ପ୍ରମୁଖ ଖବର
  • ଇଣ୍ଡିଆନ୍‌ ଓଭରସିଜ୍‌ କଂଗ୍ରେସର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ସାମ୍‌ ପିଟ୍ରୋଡା
  • ||
  • ଭୁବନେଶ୍ୱର : ଅନ୍‌ଲାଇନ୍‌ ଟ୍ରେଡିଂ ନାଁରେ ୬୧ ଲକ୍ଷ ଠକେଇ, ମାଷ୍ଟରମାଇଣ୍ଡ୍‌ ୪ ରାଜ୍ୟରେ ମୋଷ୍ଟ୍‌ ୱାଣ୍ଟେଡ୍
  • ||
  • ଭୁବନେଶ୍ୱର : ମେ ଚତୁର୍ଥ ସପ୍ତାହରେ ମାଟ୍ରିକ୍‌ ଫଳ ! ହ୍ୱାଟସ୍‌ଆପ୍‌ରେ ପରୀକ୍ଷାର୍ଥୀ ପାଇବେ ରେଜଲ୍ଟ
  • ||
  • ନୂଆଦିଲ୍ଲୀ : ସମୂହ ଛୁଟିରେ ଏୟାର ଇଣ୍ଡିଆ ଏକ୍ସପ୍ରେସ୍‌ର ଶତାଧିକ କ୍ରିଉ ମେମ୍ଵର, ୭୦ରୁ ଅଧିକ ଉଡ଼ାଣ ବାତିଲ୍
  • ||
  • ପୁରୀ : ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି, ସନ୍ଧ୍ୟା ୬ଟାରୁ ରାତି ୧୨ଟା ଦର୍ଶନ ମନା
  • ||
  • ଭୁବନେଶ୍ୱର : ଜନପଥରେ ମୋଦିଙ୍କ ରୋଡ୍‌ ସୋ', ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କଲେ ଏସ୍‌ପିଜି, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଭୁବନେଶ୍ଵର : ଆଜି ୭ ଜିଲ୍ଲାରେ ନିର୍ଧୁମ ବର୍ଷିବ, ୧୦ ଯାଏ ବିସ୍ତୀର୍ଣ୍ଣ ଅଞ୍ଚଳରେ ବର୍ଷା
  • ||
  • ଭୁବନେଶ୍ଵର : ରାଜଧାନୀରେ ପୁଣି ହିଟ୍ ଆଣ୍ଡ ରନ୍, ରାସ୍ତା ପାରି ହେଉଥିବା ବେଳେ ଦମ୍ପତିଙ୍କ ଉପରେ ଚଢ଼ିଗଲା ଟ୍ରକ୍
  • ||

IPL ୨୦୨୪: ଆଜି ଦିଲ୍ଲୀ କ୍ୟାପିଟାଲ୍ସ-ମୁମ୍ବାଇ ଇଣ୍ଡିଆନ୍ସ ଫାଇଟ୍, କୁଲଦୀପ-ରୋହିତ ଲଢ଼େଇ

ନୂଆଦିଲ୍ଲୀ,୨୭/୦୪: ଆଇପିଏଲର ୪୩ତମ ଲିଗ୍‌ ମୁକାବିଲାରେ ଶନିବାର ଦିଲ୍ଲୀ କ୍ୟାପିଟାଲ୍ସ ଘରୋଇ ଗ୍ରାଉଣ୍ଡ୍‌ରେ ମୁମ୍ବାଇ ଇଣ୍ଡିଆନ୍ସକୁ ଭେଟିବାକୁ ଯାଉଛି । ପଏଣ୍ଟ ତାଲିକାରେ ମୁମ୍ବାଇ ଇଣ୍ଡିଆନ୍ସ ଠାରୁ ଉପରେ ରହିଥିବା କ୍ୟାପିଟାଲ୍ସ ଦଳ ପୂର୍ବ ପରାଜୟର ପ୍ରତିଶୋଧ ନେବାକୁ ପ୍ରସ୍ତୁତ ରହିଛି । ସେହିପରି ମୁମ୍ବାଇ ଇଣ୍ଡିଆନ୍ସ ସବୁ ବିବାଦ  ଓ ଦୟନୀୟ ପ୍ରଦର୍ଶନକୁ ପଛରେ ଛାଡ଼ି  ବିଜୟ ସହ ନୂଆ ଅଭିଯାନ ଆରମ୍ଭ କରିବାକୁ ଅପେକ୍ଷା କରିଛି ।  

