ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ମତଦାନ କେନ୍ଦ୍ରରେ ପହଞ୍ଚି ଭୋଟ୍ ଦେଲେ ସାଉଥ୍‌ ଫିଲ୍ମର ଅଭିନେତା, ରଜନୀକାନ୍ତଙ୍କ ପାଇଁ ଲାଗିଲା ପ୍ରବଳ ଗହଳି

ଚେନ୍ନାଇ: ଚେନ୍ନାଇର ବିଭିନ୍ନ ମତଦାନ କେନ୍ଦ୍ରରେ ନିଜ ନିଜର ଭୋଟ ଦେଇଛନ୍ତି ଦକ୍ଷିଣୀ ଚଳଚ୍ଚିତ୍ର ଦୁନିଆର ବହୁ ବରିଷ୍ଠ କଳାକାର । ସୁପରଷ୍ଟାର ରଜନୀକାନ୍ତ ଏବଂ କମଲ ହାସନ ଚେନ୍ନାଇରେ ଆୟୋଜିତ ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ମତାଦନ କରିଛନ୍ତି । ସାଉଥ ସୁପରଷ୍ଟାର ଧନୁଷ ଚେନ୍ନାଇର ଟିଟିକେ ରୋଡ୍‌ରେ ଥିବା ସେଣ୍ଟ ଫ୍ରାନ୍ସିସ ଜାଭିୟର ସ୍କୁଲ୍‌ରେ ଭୋଟ ଦେଇଥିବା ବେଳେ କିଲପକର ହାଇସ୍କୁଲ୍‌ରେ ନିଜ ନେତାଙ୍କ ଲାଗି ମତସାବ୍ୟସ୍ତ କରିଛନ୍ତି ବିଜୟ ସେତୁପତି । 




ଲୋକସଭା ନିର୍ବାଚନ ୨୦୨୪ ଲାଗି ଆଜିଠୁ (ଏପ୍ରିଲ ୧୪) ପ୍ରଥମ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଛି । ତାମିଲନାଡୁରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହୋଇଥିବା ବେଳେ ଜେଲର ଅଭିନେତା ରଜନୀକାନ୍ତ ନିଜର ଟିମ୍ ସହ ମତଦାନ କେନ୍ଦ୍ରରେ ପହଞ୍ଚି ମତସାବ୍ୟସ୍ତ କରିଛନ୍ତି । ମତଦାନ କେନ୍ଦ୍ରରୁ ବାହରି ରଜନୀକାନ୍ତ ଉପସ୍ଥିତ ଲୋକମାନଙ୍କୁ ହାତ ହଲାଇ ଅଭିବାଦନ ଜଣାଇଥିଲେ । ଏପରିକି ଭୋଟିଂ କାଳି ଲାଗିଥିବା ଆଙ୍ଗୁଳି ଦେଖାଇଥିଲେ ଲୋକପ୍ରିୟ ଅଭିନେତା ରଜନୀକାନ୍ତ ।

ବୁଥରେ ପହଞ୍ଚିବା ଏବଂ  ଫେରିବା ସମୟରେ ସୁପରଷ୍ଟାର ରଜନୀକାନ୍ତଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍‌ ହେବା‌ରେ ଲାଗିଛି । ସେହିଭଳି ଅଭିନେତା ଏବଂ ମକ୍କଲ ନିଧି ମାଇଆମ ସଭାପତି କମଲ ହାସନ ମଧ୍ୟ ଭୋଟ ଦେଇଛନ୍ତି । ରଜନୀକାନ୍ତ, କମଲ ହାସନ, ଧନୁଷ ଏବଂ ବିଜୟ ସେତୁପତିଙ୍କ ବ୍ୟତୀତ ଅଜିତ କୁମାର, ଶିବକାର୍ତ୍ତିକେୟନ, ଗୌତମ କାର୍ତ୍ତକ, ନିର୍ଦେଶକ ସୁନ୍ଦର ସି, ଶଶି କୁମାରଙ୍କ ସମେତ ଅନ୍ୟମାନେ ମତସାବ୍ୟସ୍ତ କରିଛନ୍ତି ।

Also Read :-

ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନ : ୧୧ଟା ସୁଦ୍ଧା ତ୍ରିପୁରା ଓ ମେଘାଳୟରେ ସର୍ବାଧିକ ମତଦାନ

  • prameyanews
  • PrameyaOdia
  • prameya
  • lok sabha election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.