ପ୍ରମୁଖ ଖବର
  • ସୁନ୍ଦରଗଡ଼କୁ ନୂଆ ପରିଚୟ ଦେଇଛନ୍ତି ମୁଖ୍ୟମନ୍ତ୍ରୀ, ଆପଣଙ୍କ ଟିକେ ଭୁଲ୍ ରାଉରକେଲାକୁ ପଛକୁ ନେଇଯିବ : ୫-ଟି ଅଧ୍ୟକ୍ଷ
  • ||
  • ରାଉରକେଲାରେ ନବୀନଙ୍କ ଉଦବୋଧନ, ମାଗଣାରେ ବିଜୁଳି ଦେବେ ବିଜେଡି ସରକାର
  • ||
  • ଭୋଟରମାନଙ୍କ ପାଇଁ ଆରମ୍ଭ ହେଲା ‘ମୋ ବୁଥ୍‌ ଆପ୍‌’, ବୁଥ୍‌ର ନାମ ଏବଂ ଏହାର ଅବସ୍ଥିତି ସଂପର୍କରେ ସଠିକ୍‌ ତଥ୍ୟ ପାଇବେ ମତଦାତା
  • ||
  • ମହାକାଳପଡ଼ା : ଭିଜିଲାନ୍ସ ଜାଲରେ ଲାଞ୍ଚୁଆ ଅମିନ, ୨ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରା ପଡ଼ିଲେ
  • ||
  • ରାୟଗଡ଼ା : ପୂର୍ବତନ ମନ୍ତ୍ରୀ ଡମ୍ବରୁଧର ଉଲାକାଙ୍କ ପରଲୋକ, ଦୀର୍ଘ ଦିନ ଧରି ଥିଲେ ଅସୁସ୍ଥ
  • ||
  • ଭୁବନେଶ୍ଵର : ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ବେଳେ ତତଲା ପାଗ, ୧୭ ଯାଏ ବର୍ଷା ସମ୍ଭାବନା
  • ||

ଭଣ୍ଡାରିବିଲା ଗ୍ରାମରୁ କ୍ଷତାକ୍ତ ହରିଣ ଉଦ୍ଧାର, ଚିକିତ୍ସା ପରେ ଅଟେଇ ସଂରକ୍ଷିତ ଜଙ୍ଗଲରେ ଛାଡ଼ିଲା ବନବିଭାଗ

ପାଟଣା, ୨୯।୪: ଜଙ୍ଗଲ ନିଆଁ ସାଙ୍ଗକୁ ଖାଦ୍ୟ ଅନ୍ୱେଷଣରେ ଏବେ ଗାଁ ମୁହାଁ ହେଉଛନ୍ତି ବନ୍ୟଜନ୍ତୁ । ସାହାରପଡ଼ା ସେକ୍ସନ ରାଇଡିହା ବିଟ୍ ଭଣ୍ଡାରୀବିଲା ଗ୍ରାମର ଭୀମସେନ ମହାନ୍ତଙ୍କ ପରିବା ବଗିଚାରୁ ଏକ ଅଣ୍ଡିରା ହରିଣକୁ କ୍ଷତାକ୍ତ ଅବସ୍ଥାରେ ବନ ବିଭାଗ ଉଦ୍ଧାର କରିଛି । ଉଦ୍ଧାର କରିବା ପରେ ହରିଣଟିର ଚିକିତ୍ସା କରାଇବା ପରେ ବନବିଭାଗ ଅଟେଇ ସଂରକ୍ଷିତ ଜଙ୍ଗଲରେ ଛାଡ଼ିଛି । ହରିଣଟି ପରିବା ବଗିଚାରେ ଘେରା ଯାଇଥିବା ଜାଲରେ ଫସି ରହିଥିଲା । ସ୍ଥାନୀୟ ଲୋକେ ବନ ବିଭାଗକୁ ଖବର ଦେବା ପରେ ଘଟଣାସ୍ଥଳରେ ବନପାଳ ଭୂପତି ସେଠୀ ଏବଂ ବନ କର୍ମଚାରୀ ପହଞ୍ଚି ହରିଣଟିକୁ ଉଦ୍ଧାର କରିଥିଲେ । ହରିଣଟିର ମୁଣ୍ଡରେ କ୍ଷତ ଥିବାରୁ ଚିକିତ୍ସା ପରେ ଅଟେଇ ସଂରକ୍ଷିତ ଜଙ୍ଗଲରେ ଛଡ଼ାଯାଇଛି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.