କ୍ୟାପିଟାଲ୍ସ ଦଳ ପଏଣ୍ଟ ତାଲିକାର ଷଷ୍ଠ ସ୍ଥାନରେ ରହିଛି । ଶନିବାର ଜିତିଲେ ପଞ୍ଚମକୁ ଉନ୍ନୀତ ହୋଇ ପାରିବ । ପୂର୍ବ ମ୍ୟାଚ୍‌ରେ ଗୁଜରାଟ ଟାଇଟନ୍ସକୁ ହରାଇବା ପରେ ଦଳର ମନୋବଳ ବୃଦ୍ଧି ପାଇଛି । ବିଶେଷ କରି ରିଷଭ ପନ୍ତ ପୂର୍ବ ଫର୍ମକୁ ଫେରିଥିବାରୁ  ଦଳର ଉତ୍ସାହ ବଢ଼ି ଯାଇଛି । ଟାଇଟନ୍ସ ବିପକ୍ଷରେ ୪୪ ବଲ୍‌ରୁ ଅପରାଜିତ ୮୮  ରନ୍‌ର ଇନିଂସକୁ ଦର୍ଶକ ସହଜରେ ଭୁଲି ପାରିବେ ନାହିଁ । ଲେଗ ସ୍ପିନର କୁଲଦୀପ  ଯାଦବଙ୍କ ପ୍ରଦର୍ଶନ କ୍ୟାପିଟାଲ୍ସ ବିଜୟରେ  ପ୍ରମୁଖ ଭୂମିକା ଗ୍ରହଣ କରୁଛି । ସେ ଗତ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚ୍‌ ବେଳେ ଆହତ ଥିଲେ । ଇତି ମଧ୍ୟରେ ସେ ୧୨ଟି ୱିକେଟ୍‌ ଅକ୍ତିଆର କରିସାରିଛନ୍ତି । 

ମୁମ୍ବାଇ ଇଣ୍ଡିଆନ୍ସ ପଏଣ୍ଟ ତାଲିକାର ଅଷ୍ଟମ ସ୍ଥାନରେ ରହିଛି । ଗତ ୨ଟି  ସିଜନ ତୁଳନାରେ ଏଥର ଦଳ ବେଶ୍‌ ଶକ୍ତିଶାଳୀ ଓ ସନ୍ତୁଳିତ । ମାତ୍ର ନେତୃତ୍ୱ  ପରିବର୍ତ୍ତନକୁ ନେଇ ଉପୁଜିଥିବା ବିବାଦୀୟ ପରିସ୍ଥିତି ମୁମ୍ବାଇ ଇଣ୍ଡିଆନ୍ସ ପ୍ରଦର୍ଶନରେ ବାଧକ ସାଜିଛି । ଦଳରେ ଏକତା ନଥିବା ସ୍ପଷ୍ଟ ବାରି ହୋଇ ପଡ଼ୁଛି । କିଛି ବ୍ୟକ୍ତିଗତ  ପ୍ରଦର୍ଶନ ବଳରେ ମୁମ୍ବାଇ ଇଣ୍ଡିଆନ୍ସ ୩ଟି  ମ୍ୟାଚ୍‌ ଜିତିବାରେ ସଫଳ ହୋଇଛି । 

ପୂର୍ବ ରେକର୍ଡ ମୁମ୍ବାଇ ଇଣ୍ଡିଆନ୍ସ ସପକ୍ଷରେ ରହିଥିଲେ ହେଁ ଶନିବାର ମ୍ୟାଚ୍‌କୁ ନେଇ ପୂର୍ବାନୁମାନ କରିବା କଷ୍ଟକର । ଉଭୟ ଦଳ ଇତି ମଧ୍ୟରେ ପରସ୍ପରକୁ ୩୪ଥର ଭେଟିଛନ୍ତି । ଏଥିରୁ ମୁମ୍ବାଇ ଇଣ୍ଡିଆନ୍ସ ୧୯ଟି ମ୍ୟାଚ୍‌  ଜିତିଛି ଓ କ୍ୟାପିଟାଲ୍ସ ୧୫ଟି ମ୍ୟାଚ୍‌ରେ  ବିଜୟୀ ହୋଇଛି । ଗତ ୭ ତାରିଖରେ  ଉଭୟ ଦଳ ୱାଙ୍ଖଡ଼େରେ ପରସ୍ପରକୁ  ଭେଟିଥିଲେ । ମୁମ୍ବାଇ ଇଣ୍ଡିଆନ୍ସ ୨୯  ରନ୍‌ରେ ଉକ୍ତ ମ୍ୟାଚ୍‌ ଜିତିଥିଲା।  

