ପ୍ରମୁଖ ଖବର
  • ଆଉ ୬ ବିଧାୟକ ପ୍ରାର୍ଥୀ ଘୋଷଣା କଲା ବିଜେପି
  • ||
  • ବିଜେଡିରୁ ଇସ୍ତଫା ଦେଲେ ଅନୁଭବ ପଟ୍ଟନାୟକ, ଦଳୀୟ ସଭାପତିଭ୍କ ପାଖକୁ ପଠାଇଲେ ଇସ୍ତଫା ପତ୍ର
  • ||
  • ଆସିଲା ବିଜେଡ଼ିର ଶେଷ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା, ୩ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲେ ସୁପ୍ରିମୋ
  • ||
  • କେନ୍ଦୁଝରରେ ପୁଣି ହାତୀ ମୃତ୍ୟୁ, ପେଟରୁ ମଲା ଶାବକ ଉଦ୍ଧାର ପରେ ଆଖିବୁଜିଲା ମାଇ ହାତୀ
  • ||
  • ବାଙ୍ଗିରିପୋଷି, ସାପ କାମୁଡ଼ାରେ ୯ ବର୍ଷର ଶିଶୁପୁତ୍ର ମୃତ
  • ||
  • କଣ୍ଟାବାଞ୍ଜି ଆସନରୁ ନାମାଙ୍କନ ଭରିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ
  • ||
  • ସକାଳୁ ଆକାଶରୁ ନିଆଁ ବର୍ଷା, ସାଢ଼େ ୮ଟା ସୁଦ୍ଧା ତାଳଚେର ତାତି ୩୭ ଡିଗ୍ରୀ ପାର୍
  • ||
  • ଚାଉଳିଆଗଞ୍ଜ ଦୁର୍ଗା ମଣ୍ଡପ ନିକଟରେ ସ୍କୁଟିକୁ ପିଟିଲା ଟ୍ରକ, ମହିଳାଙ୍କ ଚାଲିଗଲା ଜୀବନ
  • ||
  • ଗୁରୁବାର ସମ୍ୱଲପୁରରୁ ଧର୍ମେନ୍ଦ୍ର ପ୍ରଧାନ, ପୁରୀରୁ ଅରୁପ ପଟ୍ଟନାୟକ ଭରିବେ ନାମାଙ୍କନ
  • ||
  • ଆଇପିଏଲ 2024: ଆଜି ମୁହାଁମୁହିଁ ହେବେ ସନରାଇଜର୍ସ ହାଇଦ୍ରାବାଦ-ରାଜସ୍ଥାନ ରୟାଲ୍ସ
  • ||
  • ଆହୁରି ତିନି ଦିନ ଯାଏ ପ୍ରଚଣ୍ଡ ତାତି, ହିଟ୍ଓ୍ବେବ ନେଇ ୧୦ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ
  • ||

ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନ : ୧୧ଟା ସୁଦ୍ଧା ତ୍ରିପୁରା ଓ ମେଘାଳୟରେ ସର୍ବାଧିକ ମତଦାନ

ନୂଆଦିଲ୍ଲୀ, ୧୯/୦୪ : ଆରମ୍ଭ ହୋଇଯାଇଛି ଗଣତନ୍ତ୍ରର ସବୁଠୁ ବଡ଼ ମହାପର୍ବ। ୨୧ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଚାଲିଛି ଭୋଟ୍। ୧୦୨ ଆସନରେ ପ୍ରାର୍ଥୀଙ୍କ ଭାଗ୍ୟ କରୁଛନ୍ତି ଭୋଟର। ତେବେ ଦିନ ୧୧ଟା ସୁଦ୍ଧା ତ୍ରିପୁରା ଓ ମେଘାଳୟରେ ସର୍ବାଧିକ ମତଦାନ ହୋଇଛି। 

ସୂଚନାନୁଯାୟୀ, ଦିନ ୧୧ଟା ସୁଦ୍ଧା ଆଣ୍ଡାମାନ ନିକୋବରରେ ୨୧.୮୨% ମତଦାନ ହୋଇଛି। ସେହିଭଳି ଅରୁଣାଚଳପ୍ରଦେଶରେ ୧୮.୭୪%, ଆସାମରେ ୨୭.୨୨%, ବିହାରରେ ୨୦.୪୨%, ଛତିଶଗଡ଼ରେ ୨୮.୧୨%, ଜାମ୍ମୁ କାଶ୍ମୀରରେ ୨୨.୬୦%, ଲାକ୍ଷାଦ୍ଵୀପରେ ୧୬.୩୩%, ମଧ୍ୟପ୍ରଦେଶରେ ୩୦.୪୬%, ମହାରାଷ୍ଟ୍ରରେ ୧୯.୧୭%, ମଣିପୁରରେ ୨୮.୧୯%, ମେଘାଳୟରେ ୩୨.୬୧%, ମିଜୋରାମରେ ୨୬.୫୬%, ନାଗାଲାଣ୍ଡରେ ୨୨.୮୨%, ପୁଡୁଚେରୀରେ ୨୮.୧୦%, ରାଜସ୍ଥାନରେ ୨୨.୫୧%, ସିକିମରେ ୨୧.୨୦%, ତାମିଲନାଡୁରେ ୨୩.୭୨%, ତ୍ରିପୁରାରେ ୩୪.୫୪%, ଉତ୍ତରପ୍ରଦେଶରେ ୨୫.୨୦%, ଉତ୍ତରାଖଣ୍ଡରେ ୨୪.୮୩%, ପଶ୍ଚିମବଙ୍ଗରେ ୩୩.୫୬% ଭୋଟିଂ ହୋଇଛି। 

ସେପଟେ କୁଚବିହାରରେ ଏକ ଅଘଟଣ ଘଟିଛି। ବେଲତଲା ଅଞ୍ଚଳରେ ଏକ ସ୍କୁଲରେ ନିର୍ବାଚନ ଡ୍ୟୁଟିରେ ଥିବା ଜଣେ ବିଏସଏଫ ଯବାନଙ୍କ ମୃତ୍ୟୁ ହୋଇଛି। ମୃତ ଯବାନ ଜଣଙ୍କ ହେଉଛନ୍ତି ନିଲେସ କୁମାର। ଗତକାଲି ବିଳମ୍ବିତ ରାତିରେ ତାଙ୍କର ସ୍ଵାସ୍ଥ୍ୟାବସ୍ଥା ହଠାତ୍ ବିଗିଡ଼ି ଯାଇଥିଲା। ଏହାପରେ ତାଙ୍କୁ ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। 

Also Read :-

ମତଦାନ କେନ୍ଦ୍ରରେ ପହଞ୍ଚି ଭୋଟ୍ ଦେଲେ ସାଉଥ୍‌ ଫିଲ୍ମର ଅଭିନେତା, ରଜନୀକାନ୍ତଙ୍କ ପାଇଁ ଲାଗିଲା ପ୍ରବଳ ଗହଳି



  • prameyanews
  • PrameyaOdia
  • prameya
  • lok sabha election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.