ପ୍ରମୁଖ ଖବର
  • ବଡଦେଉଳରେ ଅଘଟଣ, ଗରମ ଡ଼ାଲି ପଡି ଦୁଇଜଣ ବୋଝିଆ ଗୁରୁତର
  • ||
  • ବିଜେପିରୁ ଇସ୍ତାଫା ଦେଲେ ବାସନ୍ତି ମଲ୍ଲିକ
  • ||
  • ଛତ୍ରପୁର ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରାର୍ଥିପତ୍ର ଦାଖଲ କଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ
  • ||
  • ଗଞ୍ଜାମରେ ପହଞ୍ଚିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ, ତାରାତାରିଣୀଙ୍କ ଦର୍ଶନ ପରେ ପ୍ରାର୍ଥିପତ୍ର ଦାଖଲ କରିବେ
  • ||
  • 'କେଜରିୱାଲଙ୍କ ଗିରଫ ବେଆଇନ୍': ମଙ୍ଗଳବାର ସୁପ୍ରିମ୍‌କୋର୍ଟରେ ଆବେଦନର ଶୁଣାଣି
  • ||
  • ସନ୍ଦେଶଖାଲି ମାମଲା: ସିବିଆଇ ଯାଞ୍ଚ ରୋକ୍‌ ନେଇ ଜୁଲାଇରେ ସୁପ୍ରିମକୋର୍ଟ ଶୁଣାଣି
  • ||
  • ହାଇୱା ଧକ୍କାରେ ଯୁବକ ମୃତ, କ୍ଷତିପୂରଣ ଦାବିରେ ଟାୟାର ଜାଳି ରାସ୍ତା ଅବରୋଧ
  • ||
  • ସୀମାନ୍ତ ଛତିଶଗଡ ନାରାୟଣପୁର ଜିଲ୍ଲାରେ ମୁହାଁମୁହିଁ ପୋଲିସ ଓ ମାଓବାଦୀ, ଟଳିଲେ ୪ ନକ୍ସଲ
  • ||
  • ବିଧାୟକ ଦେବୀ ପ୍ରସାଦ ମିଶ୍ରଙ୍କର ଶୋଭାଯାତ୍ରା ଯାଉଥିବା ବେଳେ ବଡ଼ମ୍ବା ନିକଟରେ ଦୁର୍ଘଟଣା, ୩ ଆହତ
  • ||
  • ୨୦ ହଜାର କନିଷ୍ଠ ଶିକ୍ଷକ ନିଯୁକ୍ତି ମାମଲା: ଶୁଣାଣି ଶେଷ, ରାୟ ସଂରକ୍ଷିତ
  • ||
  • ଟାଇଁ ଟାଇଁ ଖରା: ସକାଳୁ ୮ଟା ୩୦ ସୁଦ୍ଧା ତତଲା ସହର ପାଲଟିଲା ବାରିପଦା, ପାରଦ ଡେଇଁଲା ୩୮ଡିଗ୍ରୀ
  • ||
  • ବିଜୁ ପଟ୍ଟନାୟକ ଏୟାପୋର୍ଟରୁ ୭୫ ଲକ୍ଷର ନଗଦ ଟଙ୍କା ଜବତ, ଦୁଇ ଅଟକ
  • ||
  • ତାତି ଯନ୍ତ୍ରଣା ଆହୁରି ୧୦ ଦିନ: ଦୁଇ ଦିନ ପାଇଁ ରେଡ୍‌ ୱାର୍ଣ୍ଣିଂ, ମେ' ୨ରେ ଉପକୂଳରେ ସାମାନ୍ୟ କମିପାରେ
  • ||

ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ଭୋଟ ଲାଗି ଆଜି ବିଜ୍ଞପ୍ତି: ୨୫ ଯାଏ ନାମାଙ୍କନ, ମେ ୧୩ରେ ମତଦାନ

ଭୁବନେଶ୍ୱର,୧୮/୦୪: ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ଭୋଟ ପାଇଁ ଗୁରୁବାର ବିଧିବଦ୍ଧ ବିଜ୍ଞପ୍ତି ଜାରି ହେବ । ଗେଜେଟ୍‌ ବିଜ୍ଞପ୍ତି ଜାରି ସହ ଆରମ୍ଭ ହେବ ନାମାଙ୍କନପତ୍ର ଦାଖଲ । ରାଜ୍ୟର କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର, କୋରାପୁଟ ଲୋକସଭା ଆସନ ସହ ସଂଲଗ୍ନ ୨୮ ବିଧାନସଭା ଆସନ ପାଇଁ ପ୍ରଥମ ପର୍ଯ୍ୟାୟରେ ଆସନ୍ତା ମେ ୧୩ରେ ଭୋଟ ଗ୍ରହଣ କରାଯିବ ।