ବର୍ତ୍ତମାନ ସମୟ ବଦଳିଛି । ଦିଲ୍ଲୀ  ଅନେକ ତ୍ରୁଟି ସୁଧାରି ନେଇଛି । ଏକ ସନ୍ତୁଳିତ ଏକାଦଶ ଗଠନ କରିବାରେ ମଧ୍ୟ ସଫଳ ହୋଇଛି । ଶନିବାର ମୁମ୍ବାଇ ଇଣ୍ଡିଆନ୍ସକୁ କଡ଼ା ଟକ୍କର ଦେବାକୁ  ଦଳ ପ୍ରସ୍ତୁତ ରହିଛି । ସେହିପରି ମୁମ୍ବାଇ  ଇଣ୍ଡିଆନ୍ସ ଦଳରେ ତାରକାଙ୍କ ଅଭାବ  ନାହିଁ । ମାତ୍ର ଦଳଗତ ପ୍ରଦର୍ଶନର  ଅଭାବ ଚିନ୍ତାର କାରଣ ହୋଇଛି ।  

 ଶନିବାରର ମ୍ୟାଚ୍‌ ଦର୍ଶକଙ୍କୁ  ଭରପୁର ମନୋରଞ୍ଜନ ଯୋଗାଇବ। କାରଣ ଏହି ମ୍ୟାଚ୍‌ରେ କିଛି ବ୍ୟକ୍ତିଗତ ଲଢେଇ  ଦେଖିବାକୁ ମିଳିବ । ପନ୍ତ ଓ ଯଶପ୍ରୀତ  ବୁମରାଙ୍କ ମଧ୍ୟରେ ଏକ ଜୋରଦାର  ମୁକାବିଲା ହୋଇପାରେ । ଠିକ୍‌  ସେହିପରି ମୁମ୍ବାଇର ଦୁର୍ଦ୍ଧର୍ଷ ବ୍ୟାଟରଙ୍କୁ ଅଟକାଇବାରେ କୁଲଦୀପଙ୍କ କୌଶଳ  କେତେଦୂର ସଫଳ ହେବ, ତାହା  ଦେଖିବାକୁ ଦର୍ଶକ ଅପେକ୍ଷା କରିଛନ୍ତି ।

ଶନିବାର ଉଭୟ ଦଳ ଏକାଦଶ ଅପରିବର୍ତ୍ତିତ ରଖିବା  ଆଶା କରାଯାଉଛି । ଡେଭିଡ୍‌ ୱାର୍ଣ୍ଣର  ଓ ଈଶାନ୍ତ ଶର୍ମା ସମ୍ପୂର୍ଣ୍ଣ ଫିଟ୍‌ ହୋଇନଥିବାରୁ ଆସନ୍ତାକାଲି ଖେଳିବା ସମ୍ଭାବନା କ୍ଷୀଣ । ତେଣୁ କ୍ୟାପିଟାଲ୍ସ ରସିକ ସଲାମଙ୍କୁ ପୁନର୍ବାର ଇମ୍ପାକ୍ଟ  ପ୍ଲେୟାର ଭାବେ ସୁଯୋଗ ଦେବ । କୋଟଲା ଗ୍ରାଉଣ୍ଡ୍‌ ବ୍ୟାଟିଂ ପାଇଁ  ବେଶ୍‌ ଅନୁକୂଳ । ତେଣୁ ଶନିବାର ବିଶାଳ ସ୍କୋର ସଂଗୃହୀତ  ହେବ । ଟସ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ଏକପ୍ରକାର ନିଶ୍ଚିତ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.