ପ୍ରମୁଖ ଖବର
  • ଦିନକ ପରେ ବିଶ୍ୱପ୍ରସିଦ୍ଧ ଚନ୍ଦନଯାତ୍ରା, ନରେନ୍ଦ୍ରରେ ଚାପ ଖେଳିବେ ମଦନମୋହନ
  • ||
  • ଓଡ଼ିଶା ଆସୁଛନ୍ତି ନୀତିନ ଗଡ଼କରୀ, କୃଷ୍ଣପ୍ରସାଦପୁରରେ କରିବେ ପ୍ରଚାର
  • ||
  • ଝାରସୁଗୁଡ଼ା, ପଡିଆରୁ ୩ ମୃତଦେହ ଠାବ, ଗୋଟିଏ ପରିବାର ହୋଇଥିବା ସନ୍ଦେହ
  • ||
  • ଆଇପିଏଲ ମହାସମରରେ ପଞ୍ଜାବ କିଙ୍ଗ୍ସକୁ ଭେଟିବ ରୟାଲ୍‌ ଚ୍ୟାଲେଞ୍ଜର୍ସ, ହାରିଲେ ବିଦା
  • ||
  • ବିଏମ୍‌ସି କର୍ମଚାରୀଙ୍କୁ କଡ଼ା ନିର୍ଦ୍ଦେଶ, ଏଣିକି ବିଳମ୍ବରେ ଅଫିସ୍ ଆସିଲେ ଦରମା କାଟ୍‌
  • ||
  • ରାଜ୍ୟରେ କମ୍ପୁଛି ପ୍ରଚାର ମଇଦାନ୍, ଆଜି ଗଞ୍ଜାମ, କନ୍ଧମାଳରେ କ୍ୟାମ୍ପେନିଂ କରିବେ ନବୀନ
  • ||
  • ରାଜ୍ୟରେ ଆସନ୍ତା ୧୨ ଯାଏ ଅଧିକ ବର୍ଷା ସମ୍ଭାବନା, ୧୫ ଯାଏ ଉପକୂଳରେ ବଢ଼ିବନି ତାତି
  • ||

କିଏ ଟେକା ହୋଇ ଆସିଲେ ତ ଆଉ କିଏ ଡଙ୍ଗାରେ, ପୋଷା ମାଙ୍କଡ ନେଇ ଭୋଟ ଦେବାକୁ ଆସିଲେ ... ଦେଖନ୍ତୁ କିଛି ରୋଚକ ଫଟୋ

ନୂଆଦିଲ୍ଲୀ,୨୬।୪: ଲୋକସଭା ନିର୍ବାଚନ ୨୦୨୪ର ଆଜି ଦ୍ବିତୀୟ ଦିନ। ୧୩ ରାଜ୍ୟର ୮୮ ଆସନରେ ମତଦାନ ଚାଲିଛି। ସକାଳୁ ମତଦାନ କେନ୍ଦ୍ରରେ ଲମ୍ବା ଲାଇନ୍ ରହିଛି। ଏହି ପର୍ଯ୍ୟାୟରେ ରାହୁଲ ଗାନ୍ଧୀ, ହେମା ମାଳିନୀଙ୍କ ସହ ୬ କେନ୍ଦ୍ରମନ୍ତ୍ରୀ ମଇଦାନକୁ ଓହ୍ଲାଇଛନ୍ତି। ସମସ୍ତଙ୍କ ଭାଗ୍ୟ ଏଥିରେ ହେବ ନିର୍ଦ୍ଧାରଣ। ୟୁପିର ୮ଟି ଆସନରେ ମଧ୍ୟ ଭୋଟିଂ ହେଉଛି। ଏନ୍‌ସିଆର ନୋଏଡା ଓ ଗାଜିଆବାଦରୁ ମଧ୍ୟ ମତଦାନ ହେଉଛି। 

ପ୍ରଥମ ପର୍ଯ୍ୟାୟ ତୁଳନାରେ ଏଥର ମତଦାତାଙ୍କ ଭିତରେ ବେଶ୍ ଉତ୍ସାହ ରହିଛି। ସମସ୍ତ ୧୩ଟି ରାଜ୍ୟରେ ଶାନ୍ତିର ସହ ଭୋଟ୍ ଦିଆଯାଉଛି। କେଉଁଠାରେ କିଛ ବଡ ଧରଣର ହିଂସକାଣ୍ଡର ଅଭିଯୋଗ ମିଳିନି। ଏଥର ନିର୍ବାଚନରେ କିଏ ଡଙ୍ଗାରେ ଆସିଛି ତ ଆଉ କିଏ କୋଳରେ ବସି ଭୋଟ୍ ଦେବାକୁ ଆସିଛି। ସେଭଳି ଜଣେ ବ୍ୟକ୍ତି ମଧ୍ୟ ଥିଲେ, ଯିଏକି ମାଙ୍କଡ ନେଇକି ଭୋଟ୍ ନେବାକୁ ଆସିଥିଲେ।

ମହାରାଷ୍ଟ୍ରର ବର୍ଦ୍ଧାର ନିବାସୀ ବିନୋଦ କ୍ଷୀରସାଗର ଲୋକସଭା ନିର୍ବାଚନ ପାଇଁ ନିଜର ଭୋଟ ଦେବା ପାଇଁ ସାଙ୍ଗରେ ନେଇକି ଆସିଥିଲେ ପୋଷା ମାଙ୍କଡ। 

ସେଭଳି ତ୍ରିପୁରାର ଧଲାଇ ଜିଲ୍ଲାରରେ ଥିବା ୪୪/୬୮ ରାଇମା ଭ୍ୟାଲି ବିଧାନସଭାର ମତଦାତା ନିଜର ଭୋଟ ଦେବା ପାଇଁ ଡଙ୍ଗାରେ ପହଁଞ୍ଚିଛନ୍ତି। 

ମତଦାନ ଭିତରେ ନିର୍ବାଚନ ସମ୍ପର୍କିତ ବିଭିନ୍ନ ପ୍ରକାର କଥା ସାମନାକୁ ଆସୁଛି। ଯେଉଁଭଳି ଏହି ବ୍ୟକ୍ତି ନିଜ ଅଙ୍ଗୁଳିରେ ପ୍ରଧାନମନ୍ତ୍ରୀ ମୋଦି ଓ ପଦ୍ମଫୁଲର ଏକ ପପେଟ୍‌ ନେଇ ଭୋଟ ଦେବାକୁ ଆସିଥିଲେ। 

କେବଳ ସେତିକି ନୁହେଁ ଦ୍ବିତୀୟ ପର୍ଯ୍ୟାୟ ମତଦାନରେ ଟ୍ରାନ୍ସଜେଣ୍ଡରଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି। ଅନେକ ସାଧୁସନ୍ଥ ଏବଂ ସନ୍ୟାସିନୀମାନେ ମଧ୍ୟ ମତଦାନ କେନ୍ଦ୍ରକୁ ଆସି ମତାଧିକାର ସାବ୍ୟସ୍ତ କରିଛନ୍ତି। 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.