରେ ଯାଉଥିବା ବେଳେ ଛିଡ଼ା ହୋଇଥିବା ଏକ ଦୁର୍ଘଟଣାଗ୍ରସ୍ତ ଟ୍ରକ୍କୁ ଧକ୍କା ଦେଇଥିଲା କାର ।
ଏହି ଦୁର୍ଘଟଣାରେ କାରରେ ଥିବା ଶିଶୁଙ୍କ ସମେତ ୬ ଜଣଙ୍କ ମୃତ୍ୟୁ ହୋଇଛି । ତେଲେଙ୍ଗାନା ରାଜ୍ୟରେ ପଞ୍ଜିକୃତ ଏହି ଦୁର୍ଘଟଣାଗ୍ରସ୍ତ କାରର ନମ୍ବର ଟିଏସ୍ ୦୯ଏଫଏଫ ୭୫୪୦ ।