ପ୍ରମୁଖ ଖବର
  • ବିଜେପି ନେତାଙ୍କ ମାରାଥନ୍‌ ପ୍ରଚାର: ଆଜି ଅଶ୍ୱିନୀ, ହେମାମାଳିନୀ ଓ ତୋମାରଙ୍କ କରିବେ ପ୍ରଚାର, ଧର୍ମେନ୍ଦ୍ର, ଭୂପେନ୍ଦ୍ର, ଅନୁଭବ, ସିଦ୍ଧାନ୍ତ ବି ବୁଲିବେ
  • ||
  • ହରିୟାଣାରେ ଟୁରିଷ୍ଟ ବସ୍ ଦୁର୍ଘଟଣା, ନିଆଁ ଲାଗି ୮ ମୃତ, ୨୪ରୁ ଅଧିକ ଗୁରୁତର
  • ||
  • ସନ୍ଧ୍ୟାରେ ଥମିବ ୫ମ ପର୍ଯ୍ୟାୟ ନିର୍ବାଚନୀ ପ୍ରଚାର, ସୋମବାର ୪୯ ଲୋକସଭା ଆସନରେ ଭୋଟିଂ
  • ||
  • IPL 2024: ଚିନ୍ନାସ୍ୱାମୀରେ ଆରସିବିକୁ ଭେଟିବ ସିଏସ୍‌କେ, ପ୍ଲେ-ଅଫ୍‌ ପାଇଁ ଶେଷ ସୁଯୋଗ
  • ||
  • ରାଜ୍ୟରେ ୧୯ରୁ ବଢ଼ିବ ତାତିି, ୨୦ରୁ କଲବଲ କରିବ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ: ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||

କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହଙ୍କ ଏଡିଟେଡ୍ ଭିଡିଓ ମାମଲା; କଂଗ୍ରେସ ନେତା ଅରୁଣ ରେଡ୍ଡୀଙ୍କୁ ଗିରଫ କଲା ଦିଲ୍ଲୀ ପୋଲିସ୍...

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହଙ୍କ ଏଡିଟେଡ୍ ଭିଡିଓ ମାମଲାରେ ଦିଲ୍ଲୀ ପୋଲିସର କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି । ଏହି ମାମଲାରେ ଦିଲ୍ଲୀ ପୋଲିସ ପ୍ରଥମ ଗିରଫ କରିଛି । ଅରୁଣ ରେଡ୍ଡୀ ନାମକ ଜଣେ ଯୁବକଙ୍କୁ ଗିରଫ କରିଛି ଦିଲ୍ଲୀ ପୋଲିସ । ଏନେଇ ପୋଲିସ କହିଛି ଯେ, ଅରୁଣ ରେଡ୍ଡୀ ସ୍ପିରିଟ୍ ଅଫ୍ କଂଗ୍ରେସ ନାମରୁ ଟ୍ବିଟର ଆକାଉଣ୍ଟ ଚଳାଉଥିଲା । 

ସୂଚନା ଅନୁଯାୟୀ ଅରୁଣ ରେଡ୍ଡୀ ହେଉଛନ୍ତି ଅଲ ଇଣ୍ଡିଆ କଂଗ୍ରେସ କମିଟି (ଏଆଇସିସି) ର ସୋସିଆଲ ମିଡିଆ ଜାତୀୟ ସଂଯୋଜକ । କୁହାଯାଉଛି ଯେ ରେଡ୍ଡୀ ମଧ୍ୟ ମୋବାଇଲରୁ ପ୍ରମାଣ ଲିଭାଇଥିବା ନେଇ ତାଙ୍କ ନାମରେ ଅଭିଯୋଗ ହୋଇଛି । ଏଭଳି ପରିସ୍ଥିତିରେ ତାଙ୍କ ମୋବାଇଲ୍ ଫୋନ୍ ମଧ୍ୟ ଫୋରେନସିକ୍ ପରୀକ୍ଷା ପାଇଁ ପଠାଯାଉଛି।

ଅରୁଣ ରେଡ୍ଡୀଙ୍କୁ ଦିଲ୍ଲୀରୁ ଗିରଫ କରାଯାଇଛି ଏବଂ ତାଙ୍କୁ ଆସନ୍ତାକାଲି ଅର୍ଥାତ୍ ଶନିବାର କୋର୍ଟରେ ହାଜର କରାଯିବ। ଅମିତ ଶାହାଙ୍କ ଏଡିଟେଡ୍ ଭିଡିଓରେ ଅରୁଣ ରେଡ୍ଡୀଙ୍କ ଭୂମିକା କୋର୍ଟରେ ପ୍ରକାଶ କଯାଯିବ । ଏହା ସହିତ ଦିଲ୍ଲୀ ପୋଲିସ ମଧ୍ୟ ଅରୁଣ ରେଡ୍ଡୀଙ୍କ ଜାମିନ ଦାବି କରିବ।

କଂଗ୍ରେସ ନେତା ମାଣିକମ ଟାଗୋର ଆଜି (ଶୁକ୍ରବାର) କହିଛନ୍ତି ଯେ ଦିଲ୍ଲୀ ପୋଲିସ ଅରୁଣ ରେଡ୍ଡୀଙ୍କୁ କୌଣସି ସୂଚନା କିମ୍ବା ଏଫଆଇଆର ନ ଜଣାଇ ଗିରଫ କରିବାର ୨୪ ଘଣ୍ଟାରୁ ଅଧିକ ସମୟ ହୋଇଛି । ସେ ଟ୍ୱିଟରରେ ଲେଖିଛନ୍ତି, "ଆମେ ଅରୁଣ ରେଡ୍ଡୀଙ୍କୁ ତୁରନ୍ତ ମୁକ୍ତ କରିବାକୁ ଦାବି କରୁଛୁ । ସରକାରଙ୍କ ପକ୍ଷରୁ କ୍ଷମତାର ଅପବ୍ୟବହାର ନିନ୍ଦନୀୟ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.