ନିର୍ବାଚନ କମିଶନଙ୍କ ଧାର୍ଯ୍ୟ କାର୍ଯ୍ୟସୂଚୀ ଅନୁଯାୟୀ ୧୮ ତାରିଖ (ଗୁରୁବାର)ରେ ବିଜ୍ଞପ୍ତି ସହ ପ୍ରାର୍ଥୀପତ୍ର ଦାଖଲ ଆରମ୍ଭ ହେବ । ପ୍ରାର୍ଥୀମାନେ ୨୫ ଯାଏ ନାମାଙ୍କନପତ୍ର ଦାଖଲ କରିପାରିବେ । ୨୬ରେ ନାମାଙ୍କନପତ୍ର ଯାଞ୍ଚ ହୋଇ ବୈଧ ତାଲିକା ପ୍ରକାଶ ପାଇବ । ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବାର ଶେଷ ତାରିଖ ହେଉଛି ଏପ୍ରିଲ ୨୯ ।

ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅନୁସାରେ ପ୍ରାର୍ଥୀମାନେ ନାମାଙ୍କନପତ୍ର ଦାଖଲ ବେଳେ ନିଜର ଏବଂ ପରିବାର ସଦସ୍ୟଙ୍କ ସମ୍ପତ୍ତି, ଋଣ ସହ ଅପରାଧିକ ମାମଲା ସଂପର୍କିତ ସତ୍ୟପାଠ ଦାଖଲ କରିବାକୁ ହେବ । ସାଂସଦ ପ୍ରାର୍ଥୀମାନେ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚଜନ ଅଧିକାରୀଙ୍କ ନିକଟରେ ନାମାଙ୍କନପତ୍ର ଦାଖଲ କରିବେ । ବିଧାୟକ ପ୍ରାର୍ଥୀମାନେ ଉପଜିଲ୍ଲାପାଳ ତଥା ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ନାମାଙ୍କନପତ୍ର ଦାଖଲ କରିବେ ।

ଉଲ୍ଲେଖଯୋଗ୍ୟ, ପ୍ରଥମ ଦଫା ଭୋଟ ପାଇଁ ବିଜେପି ଏଯାଏ କୋରାପୁଟ ଲୋକସଭା ଅନ୍ତର୍ଗତ ଜୟପୁର ବିଧାନସଭା ଆସନ ପାଇଁ ଯୋଦ୍ଧା ସ୍ଥିର କରିନି । ସେହିଭଳି କଂଗ୍ରେସ ମଧ୍ୟ ବ୍ରହ୍ମପୁର ଲୋକସଭା ଅନ୍ତର୍ଗତ ଛତ୍ରପୁର ଓ ଗୋପାଳପୁର ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିନି ।

ପ୍ରଥମ ପର୍ଯ୍ୟାୟରେ ନୂଆପଡ଼ା, ଖରିଆର, ଲାଞ୍ଜିଗଡ, ଜୁନାଗଡ, ଧର୍ମଗଡ, ଭବାନିପାଟଣା, ନର୍ଲା, ଉମରକୋଟ, ଝରିଗାଁ, ନବରଙ୍ଗପୁର, ଡାବୁଗାଁ, କୋଟପାଡ଼, ମାଲକାନଗିରି, ଚିତ୍ରକୋଣ୍ଡା ବିଧାନସଭା ଆସନରେ ଭୋଟ ଗ୍ରହଣ କରାଯିବ । ଏହାସହ ଛତ୍ରପୁର, ଗୋପାଳପୁର, ବ୍ରହ୍ମପୁର, ଦିଗପହଣ୍ଡି, ଚିକିଟି, ମୋହନା, ପାରଳାଖେମୁଣ୍ଡି, ଗୁଣୁପୁର, ବିଷମକଟକ, ରାୟଗଡ଼ା, ଲକ୍ଷ୍ମୀପୁର, ଜୟପୁର, କୋରାପୁଟ, ପଟ୍ଟାଙ୍ଗୀରେ ଭୋଟରମାନେ ନିଜ ପସନ୍ଦର ପ୍ରାର୍ଥୀ ଚୟନ କରିବେ ।

  • PrameyaOdia
  • prameya
  • General Election 2024
  • lok sabha election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.